The Independence:The-Guardian-Anti-Hindu

 ଦେଶବାସୀ ଭିନ୍ନ ଭାଷାଭାଷୀ ହୋଇଥିବାରୁ ଦେଶର ସବୁ ଶିକ୍ଷା କେବଳ ଇଂରାଜୀରେ ନୁହେଁ ଆ ଳିକ ଭାଷାରେ ହେବାର ବ୍ୟବସ୍ଥା କରାଗଲେ ଅଧିକରୁ ଅଧିକ ଲୋକେ ସଚେତନ ହେବେ, ଶିକ୍ଷା ପାଉଥିବା ପିଲାମାନେ ଭାଷାଗତ ଅସୁବିଧାରୁ ରକ୍ଷା ପାଇବା ସହ ନିଜ ଭାଷାରେ ଲୋକଙ୍କୁ ବୁଝାଇବା ସହଜ ହେବ । ଏପରିକି ଡାକ୍ତରଙ୍କ ଔଷଧ ବିଷୟରେ ଜାଣିବା ସାଧାରଣ ବ୍ୟକ୍ତି ପାଇଁ ସହଜ ହେବ ବୋଲି ଯୁକ୍ତି ଦର୍ଶାଇ ଚଳିତବର୍ଷରୁ ଏଥିପାଇଁ ପଦକ୍ଷେପ ନେବା ଆରମ୍ଭ ହୋଇଛି । ନିକଟରେ ମଧ୍ୟପ୍ରଦେଶ ସରକାର ନିଜ ରାଜ୍ୟରେ ହିନ୍ଦୀ ଭାଷାରେ ଡାକ୍ତରୀ ଶିକ୍ଷା ପ୍ରଦାନ କରାଯିବାକୁ ଘୋଷଣା କରିବା ପରେ ଉ ର ପ୍ରଦେଶ ଏବଂ ଉ ରାଖଣ୍ଡର ସରକାର ମଧ୍ୟ ନିଜ ରାଜ୍ୟରେ ଖୁବ୍ ଶିଘ୍ର ହିନ୍ଦୀରେ ଡାକ୍ତରୀ ଶିକ୍ଷା ପ୍ରଚଳନ କରିବେ ବୋଲି ଘୋଷଣା କରିସାରିଲେଣି । ଠିକ୍ ଏହି ସମୟରେ ୨୨ ଅକ୍ଟୋବର ୨୦୨୨ରେ ବ୍ରିଟେନର “ଦି ଗାର୍ଡିଆନ” ସମ୍ବାଦପତ୍ରରେ ନୂଆଦିଲ୍ଲୀର ଅମ୍ରିତ ଧିଲୋଁଙ୍କ ଦ୍ୱାରା ଲିଖିତ ଲେଖାଟି ଦେଖିବାର ସୁଯୋଗ ମିଳିଲା । ଏଥିରେ ଭାରତୀୟ ଭାଷାରେ ଚିକିତ୍ସା ଶାସ୍ତ୍ରର ପଠନ ଇଂରାଜୀ ବିନା ସମ୍ଭବ ନୁହେଁ ବୋଲି ପ୍ରତ୍ୟୟ କରିବା ପାଇଁ ଯୁକ୍ତି ଦର୍ଶାଯାଇ ଯେପରି ଇଂରେଜ ଶାସନକାଳର ନାମ ପରିବ ର୍ନକୁ ଆଣି ଯୋଡାଯାଇଛି ତାହା ଏହି ସମ୍ବାଦପତ୍ରର ଗାତ୍ରଦାହୀ ଆଭିମୁଖ୍ୟକୁ ସ୍ପଷ୍ଟ କରୁଛି । ଏଥିରୁ ପ୍ରକୃତରେ କିପରି ଆମେରିକା ଏବଂ ୟୁରୋପର କ୍ଷତି ହେବ ତାହା ମଧ୍ୟ ବେଶ୍ ଜଣାପଡିଲାଣି ।

ଏଥିରେ କୁହାଯାଇଛି ଯେ ଗତ ଆଠବର୍ଷ ହେଲା ସରକାରକୁ ଆସିବା ପରଠାରୁ ନରେନ୍ଦ୍ର ମୋଦି, ଅମିତ ଶାହ ଏବଂ ଅନ୍ୟ ଭାରତୀୟ ଜନତାପାର୍ଟି ନେତାମାନେ ଉ ର ଭାରତର ଭାଷା ହିନ୍ଦୀ ସପକ୍ଷରେ କହିଆସୁଛନ୍ତି । ତେବେ ଆଜି ହିନ୍ଦୀ କେବଳ ଉ ର ଭାରତର ଭାଷା ଭାବେ ସୀମିତ ନରହି ଭାରତର ରାଷ୍ଟ୍ରଭାଷା ମାନ୍ୟତା ଲାଭ କରିଛି । ତେଣୁ ଦେଶର ହିନ୍ଦୀ ସିନେମା ଉ ର ଭାରତରେ ନିର୍ମିତ ନହୋଇ ପଶ୍ଚିମ ଭାରତର ମହାରାଷ୍ଟ୍ରରେ ହୋଇଆସୁଛି । ବଲିଉଡର କେନ୍ଦ୍ର ନୂଆଦିଲ୍ଲୀ, ଲକ୍ଷୈ୍ନା, ଭୋପାଳ ନ ହୋଇ ମୁମ୍ବାଇ ରହିଆସିଛି । ବଲିଉଡର ସିନେମାରେ ପାକିସ୍ଥାନୀ ମୂଳର ଶାହରୁଖ ଖାଁଙ୍କଠାରୁ ଆଫଗାନୀ ପାସ୍ତୁନ ଆମଜାଦ୍ ଖାଁଙ୍କ ପର୍ଯ୍ୟନ୍ତ ଅନେକ ବିଦେଶୀ ମୂଳର କଳାକାର ସଫଳତାର ସହ କାର୍ଯ୍ୟ କରିଆସିଛନ୍ତି । ବଲିଉଡର ଏହି ସଫଳତା ଭାରତ ଭିତରେ ସୀମିତ ନରହି ବିଶ୍ୱବ୍ୟାପି ହୋଇଛି । ଭାରତ ବାହାରେ ପୃଥିବୀର ଅନେକ ଦେଶର ଲୋକେ ବଲିଉଡ ସିନେମା ଦେଖି ହିନ୍ଦୀକୁ ବୁଝିବା ପାଇଁ ସକ୍ଷମ ହୋଇଛନ୍ତି । କେନ୍ଦ୍ର ଏସିଆ, ମଧ୍ୟପ୍ରାଚ୍ୟ ଏସିଆ, ୟୁରୋପ ଠାରୁ ଆଫ୍ରିକା ପର୍ଯ୍ୟନ୍ତ ବଲିଉଡର ପ୍ରଭାବ ରହିଛି । ଏକଶହରୁ ଅଧିକ ଦେଶରେ ଆଜି ହିନ୍ଦୀ ଭାଷା ଶିକ୍ଷା ଦିଆଯାଉଛି । ବିଶ୍ୱବିଦ୍ୟାଳୟଗୁଡିକରେ ହିନ୍ଦୀ ଗବେଷଣା ପାଇଁ ଡିଗ୍ରୀ ମଧ୍ୟ ପ୍ରଦାନ କରାଯାଉଛି । ଆଜି ହିନ୍ଦୀ ଭାରତର ରାଷ୍ଟ୍ରଭାଷାରୁ ବିଶ୍ୱର ଭାଷା ହେବା ଦିଗରେ ଆଗେଇ ଚାଲିଛି ।

ଏହି ସଫଳତାକୁ ଦେଖି ଯଦି ଦେଶର ପ୍ରଧାନମନ୍ତ୍ରୀ  ଭାରତୀୟମାନଙ୍କୁ ବିଦେଶୀ ଶାସିତ ବା ଉପନିବେଶକାରୀ ମାନସିକତା ମଧ୍ୟରୁ ମୁକ୍ତି ପାଇବାକୁ ଆହ୍ୱାନ ଦେଉଛନ୍ତି  ତାହା ଦେଶ ଜନତାଙ୍କ କଲ୍ୟାଣ ଉଦ୍ଦେଶ୍ୟରେ ବୋଲି ଗ୍ରହଣ କରାଯିବ । କାରଣ ଦେଶରେ ସ୍ୱାଧୀନତାର ୭୫ବର୍ଷ ପରେ ମଧ୍ୟ ଶାସନ, ପ୍ରଶାସନ, ବିଚାର ଆଦି ହିନ୍ଦୀ କିମ୍ବା ସ୍ଥାନୀୟ ଭାଷାରେ ସବୁଠି ନହୋଇ ଇଂରାଜୀ ମାଧ୍ୟମରେ ହେବା ଦ୍ୱାରା ପ୍ରଶାସନିକ କଳର ଫାଇଲଠାରୁ ଆରମ୍ଭ କରି ଓକିଲଙ୍କ ଫାଇଲ ପର୍ଯ୍ୟନ୍ତ ସାଧାରଣ ଲୋକେ ବୁଝିବା ସମ୍ଭବପର ହୋଇପାରିନାହିଁ । ଯେଉଁଥିପାଇଁ ସାଧାରଣ ଲୋକେ ଠିକଣା ଭାବରେ ନ୍ୟାୟ ପାଇବା କଷ୍ଟକର ହୋଇଛି । ଏସବୁ ଅସୁବିଧାକୁ ଦୃଷ୍ଟିରେ ରଖି ସରକାର ସବୁକିଛି ବ୍ୟବସ୍ଥାକୁ ଲୋକଙ୍କ ନିକଟତର କରିବାଲାଗି ପ୍ରୟାସ ଜାରି ରଖିଛନ୍ତି । କେବଳ ସ୍ୱଚ୍ଛଳବର୍ଗ, ଶିକ୍ଷିତବର୍ଗ, ଧନୀବର୍ଗ ନୁହଁନ୍ତି ସାଧାରଣ ଗରିବବର୍ଗର ଲୋକେ କିପରି ଦେଶର ବ୍ୟବସ୍ଥାରେ ଅଂଶୀଦାର ହେବେ ସେଥିପାଇଁ ସରକାରଙ୍କ ଉଦ୍ୟମ ଜାରିରହିଛି । ଏହା ବ୍ୟବସ୍ଥା ପରିବ ର୍ନର ସଫଳତମ ଅଧ୍ୟାୟ, ବ୍ୟବସ୍ଥାକୁ ଭାରତମୁଖୀ କରାଇବା ଏହାର ଉଦ୍ଦେଶ୍ୟ ।

ଚଳିତ ମାସ ମହାରାଷ୍ଟ୍ରର ସରକାର “ହେଲୋ” ବଦଳରେ ସରକାରୀ କର୍ମଚାରୀ “ବନ୍ଦେ ମାତରମ୍‌” କହି ସ୍ୱାଗତ କରିବାକୁ କହିଛନ୍ତି । ଗଣତନ୍ତ୍ର ଦିବସ ପରେଡର ବାଦ୍ୟଧୂନ ମଧ୍ୟରୁ  ବ୍ରିଟିସକାଳର “ଏବାଇଡ ୱିଥ୍  ମି” କୁ ହଟାଇ ଦିଆଯାଇଛି । ନୌସେନା ବାହିନୀର ପତାକାରୁ ଇଂରେଜକାଳର କ୍ରୁସ ଚିହ୍ନକୁ ବାଦ୍ ଦିଆଯାଇଛି । ଦେଶର ଅନେକ ସ୍ଥାନ, ସଡକ, ଷ୍ଟେସନ, ଅନୁଷ୍ଠାନଗୁଡିକର ନାମକୁ ବଦଳାଯାଇଛି ।

“ଦି ଗାର୍ଡିଆନ୍‌” କହିବାନୁସାରେ ଯେଉଁପରି ଭାରତର ଡାକ୍ତରମାନେ ବିଦେଶରେ ୟୁରୋପ, ଆମେରିକା, ମଧ୍ୟପ୍ରାଚ୍ୟ, ଏସିଆରେ ନିଯୁକ୍ତି ପାଉଥିଲେ ସେଭଳି ଆଉ ପାଇପାରିବେ ନାହିଁ । ଏହା ଫଳରେ ସେମାନେ କ୍ଷତିଗ୍ର୍‌ସ୍ତ ହେବେ ।  ଗାର୍ଡିଆନର କହିବାର ଅର୍ଥ ଭାରତ ସବୁଦିନ ଇଂରେଜୀ ମାଧ୍ୟମରେ ଡାକ୍ତରୀ ଶିକ୍ଷା ଦେବାପାଇଁ ଅର୍ଥ ଖର୍ଚ୍ଚ କରୁ ଆଉ ୟୁରୋପ-ଆମେରିକା ସେମାନଙ୍କ ଡାକ୍ତରଖାନାରେ ସେମାନଙ୍କୁ ନିଯୁକ୍ତି ଦେଇ ସବୁଦିନ ସେବା ପାଉଥାଆନ୍ତୁ । ଏହା ଉପନିବେଶବାଦୀ ବିଚାର ଭିନ୍ନ ଅନ୍ୟ କିଛି ନୁହେଁ । କାରଣ ଭାରତରେ ଡାକ୍ତର ବାହାର କରିବା ପାଇଁ ସରକାର ସାଧାରଣ ଜନତାଙ୍କର ହଜାର ହଜାର କୋଟି ଟଙ୍କା ଖର୍ଚ୍ଚ କରୁଥିବା ସମୟରେ ସେମାନେ ଶିକ୍ଷା ଲାଭ କରି ବିଦେଶରେ ନିଯୁକ୍ତି ପାଇବା ପରେ ସେଠାକାର ନାଗରିକତ୍ୱ ଗ୍ରହଣ କରି ସ୍ଥାୟୀ ବାସିନ୍ଦା ହେଉଛନ୍ତି । ଫଳରେ ଭାରତର ଜନସାଧାରଣଙ୍କ ଅର୍ଥର ଭରଣା ହୋଇପାରୁନାହିଁ । ଯେଉଁ କାରଣରୁ ସ୍ୱାଧୀନତା ପରବ ର୍ୀ କାଳରେ ଆଜିଯାଏଁ ଆବଶ୍ୟକ ତୁଳନାରେ କମ୍ ସଂଖ୍ୟାରେ ଡାକ୍ତର ଭାରତରେ କାର୍ଯ୍ୟ କରୁଛନ୍ତି । ଅଥଚ ବ୍ରିଟେନର ସ୍ୱାସ୍ଥ୍ୟସେବାରେ ଭାରତୀୟ ମୂଳର ଡାକ୍ତରମାନେ ଭରି ରହିଛନ୍ତି । ଆମେରିକାର ଅନେକ ଡାକ୍ତରଖାନାରେ ଭାରତୀୟ ଡାକ୍ତର କାର୍ଯ୍ୟରତ । ଅନ୍ତତଃ ପକ୍ଷେ ହିନ୍ଦୀଭାଷୀ ଡାକ୍ତରମାନେ ଶିକ୍ଷାଲାଭ ପରେ “ଉଡନ୍ ଛୁ” ନହୋଇ ଭାରତର ଡାକ୍ତରଖାନାରେ ନିଯୁକ୍ତ ହେବେ ଏହା ନିଶ୍ଚିତ । ସରକାର ସେହି ଲକ୍ଷ୍ୟରେ ଏହି ପାଠ୍ୟକ୍ରମ ଆରମ୍ଭ କରିଛନ୍ତି ।

‘ଦି ଗାର୍ଡିଆନ’ର ଅନ୍ୟ ଏକ ଯୁକ୍ତି ହେଲା ଯେ ୯୭ ଜଣିଆ ସେନାବାହିନୀ (ଅନୁବାଦକ) ଗତ ନଅମାସ ଧରି ଚିକିତ୍ସାଶାସ୍ତ୍ରକୁ ବୁଝାଇବା ଲାଗି ବିକଳ୍ପ ହିନ୍ଦୀଶବ୍ଦ ଖୋଜିବାର ଅନୁସନ୍ଧାନ ଚଳାଇ ଆସିଥିଲେ । ମଧ୍ୟପ୍ରଦେଶର ୧୩ ଡାକ୍ତରୀ କଲେଜରେ ଚଳିତବର୍ଷ ନଭେମ୍ବର ମାସରୁ ହିନ୍ଦୀ ଶିକ୍ଷାଦାନ ଆରମ୍ଭ ହେବ । କିନ୍ତୁ ପ୍ରକୃତରେ ଏହି ଶିକ୍ଷା ଅକ୍ଟୋବର ମାସରୁ ଆରମ୍ଭ ହୋଇଗଲାଣି । ଗାର୍ଡିଆନର ଲେଖକ ପୁଣି କହିଛନ୍ତି ଯେ ଯେଉଁ ଛାତ୍ରଛାତ୍ରୀମାନେ ଅନର୍ଗଳ ଇଂରାଜୀ କହିବାରେ ଦୁର୍ବଳ ସେମାନେ ମୋଦିଙ୍କୁ ନିଶ୍ଚିତ ଭାବେ ସମର୍ଥନ କରିବେ । ୨୦୨୦ରୁ ଆୟୁର୍ବେଦ ଚିକିତ୍ସକମାନେ ଶଲ୍ୟ ଚିକିତ୍ସା (ସର୍ଜରୀ) କରିପାରିବେ ବୋଲି ସରକାର ଅନୁମତି ଦେବା ଭୟଙ୍କର ବୋଲି ଗାର୍ଡିଆନ କହିଛି । କିନ୍ତୁ ଅତୀତରୁ ଆଜିଯାଏ ଏହି ଚିକିତ୍ସାଶାସ୍ତ୍ରରେ ଶଲ୍ୟ ବ୍ୟବସ୍ଥା ରହିଆସିଛି । ସଫଳ ଅର୍ଶ ଚିକିତ୍ସା ଆୟୁର୍ବେଦର ଶଲ୍ୟ ମାଧ୍ୟମରେ କରାଯାଇଥାଏ । ହେଲେ ନିଜ ଆଭିମୁଖ୍ୟକୁ ପ୍ରତିଷ୍ଠା ଦେବା ଉଦ୍ଦେଶ୍ୟରେ କିଛି ହାତଗଣା ଡାକ୍ତରଙ୍କ ମତକୁ ଏଥିରେ ସାମିଲ କରାଯାଇଛି ଯେଉଁମାନେ ହିନ୍ଦୀ ମାଧ୍ୟମରେ ଚିିକିତ୍ସା ଶିକ୍ଷା ବିଫଳ ହେବ ବୋଲି ଯୁକ୍ତି ବାଢିଛନ୍ତି ।

ଏଠାରେ କହିବା କଥା ଯେ ରୁଷିଆ ସମେତ ଜାପାନ ଏବଂ ୟୁରୋପର ଅନେକ ରାଷ୍ଟ୍ରରେ ନିଜ ଭାଷାରେ ଚିିକିତ୍ସା ଶିକ୍ଷା ଦିଆଯାଇଆସୁଛି । ସଫଳତାର ସହ ସେସବୁ ଦେଶରେ ଚିକିତ୍ସକମାନେ କାର୍ଯ୍ୟକରିବା ସହ ନୂତନ ଗବେଷଣାର ପଥପ୍ରଦର୍ଶକ ମଧ୍ୟ ହୋଇଛନ୍ତି । ଏହି ଖବରକାଗଜର ଇତିହାସକୁ ଦେଖିଲେ ଦି ମାେ ଷ୍ଟର ଗାର୍ଡିଆନ ୧୮୨୧ରୁ ୧୯୫୯ ପର୍ଯ୍ୟନ୍ତ ମାେ ଷ୍ଟରରୁ ଇଂରାଜୀ ସାପ୍ତାହିକ ସମ୍ବାଦପତ୍ର ଭାବେ ପ୍ରକାଶ ପାଉଥିଲା, ଯାହା ଷ୍ଟାମ୍ପ ଟିକସ ଛାଡପରେ ୧୯୫୯ରୁ ଦୈନିକ ସମ୍ବାଦପତ୍ର ଭାବେ ପ୍ରକାଶ ପାଉଛି । ୧୯୬୪ରୁ ଏହାର କାର୍ଯ୍ୟାଳୟ ଲଣ୍ଡନରୁ  ଚାଲିଆସିଛି ।  ‘ଦି ସ୍କଟ ଟ୍ରଷ୍ଟ’ ମାଲିକାନାରେ ପ୍ରକାଶିତ ଏହି ଖବରକାଗଜରେ ଅନେକ ସମୟରେ ଭାରତ ସଂପର୍କରେ ନକାରାତ୍ମକ ଧାରଣା ସଂପନ୍ନ ଲେଖା ପ୍ରକାଶ ପାଇଥାଏ । ଦେଢଲକ୍ଷ ସଂଖ୍ୟାରେ ପ୍ରସାରିତ ଏହି ସମ୍ବାଦପତ୍ର ଭାରତର କୌଣସି ରାଜ୍ୟର ସ୍ଥାନୀୟ ଭାଷାର ସମ୍ବାଦପତ୍ରଠାରୁ ମଧ୍ୟ ପ୍ରସାରରେ କମ୍ । କିନ୍ତୁ ଅନୁସନ୍ଧାନ ଏବଂ ବିଦେଶ ସମ୍ବାଦ ପରିବେଷଣ ନାମରେ ଏହି ସମ୍ବାଦପତ୍ର ନିଜର ସ୍ୱତନ୍ତ୍ର ଏଜେଣ୍ଡା ନେଇ କାର୍ଯ୍ୟ କରିଥାଏ । ୨୦୦ବର୍ଷରୁ ଅଧିକକାଳ ଧରି ଭାରତରେ ଶାସନ କରି ବ୍ରିଟେନର ଭାଷା, ସଂସ୍କୃତି ଏବଂ ଧର୍ମକୁ ଜବରଦସ୍ତ ପ୍ରତିଷ୍ଠା ଦେଇଥିବା ରାଷ୍ଟ୍ରବାସୀଙ୍କୁ ଏକଦା ଉପନିବେଶ ଥିବା ସ୍ୱାଧୀନ ରାଷ୍ଟ୍ରର ଲୋକେ ସେମାନଙ୍କ ଦୀର୍ଘଦିନର ଉପନିବେଶବାଦୀ ଶିକ୍ଷା ବ୍ୟବସ୍ଥାକୁ ତ୍ୟାଗ କରିବା ଆଦୌ ଭଲଲାଗିବ ନାହିଁ । ତେଣୁ ହିନ୍ଦୀ ପାଇଁ ଗାର୍ଡିଆନର ଗାତ୍ରଦାହ ହେବା ସ୍ୱାଭାବିକ ।

Author Image

Soumendra Jena

Recent Posts

The Independence:If-the-BJP-government-is-formed-in-Odisha-drinking-water-problem-will-be-solved-as-a-priority-Bhatrahari-Mahatab

ଓଡ଼ିଶାରେ ବିଜେପି ସରକାର ଗଠନ କଲେ ଅଗ୍ରାଧିକାର ଭିତିରେ ପାନୀୟ ଜଳ ସମସ୍ୟାର ସମାଧାନ କରାଯିବ: ଭତୃହରି ମହତାବ

The Independence:Odisha-Cow-Slaughtering

Odisha : ଗୋ ମାଂସ ବୋଝେଇ ଟ୍ରକ ଜବତ

The Independence:Jagannath-Temple-Odisha-Mumbai

ଓଡିଶା ବାହାରେ ମହାପ୍ରଭୁ ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର

The Independence:Modi-Government-9-Years-Seva-Susasan-Garib-Kalyana

ନ’ ବର୍ଷର ସୁଶାସନ

The Independence:Rath-Yatra-2023-Lakhs-of-devotees-witness-Suna-Besha-of-Holy-Trinity-in-Puri

ଶ୍ରୀକ୍ଷେତ୍ରରେ ରଥାରୁଢ଼ ଶ୍ରୀଜୀଉଙ୍କ ସୁନାବେଶ, ମହଣ ମହଣ ସୁନା ଅଳଙ୍କାରରେ ସଜ୍ଜିତ ତିନି ଠାକୁର

The Independence:Puri-Ratha-Jatra-2023-Jay-Jagannath

ଶରଧାବାଲିରେ ଲାଗିଲା ତିନି ଠାକୁରଙ୍କ ତିନି ରଥ

The Independence:Ratha-Jatra-2023-ନୀଳାଦ୍ରିବିଜେରେ-ନୀଳକନ୍ଦରକୁ-ଫେରନ୍ତି-ନୀଳାଦ୍ରିନାଥ-ସରେ-ଜନ୍ମବେଦି-ଲୀଳା

Ratha Jatra 2023: ନୀଳାଦ୍ରିବିଜେରେ ନୀଳକନ୍ଦରକୁ ଫେରନ୍ତି ନୀଳାଦ୍ରିନାଥ; ସରେ ଜନ୍ମବେଦି ଲୀଳା

The Independence:Jagannath-Temple-Rath-Jatra

ଏକାବନ ଦିନରେ ଚଳଚଞ୍ଚଳ ରଥଖଳା

The Independence:ପ୍ରେମିକାକୁ-ଛୁରୀ-ଭୁଷିଲା-ପଥରରେ-ଛେଚି-ମୁହଁ-ନଷ୍ଟ-କଲା-ଜହ୍ଲାଦ-ପ୍ରେମିକ-ସାହିଲ-ଖାଁ

ପ୍ରେମିକାକୁ ଛୁରୀ ଭୁଷିଲା, ପଥରରେ ଛେଚି ମୁହଁ ନଷ୍ଟ କଲା ଜହ୍ଲାଦ ପ୍ରେମିକ ସାହିଲ ଖାଁ

The Independence:Land-Jihad-Dwarka

ଜମି ଜିହାଦର ଅନ୍ୟନାମ ଦ୍ୱାରକା

The Independence:Odisha-cant-make-progress-with-Shashikala-syndrome-Dharmendra

‘ଶଶୀକଳା ସିଣ୍ଡ୍ରୋମ’ କହିବାରୁ ସରକାରଙ୍କୁ ବାଧିଲା: ଧର୍ମେନ୍ଦ୍ର

The Independence:Land-Jihad-Love-Jihad-Jameen-Jihad-in-Odisha

ରାଜ୍ୟରେ ବଢ଼ୁଛି ଜିହାଦୀଙ୍କ ସଂଖ୍ୟା !

The Independence:The-Kerala-Story-Official-Trailer--Vipul-Amrutlal-Shah--Sudipto-Sen--Adah-Sharma--Aashin-A-Shah

The Kerala Story Official Trailer | Vipul Amrutlal Shah | Sudipto Sen | Adah Sharma | Aashin A Shah

The Independence:Guddu-Muslim-Odisha-Link-BJD

ଗୁଡ୍ଡୁ ମୁସଲମାନର ଖାସ୍, ବିଜେଡି ବିଧାୟକଙ୍କ ରାଇଟହାଣ୍ଡ

The Independence:important-files-of-the-jagannath-temple-administration-have-gone-missing

ଗାଏବ ହେଲା ଜଗନ୍ନାଥ ମନ୍ଦିର ପ୍ରଶାସନର ଗୁରୁତ୍ଵପୂର୍ଣ୍ଣ ଫାଇଲ

The Independence:Debacle-in-American-Banking-System

ଆମେରିକାର ବ୍ୟାଙ୍କିଂ ବ୍ୟବସ୍ଥାରେ ବିପର୍ଯ୍ୟୟ

The Independence:palghar-sadhu-lynching-case-to-be-investigated-by-cbi

ପାଲଘର ସାଧୁହତ୍ୟା ମାମଲାର ହେବ ସିବିଆଇ ତଦନ୍ତ

The Independence:Mix-Mandate-in-USA-Joe-Biden

ଆମେରିକାରେ ମିଶ୍ରିତ ଜନମତ

The Independence:Jayshankar-in-Fiji

ଫିଜିରେ ବିଜି ଜୟଶଙ୍କର

The Independence:Women-Freedom-Fighters-of-India-Name-List-and-Their-Roles

ଭାରତର ମହାନ ମହିଳା ସ୍ୱାଧୀନତା ସଂଗ୍ରାମୀମାନେ ଯାହାଙ୍କୁ ଇତିହାସକାରମାନେ ଭୁଲି ଯାଇଥିଲେ

The Independence:Dharmendra-Seeks-Centres-Intervention-For-Protection-Of-Archaeological-Assets-In-Odisha

ଓଡ଼ିଶାରେ ଅସୁରକ୍ଷିତ ଶିଶୁପାଳ ଗଡ଼ ଓ ଲଳିତଗିରି ପରି ଐତିହ୍ୟ କୀର୍ତ୍ତିରାଜି

The Independence:ଶ୍ରୀମନ୍ଦିରର-ପ୍ରସିଦ୍ଧ-ଦୋଳଯାତ୍ରା

ଶ୍ରୀମନ୍ଦିରର ପ୍ରସିଦ୍ଧ ଦୋଳଯାତ୍ରା

The Independence:Young-writer-Om-Priyadarshis-book-on-Paika-movement-released

ଉନ୍ମୋଚିତ ହେଲା ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଚୟନିତ ଓମ୍ ପ୍ରିୟଦର୍ଶୀଙ୍କ ପୁସ୍ତକ "ପାଇକ: ଜନ, ଆଖ୍ୟାନ ଓ ଆନ୍ଦୋଳନ"

The Independence:Baijayanta-Panda-listens-Man-Ki-Baat-Programme-at-Bhawanipatna

ଭବାନୀପାଟଣା “ମନ୍‌ କି ବାତ୍‌” କାର୍ଯ୍ୟକ୍ରମରେ ବୈଜୟନ୍ତ ପଣ୍ଡା

The Independence:ଜର୍ଜ-ସୋରୋସଙ୍କ--ନେଟୱର୍କ-ଓ-କଣ୍ଢେଇ-ମାନଙ୍କୁ-ଚିହ୍ନଟ--ଜରୁରୀ

ଜର୍ଜ ସୋରୋସଙ୍କ ନେଟୱର୍କ ଓ କଣ୍ଢେଇ ମାନଙ୍କୁ ଚିହ୍ନଟ ଜରୁରୀ