The Independence:The-Union-Minister-gave-detailed-information-along-with-the-answers-to-the-questions-asked-by-the-Chief-Minister-to-the-Prime-Minister

 ମୁଖ୍ୟମନ୍ତ୍ରୀଙ୍କୁ ପଞ୍ଜୁରୀ ଭିତର ଶୁଆ ଭଳି ସଜେଇ ଦିଆଯାଇଛି, ଶିଖା ଯାଉଥିବା କଥା ସେ କହୁଛନ୍ତି -ଧର୍ମେନ୍ଦ୍ର ପ୍ରଧାନ

ମୁଖ୍ୟମନ୍ତ୍ରୀ ଡିଏଏମକେର ଭାଷା କହୁଛନ୍ତି,  ଓଡ଼ିଆ ଅସ୍ମିତା କଥା ସେ କେମିତି ବୁଝିବେ ?

ମୁଖ୍ୟମନ୍ତ୍ରୀଙ୍କ ପାଖରେ ୪ ଜଣ ଅଣ ଓଡ଼ିଆ ଗ୍ୟାଙ୍ଗ୍ ଅଛନ୍ତି, ଆଉଟସୋର୍ସ ନେତାଙ୍କୁ ଲୋକେ ପ୍ରତ୍ୟାଖାନ କରିବେ

ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେବା ବଦଳରେ ଗାଳି କରିବା କ୍ଷୋଭର ବିଷୟ 

କ୍ଲାସିକାଲ୍ ଓଡ଼ିଆ ସେଣ୍ଟର ସ୍ଥାପନା ପାଇଁ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆନ ଲାଙ୍ଗୁଏଜ ମୁଖ୍ୟମନ୍ତ୍ରୀଙ୍କୁ ଜାଗା ମାଗିଥିଲେ, ତାହାର ୫ ବର୍ଷ ପରେ ନବୀନ ସରକାର ଖଣ୍ଡେ ଜାଗା ନୁହେଁ ବରଂ ଏକ ଘର ଦେଲେ

ଭୁବନେଶ୍ଵର ସ୍ଥିତ ପୂର୍ବାଞ୍ଚଳ ଆଞ୍ଚଳିକ ଭାଷା କେନ୍ଦ୍ର, ଓଡ଼ିଆ ଭାଷାରେ ଇଞ୍ଜିନିୟରିଂ ପୁସ୍ତକ ପ୍ରକାଶନ, ଓଡ଼ିଶା ରିସର୍ଚ୍ଚ ସେଣ୍ଟର, ଦେଶୀଆ ସମେତ ଆଞ୍ଚଳିକ ବର୍ଣ୍ଣବୋଧ ମୋଦୀ ସରକାରଙ୍କ ଉପଲବ୍ଧି 

ଓଡ଼ିଆ ଭାଷା, ଓଡ଼ିଶୀ ନୃତ୍ୟକୁ ଶାସ୍ତ୍ରୀୟ ମାନ୍ୟତା ମିଳିସାରିଛି କିନ୍ତୁ ଓଡ଼ିଶୀ ସଂଗୀତକୁ ଶାସ୍ତ୍ରୀୟ ମାନ୍ୟତା ଦେବା ପାଇଁ ସେମିତି କିଛି ବ୍ୟବସ୍ଥା ନାହିଁ, ମୁଖ୍ୟମନ୍ତ୍ରୀ ଚିଠି ଲେଖିବେ ଆଉ କହିବେ ଅଗ୍ରାହ୍ୟ ହେଲା ଏହା ଠିକ୍ କି ? 

୨୦୧୫ ଏପ୍ରିଲ ୧ରେ ପ୍ରଧାନମନ୍ତ୍ରୀ ରାଉରକେଲାରେ ଉତ୍କଳ ଦିବସ ପାଳନ କରିଛନ୍ତି, ଶ୍ରୀମନ୍ଦିର ନବକଳେବର ପାଇଁ ୫୦ କୋଟି ଟଙ୍କା ଦେଇଛନ୍ତି, ୪୯ ଜଣ ଓଡ଼ିଆଙ୍କୁ ପଦ୍ମ ପୁରସ୍କାରରେ ସମ୍ମାନିତ କରିଛନ୍ତି 

ପାଇକ ସ୍ମାରକୀ ପାଇଁ ଜମି ପ୍ରଦାନ କେବଳ କାଗଜପତ୍ରରେ ସୀମିତ, ଓଡ଼ିଆ ସଂଗ୍ରାମୀଙ୍କ ପ୍ରତି ମୁଖ୍ୟମନ୍ତ୍ରୀଙ୍କ ପ୍ରତିବଦ୍ଧତା ଅଛି କି ? କୁମ୍ଭୀର କାନ୍ଦଣା କାନ୍ଦୁଥିବା ମୁଖ୍ୟମନ୍ତ୍ରୀ କୁମ୍ଭୀର କାନ୍ଦଣାର ବଡ ଉଦାହରଣ 

ଶ୍ରୀମନ୍ଦିରର ରତ୍ନଭଣ୍ଡାର ଚାବି କିଏ ହଜାଇଲେ, ମହାପ୍ରଭୁଙ୍କ ରଥଯାତ୍ରା ବନ୍ଦ କରିବାକୁ ସୁପ୍ରିମକୋର୍ଟରେ କିଏ ମହାଷଡଯନ୍ତ୍ର କରିଥିଲା ? 

ବିଜୁ ଜନତା ଦଳ ଏବଂ ସ୍ଥାନୀୟ ନେତୃତ୍ୱଙ୍କ ବ୍ୟକ୍ତିଗତ ସ୍ୱାର୍ଥ ଯୋଗୁଁ କୋଷ୍ଟାଲ ହାଇୱେ କାମ ବନ୍ଦ ପଡ଼ିଛି

ଓଡ଼ିଶାର ଚାଷୀଙ୍କ ଠାରୁ ୬୦୯.୩୦ ଲକ୍ଷ ମେଟ୍ରିକ୍ ଟନ୍ ଧାନ ଓ ଚାଉଳ କିଣାଯାଇଛି ଓ ସେମାନଙ୍କୁ ଧାନକିଣା ବାବଦକୁ ପ୍ରାୟ ୧.୯ ଲକ୍ଷ କୋଟି ଟଙ୍କା ପ୍ରଦାନ କରାଯାଇଛି

ମୋଦୀ ଯେଉଁ ଯୋଜନା କଲେ ମୁଖ୍ୟମନ୍ତ୍ରୀ ପରଶ୍ରୀକାତର ହୋଇ ତାହାକୁ ବନ୍ଦ କରନ୍ତି 

ମୋଦୀ ସରକାରଙ୍କ ଖଣି ସଂସ୍କାର ପାଇଁ ଓଡ଼ିଶା ବାର୍ଷିକ ୫୦ ହଜାର କୋଟି ଟଙ୍କା ପାଉଅଛି, ଓଡ଼ିଶାକୁ ଡିଏମଏଫ ପାଣ୍ଠିରେ ୨୫,୪୨୬ କୋଟିରୁ ଅଧିକ ଟଙ୍କା ଦିଆଯାଇଛି

ଗୁଜୁରାଟ ଅନେକ କ୍ଷେତ୍ରରେ ୧ ନମ୍ବର ହୋଇଛି, କିନ୍ତୁ ଓଡ଼ିଶାରେ ରୋଜଗାର, ମହିଳା ଅତ୍ୟାଚାରରେ ତଳଆଡୁ ୧ ନମ୍ବର

ସମ୍ବଲପୁର,  ମଇ ୧୨ – ମୁଖ୍ୟମନ୍ତ୍ରୀ  ପଞ୍ଜୁରୀରେ ଥିବା ଶୁଆ ହୋଇଛନ୍ତି । ଯାହା ଶିଖାଯାଉଛି ତାହା କହୁଛନ୍ତି । ମୁଖ୍ୟମନ୍ତ୍ରୀ ଡିଏଏମକେର ଭାଷା କହୁଛନ୍ତି ।  ଭାରତର ଅସ୍ମୀତା ବିପରୀତ କଥା କହୁଛନ୍ତି । ଓଡ଼ିଆ ଅସ୍ମିତା କଥା ସେ କେମିତି ବୁଝିବେ ? ଏ ସବୁ ଉପରେ ପ୍ରଶ୍ନ କଲେ ତାଙ୍କୁ କଷ୍ଟ ହେବା ସ୍ୱାଭାବିକ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । 

ରବିବାର ସମ୍ବଲପୁରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ଭିଡିଓ ଜାରି କରି ପ୍ରଧାନମନ୍ତ୍ରୀଙ୍କୁ ପଚାରିଥିବା ପ୍ରଶ୍ନର ଉତ୍ତରରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ପ୍ରତିକ୍ରିୟାଶୀଳ ହୋଇ ପ୍ରଧାନମନ୍ତ୍ରୀଙ୍କୁ ଓଡ଼ିଶାକୁ କେତେ ମନେ ରଖିଛନ୍ତି ବୋଲି ପ୍ରଶ୍ନ କରିଛନ୍ତି । ତେବେ ପ୍ରଧାନମନ୍ତ୍ରୀ ପଚାରିଥିବା ମୂଳ ପ୍ରଶ୍ନର ଉତ୍ତର ମୁଖ୍ୟମନ୍ତ୍ରୀଙ୍କୁ ଜଣାଅଛି କି ? ମୁଖ୍ୟମନ୍ତ୍ରୀ ଅନେକ ବିଷୟରେ ଅବଗତ ନାହାନ୍ତି । ସେ ଆଜି ଭିଡିଓରେ ଅଛନ୍ତି । ତାଙ୍କୁ ଯାହା ଲେଖିକି ଦିଆଯାଉଛି, ତାହା ସେ ଉପସ୍ଥାପିତ କରୁଛନ୍ତି । ମୁଖ୍ୟମନ୍ତ୍ରୀ ତାଙ୍କ ସୁବିଧାରେ କଥା ଗୁଡିକ ମନେରଖୁଛନ୍ତି, ବାକି କଥାକୁ ଭୁଲି ଯିବା ପାଇଁ ତାଙ୍କର ଅଉଟ ସୋର୍ସ କର୍ମଚାରୀ ତାଙ୍କୁ ସେ ଦିଗରେ ନେଇଯାଉଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ପାଖରେ ନୈତିକତା ନାହିଁ, ଇର୍ଷା କରିବା ଛାଡି କିଛି ପନ୍ଥା ନାହିଁ । ମୁଖ୍ୟମନ୍ତ୍ରୀ ପଞ୍ଜୁରୀ ଭିତରେ ଆବଦ୍ଧ ହୋଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ପାଖରେ ୪ ଜଣ ଅଣ ଓଡ଼ିଆ ଗ୍ୟାଙ୍ଗ୍ ଅଛନ୍ତି । ଓଡ଼ିଆ ଲୋକମାନଙ୍କ ପାଇଁ ସେ ନ୍ୟାୟ କରୁନାହାନ୍ତି । ମୁଖ୍ୟମନ୍ତ୍ରୀ ଆଣିଥିବା ଆଉଟ ସୋର୍ସ ନେତାଙ୍କୁ ଓଡ଼ିଆ ଲୋକମାନେ ଗ୍ରହଣ କରିବେ ନାହିଁ । ଗଣତନ୍ତ୍ରରେ ଲୋକମାନେ ସରକାର ଗଠନର ନିର୍ଣ୍ଣୟ କରିବେ, ମୁଖ୍ୟମନ୍ତ୍ରୀଙ୍କ ଆଗାମୀ ବର୍ଷ ବର୍ଷ ଘରି ବିଜେଡି ଓଡ଼ିଶାରେ ସରକାର କରିବାର ଦମ୍ଭ ଏକଛତ୍ରବାଦୀ ଶାସନର ପରିଚୟ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ୨୦୧୪ରେ ଓଡ଼ିଆ ଭାଷା ଶାସ୍ତ୍ରୀୟ ମାନ୍ୟତା ପାଇବା ପରେ ଶିକ୍ଷା ବିଭାଗର ସେଣ୍ଟରାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆନ ଲାଙ୍ଗୁଏଜ୍(ସିଆଇଆଇଏଲ) ରାଜ୍ୟ ସରକାରଙ୍କୁ ଖଣ୍ଡେ ଜାଗା ମାଗିଥିଲେ । ଏହାର ୫ ବର୍ଷ ପରେ ନବୀନ ସରକାର ଖଣ୍ଡେ ଜାଗା ନୁହେଁ ବରଂ ଏକ ଘର ଦିଆଗଲା ସେଣ୍ଟର ଅଫ୍ ଏକ୍ସଲେନ୍ସ ଫର୍ କ୍ଲାସିକାଲ୍ ଓଡ଼ିଆ ସେଣ୍ଟର ସ୍ଥାପନା କରାଗଲା । ଏହାବ୍ୟତିତ ମୋଦୀ ସରକାରରେ କେନ୍ଦ୍ରୀୟ ଭାରତୀୟ ଭାଷା ପ୍ରତିଷ୍ଠାନର ଭୁବନେଶ୍ଵର ସ୍ଥିତ ପୂର୍ବାଞ୍ଚଳ ଆଞ୍ଚଳିକ ଭାଷା କେନ୍ଦ୍ରର ବିକାଶ ପାଇଁ ୩୦ କୋଟି ଟଙ୍କା ଦିଆଯାଇଛି । ୟୁଜିସି ତରଫରୁ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଓଡ଼ିଆ ଭାଷାରେ ଇଞ୍ଜିନିୟରିଂ ପୁସ୍ତକ ପ୍ରକାଶିତ ହୋଇଛି । ଓଡ଼ିଆ ଅସ୍ମିତା ଏବଂ ଓଡ଼ିଶାର କଳା, ସଂସ୍କୃତି, ଇତିହାସ ଓ ରାଜନୀତିରେ ଉଚ୍ଚସ୍ତରୀୟ ଗବେଷଣା ପାଇଁ ଓଡ଼ିଶା ରିସର୍ଚ୍ଚ ସେଣ୍ଟର ପ୍ରତିଷ୍ଠା ହୋଇଛି । ସ୍ଥାନୀୟ ଭାଷା ଦେଶିଆ, କୁଇ, ଗଡ଼ବା, ଜୁଆଙ୍ଗ ଏବଂ ସୌରା ଭାଷାରେ ବର୍ଣ୍ଣବୋଧ ଉପଲବ୍ଧ ହୋଇଛି । କେନ୍ଦ୍ର ସରକାର ଭାଷା ଆଧାରିତ ଶିକ୍ଷା ତିଆରି କରୁଛନ୍ତି । ଓଡ଼ିଆ ଭାଷା ପ୍ରତି ପ୍ରତିବଦ୍ଧତା ଉପରେ ତାଙ୍କର ସହଯୋଗୀ ମାନେ ଅବଗତ କରାଇନାହାନ୍ତି । 

ଓଡ଼ିଶୀ ସଙ୍ଗୀତ ଉପରେ ମୁଖ୍ୟମନ୍ତ୍ରୀ କରିଥିବା ପ୍ରଶ୍ନ ବି ସମ୍ପୂର୍ଣ୍ଣ  ଭିତ୍ତିହୀନ । ଓଡ଼ିଆ ଭାଷା, ଓଡ଼ିଶୀ ନୃତ୍ୟକୁ ଶାସ୍ତ୍ରୀୟ ମାନ୍ୟତା ମିଳିସାରିଛି କିନ୍ତୁ ଓଡ଼ିଶୀ ସଂଗୀତକୁ ଶାସ୍ତ୍ରୀୟ ମାନ୍ୟତା ଦେବା ପାଇଁ ଭାରତ ସରକାରଙ୍କ ପାଖରେ ସେମିତି କିଛି ବ୍ୟବସ୍ଥା ନାହିଁ ବୋଲି କେନ୍ଦ୍ର ସଂସ୍କୃତି ବିଭାଗ ଅଧୀନରେ ଥିବା ସଙ୍ଗୀତ ନାଟକ ଏକାଡେମୀ ସ୍ପଷ୍ଟ କରିଛି I ଯେଉଁ ବିଷୟ ଭାରତର ବ୍ୟବସ୍ଥାରେ ନାହିଁ, ସେଥିପାଇଁ ମୁଖ୍ୟମନ୍ତ୍ରୀ ବାରମ୍ବାର ସେଥିପାଇଁ ଚିଠି ଲେଖିବେ ଆଉ କହିବେ ଅଗ୍ରାହ୍ୟ ହେଲା ଏହା ଠିକ୍ କି ? ସତ କଥା ଶୁଣିବା ପାଇଁ ମୁଖ୍ୟମନ୍ତ୍ରୀ ଓ ତାଙ୍କ ସହଯୋଗୀଙ୍କ ଧୈର୍ଯ୍ୟ ନାହିଁ । 

୨୦୧୫ ଏପ୍ରିଲ ୧ରେ ପ୍ରଧାନମନ୍ତ୍ରୀ ରାଉରକେଲା ଆସି ଉତ୍କଳ ଦିବସ ପାଳନ କଲେ । ସେହି ବର୍ଷ ସେ ଶ୍ରୀମନ୍ଦିରର ନବକଳେବର ପାଇଁ ୫୦ କୋଟି ଟଙ୍କା କେନ୍ଦ୍ରରୁ ଆର୍ଥିକ ସହାୟତା ଦେଇଥିଲେ । ମୋଦୀ ସରକାର ଓଡ଼ିଶାର ସାମାଜିକ ଜୀବନର ୪୯ ଜଣଙ୍କୁ ପଦ୍ମ ପୁରସ୍କାରରେ ସମ୍ମାନିତ କରିଛନ୍ତି । ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେବା ବଦଳରେ ଗାଳି କରିବା କ୍ଷୋଭର ବିଷୟ । ଖୋର୍ଦ୍ଧା ଜିଲ୍ଲାର ବରୁଣେଇ ପାଦଦେଶରେ ପାଇକ ବିଦ୍ରୋହର ସ୍ମାରକୀ ପାଇଁ ତତ୍କାଳୀନ ଅର୍ଥ ମନ୍ତ୍ରୀ ସ୍ୱର୍ଗତ ଅରୁଣ ଜେଟଲୀ ବଜେଟରେ ଘୋଷଣା କରିଥିଲେ । ଡାକ ଟିକେଟ ମୁଦ୍ରା ପ୍ରଚଳନ କରାଗଲା । ପାଇକ ସ୍ମାରକୀ ପାଇଁ ଜମି ପ୍ରଦାନ କେବଳ କାଗଜପତ୍ରରେ ସୀମିତ । ଓଡ଼ିଆ ସଂଗ୍ରାମୀଙ୍କ ପ୍ରତି ମୁଖ୍ୟମନ୍ତ୍ରୀଙ୍କ ପ୍ରତିବଦ୍ଧତା ଅଛି କି ? କୁମ୍ଭୀର କାନ୍ଦଣା କାନ୍ଦୁଥିବା ମୁଖ୍ୟମନ୍ତ୍ରୀ କୁମ୍ଭୀର କାନ୍ଦଣାର ବଡ ଉଦାହରଣ । ଓଡିଶାର କଳା  ଓ ସଂସ୍କୃତିର ପରିଚୟ କୋଣାର୍କ ଚକ୍ର ତଳେ ପ୍ରଧାନମନ୍ତ୍ରୀ ବିଶ୍ୱସ୍ତରର ନେତାଙ୍କୁ ସ୍ୱାଗତ କଲେ । ଏହାଠାରୁ ବଡ ଗୌରବର  କଥା କିଛି ଓଡିଶା ପାଇଁ ନହୋଇପାରେ । ପ୍ରଧାନମନ୍ତ୍ରୀଙ୍କ ଅପମାନ କରିବା ମୁଖ୍ୟମନ୍ତ୍ରୀଙ୍କ ମୁହଁରେ ଶୋଭାପାଉନାହିଁ ।  

ଓଡ଼ିଆ ଲୋକଙ୍କ ଭାବାବେଗ ସହ ଯୋଡି ହୋଇଥିବା ଶ୍ରୀମନ୍ଦିରର ରତ୍ନଭଣ୍ଡାର ଚାବି କିଏ ହଜାଇଲେ ? କୋଭିଡ୍ ସମୟରେ ଚକ୍ରାନ୍ତ କରି ମହାପ୍ରଭୁଙ୍କ ରଥଯାତ୍ରା ବନ୍ଦ କରିବାକୁ ସୁପ୍ରିମକୋର୍ଟରେ କିଏ ମହାଷଡଯନ୍ତ୍ର କରିଥିଲା ? ମହାପ୍ରଭୁଙ୍କ ଅନୁଯାୟୀ ଭାବେ ପ୍ରଧାନମନ୍ତ୍ରୀ ହସ୍ତକ୍ଷେପ ବଳରେ ରଥଯାତ୍ରା କରିବା ପାଇଁ ଅନୁମତି ଦିଆଗଲା ? ପ୍ରଧାନମନ୍ତ୍ରୀଙ୍କ ଓଡ଼ିଆଙ୍କ ପ୍ରତି ପ୍ରତିବଦ୍ଧତା ନବୁଝି ତାଙ୍କ ଉପରେ ଦୋଷ ଲଦିବା ଦୁର୍ଭାଗ୍ୟଜନକ ।  

ବିଜୁ ଜନତା ଦଳ ଏବଂ ଏହାର ସ୍ଥାନୀୟ ନେତୃତ୍ୱଙ୍କ ବ୍ୟକ୍ତିଗତ ସ୍ୱାର୍ଥ ଯୋଗୁଁ କୋଷ୍ଟାଲ ହାଇୱେ କାମ ବନ୍ଦ ପଡ଼ିଛି । ୧୦ ହଜାର କୋଟି ଟଙ୍କାର ବ୍ୟୟବରାଦ କଲା ପରେ ମୁଖ୍ୟମନ୍ତ୍ରୀ ଚିଲିକାର ସୌନ୍ଦର୍ଯ୍ୟ ନାମରେ ଏଗହି କାମକୁ ବନ୍ଦ କଲେ । କିଛି ପ୍ରଭାବଶାଳୀ ବିଧାୟକ ନିଜ ଘର ଦେଇ ଜାତୀୟ ରାଜପଥ ନେବା ପାଇଁ ବିବାଦ କଲେ । କେତେ ଦିନ ଆଉ ମୁଖ୍ୟମନ୍ତ୍ରୀଙ୍କୁ ସେ ଠକିବେ ?  ମୋଦୀ ଯେଉଁ ଯୋଜନା କଲେ ମୁଖ୍ୟମନ୍ତ୍ରୀ ପରଶ୍ରୀକାତର ହୋଇ ତାହାକୁ ବନ୍ଦ କରନ୍ତି । 

ମୁଖ୍ୟମନ୍ତ୍ରୀ ଧାନର ଏମଏସପି କଥା କହୁଛନ୍ତି । ୨୦୧୪-୧୫ରେ କଂଗ୍ରେସ ସରକାରରେ ଧାନର ଏମଏସପି କ୍ୱିଣ୍ଟାଲ ପିଛା ୧୩୬୦ ଟଙ୍କା ଥିବାବେଳେ ୨୦୨୩-୨୪ରେ ଧାନର ଏମଏସପି କ୍ୱିଣ୍ଟାଲ ପିଛା ୨୧୮୩ ଟଙ୍କାରେ ପହଞ୍ଚିଛି । ମୁଖ୍ୟମନ୍ତ୍ରୀ ୨୦୧୩ରେ ସୋହେଲାରେ ବରଗଡ ସୋହେଲାରେ ଚାଷୀଙ୍କ ପାଇଁ ଧାନରେ ୧୦୦ ଟଙ୍କା ବୋନ୍‌ସ ଦେବାର ଘୋଷଣା କୁଆଡେ ଗଲା ? କଂଗ୍ରେସ ୨୦୦୪ରୁ ୨୦୧୪ ପର୍ଯ୍ୟନ୍ତ ୧୦ ବର୍ଷରେ ଓଡ଼ିଶାରୁ ମାତ୍ର ୩୭୦ ଲକ୍ଷ ମେଟ୍ରିକ୍ ଟନ୍ ଧାନ କିଣିଛି, ଯାହାର ମୂଲ୍ୟ ୩୫,୭୯୦ କୋଟି ଟଙ୍କା । ବୀପରିତରେ ଗତ ୧୦ ବର୍ଷ ମଧ୍ୟରେ ଓଡ଼ିଶାର ଚାଷୀଙ୍କ ଠାରୁ ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ୬୦୯.୩୦ ଲକ୍ଷ ମେଟ୍ରିକ୍ ଟନ୍ ଧାନ ଓ ଚାଉଳ କିଣାଯାଇଛି ଓ ସେମାନଙ୍କୁ ଏହି ବାବଦରେ ପ୍ରାୟ ୧.୯ ଲକ୍ଷ କୋଟି ଟଙ୍କା ପ୍ରଦାନ କରାଯାଇଛି ।  

ମୁଖ୍ୟମନ୍ତ୍ରୀ କୋଇଲା ରୟାଲ୍ଟି ନେଇ ପ୍ରଶ୍ନ କରିଛନ୍ତି । ତେବେ ସତ କଥା ହେଉଛି, କଂଗ୍ରେସ ସରକାର ସମୟରେ ଓଡ଼ିଶା ଖଣିଜ ରାଜସ୍ୱ ବାବଦକୁ ୪୯୨୫ କୋଟିରୁ କମ୍ ଟଙ୍କା ପାଉଥିଲା । କିନ୍ତୁ ମୋଦୀ ସରକାରଙ୍କ ଖଣି ସଂସ୍କାର ଓ ନିଲାମରେ ସ୍ୱଚ୍ଛତା କାରଣରୁ ଓଡ଼ିଶା ଏବେ ବାର୍ଷିକ ୫୦ ହଜାର କୋଟି ଟଙ୍କା ପାଉଅଛି । ମୋଦୀଙ୍କ ସମୟରୁ ଓଡ଼ିଶା ୨.୩୯ ଲକ୍ଷ କୋଟି ଟଙ୍କା ଖଣିଜ ରାଜସ୍ୱ ଆୟ କରିଛି । ଓଡ଼ିଶାକୁ ଡିଏମଏଫ ପାଣ୍ଠିରେ ୨୫,୪୨୬ କୋଟିରୁ ଅଧିକ ଟଙ୍କା ଦିଆଯାଇଛି । ପ୍ରଧାନମନ୍ତ୍ରୀ ମୋଦୀଙ୍କ ପାଇଁ ଗୁଜୁରାଟ ସମେତ ଅନେକ ରାଜ୍ୟ ସର୍ବଭାରତୀୟ ସ୍ତରରେ ଅନେକ କ୍ଷେତ୍ରରେ ୧ ନମ୍ବର ହୋଇଛି । କିନ୍ତୁ ଓଡ଼ିଶାରେ ରୋଜଗାର, ମହିଳା ଅତ୍ୟାଚାରରେ ତଳଆଡୁ ୧ ନମ୍ବର । ରାଜ୍ୟରୁ ଏକ ତୃତୀୟାଂଶ ଲୋକ ଗୁଜୁରାଟ, ମହାରାଷ୍ଟ୍ର, କର୍ଣ୍ଣାଟକ ଭଳି ରାଜ୍ୟ ବାହାରକୁ ଯାଇ କାମ କରିବାକୁ ଯାଉଛନ୍ତି । ମୁଖ୍ୟମନ୍ତ୍ରୀ ରୋଜଗାର ଉପରେ ପ୍ରଶ୍ନ କରିବା ପୂର୍ବରୁ ନିଜେ ଶ୍ୱେତପତ୍ର ପ୍ରକାଶ କରନ୍ତୁ, ହିଞ୍ଜିଳି ଓ କଣ୍ଟାବାଞ୍ଜିରେ କେତେ ଜଣ ଦାଦନ ଖଟିବା ପାଇଁ ଯାଉଛନ୍ତି ଓ ସେଠାକାର ଯୁବକ ଯୁବତୀଙ୍କ ରୋଜଗାର ପାଇଁ ସେ କଣ କରିଛନ୍ତି ବୋଲି କେନ୍ଦ୍ରମନ୍ତ୍ରୀ ପ୍ରଶ୍ନ କରିଛନ୍ତି ।

Author Image

Independence News

Recent Posts

The Independence:ପାଣ୍ଡିଆନଙ୍କ-ରାଜନୈତିକ-ଅଭିଳାଷକୁ-ଚରିତାର୍ଥ-କରିବା-ପାଇଁ-ବିଜେଡିର-ମ୍ୟାନିଫେଷ୍ଟୋ-ଆସିଛି-ଅନିଲ-ବିଶ୍ୱାଳ

ପାଣ୍ଡିଆନଙ୍କ-ରାଜନୈତିକ-ଅଭିଳାଷକୁ-ଚରିତାର୍ଥ-କରିବା-ପାଇଁ-ବିଜେଡିର-ମ୍ୟାନିଫେଷ୍ଟୋ-ଆସିଛି-ଅନିଲ-ବିଶ୍ୱାଳ

The Independence:Prime-Minister-Modi-will-come-to-Odisha-tomorrow

କାଲି ଓଡିଶା ଆସିବେ ପ୍ରଧାନମନ୍ତ୍ରୀ ମୋଦୀ

The Independence:Naveen-Bishnudev-Sai-has-not-done-anything-new-for-the-development-of-Odisha

ଓଡ଼ିଶାର ବିକାଶ ପାଇଁ ନୂଆ କିଛି କରିନାହାନ୍ତି ନବୀନ –ବିଷ୍ଣୁଦେବ ସାଏ

The Independence:Union-Ministers-response-to-allegations-of-BJP-breaking-BJD

ବିଜେଡିକୁ ବିଜେପି ଭାଙ୍ଗି ଦେବା ଅଭିଯୋଗ ଉପରେ କେନ୍ଦ୍ରମନ୍ତ୍ରୀଙ୍କ ପ୍ରତିକ୍ରିୟା

The Independence:BJP-delegation-met-the-Chief-Electoral-Officer-of-the-state

ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲା ବିଜେପି ପ୍ରତିନିଧିମଣ୍ଡଳୀ

The Independence:The-Union-Minister-went-door-to-door-in-Sambalpur

ସମ୍ବଲପୁରରେ ଘର ଘର ବୁଲି ପ୍ରଚାର କଲେ କେନ୍ଦ୍ରମନ୍ତ୍ରୀ

The Independence:Hundreds-of-BJJ-leaders-and-workers-from-Bari-constituency-joined-the-BJP

ବରୀ ନିର୍ବାଚନ ମଣ୍ଡଳୀର ଶତାଧିକ ବିଜେଡି ନେତା ଓ କର୍ମୀ ବିଜେପିରେ ଯୋଗ ଦେଲେ

The Independence:BJP-delegation-met-the-Chief-Electoral-Officer-of-the-state

ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲା ବିଜେପି ପ୍ରତିନିଧିମଣ୍ଡଳୀ

The Independence:PMs-press-conference-in-Sambalpur-with-Modi-guarantee-and-Odisha-resolution-letter

ମୋଦୀ ଗ୍ୟାରେଣ୍ଟି ଏବଂ ଓଡ଼ିଶା ସଂକଳ୍ପ ପତ୍ର ନେଇ ସମ୍ବଲପୁରରେ କେନ୍ଦ୍ରମନ୍ତ୍ରୀଙ୍କ ପ୍ରେସମିଟ୍

The Independence:BJG-government-will-end-Baijayant-Panda

ବିଜେଡି ସରକାରର ଅନ୍ତ ହେବ: ବୈଜୟନ୍ତ ପଣ୍ଡା

The Independence:BJC-candidate-Pranab-Das-showed-2-in-Arts-in-2009-while-science-student-showed-2-in-2024-is-ridiculous-Thachanambar-Acharya

ବିଜେଡି ପ୍ରାର୍ଥୀ ପ୍ରଣବ ଦାସ ସତ୍ୟପାଠରେ ୨୦୦୯ରେ +୨ କଳା ଦେଖାଇଥିବା ବେଳେ ୨୦୨୪ରେ +୨ ବିଜ୍ଞାନ ଛାତ୍ର ଦେଖାଇବା ହାସ୍ୟାସ୍ପଦ: ପିତାମ୍ବର ଆଚାର୍ଯ୍ୟ

The Independence:Union-Minister-in-Sambalpur-at-the-merger-festival

ସମ୍ବଲପୁରରେ ମିଶ୍ରଣ ପର୍ବରେ କେନ୍ଦ୍ରମନ୍ତ୍ରୀ

The Independence:ରାଜ୍ୟ-ମୁଖ୍ୟ-ନିର୍ବାଚନ-ଅଧିକାରୀଙ୍କୁ-ଭେଟିଲା-ବିଜେପି-ପ୍ରତିନିଧିମଣ୍ଡଳୀ

ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲା ବିଜେପି ପ୍ରତିନିଧିମଣ୍ଡଳୀ

The Independence:June-4-Expiry-date-of-BJG-Govt---Prime-Minister

ଜୁନ୍ ୪ ବିଜେଡି ସରକାରର ଏକ୍ସପାୟରୀ ଡେଟ୍ – ପ୍ରଧାନମନ୍ତ୍ରୀ

The Independence:If-the-BJP-government-is-formed-in-Odisha-drinking-water-problem-will-be-solved-as-a-priority-Bhatrahari-Mahatab

ଓଡ଼ିଶାରେ ବିଜେପି ସରକାର ଗଠନ କଲେ ଅଗ୍ରାଧିକାର ଭିତିରେ ପାନୀୟ ଜଳ ସମସ୍ୟାର ସମାଧାନ କରାଯିବ: ଭତୃହରି ମହତାବ

The Independence:Cow-Slaughtering-Beef-Smuggling-in-Odisha-High

Odisha : ବୃଦ୍ଧି ପାଇବାରେ ଲାଗିଛି ଗୋମାଂସ ଚୋରାଚାଲାଣ

The Independence:Odisha-Cow-Slaughtering

Odisha : ଗୋ ମାଂସ ବୋଝେଇ ଟ୍ରକ ଜବତ

The Independence:Jagannath-Temple-Odisha-Mumbai

ଓଡିଶା ବାହାରେ ମହାପ୍ରଭୁ ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର

The Independence:Modi-Government-9-Years-Seva-Susasan-Garib-Kalyana

ନ’ ବର୍ଷର ସୁଶାସନ

The Independence:Rath-Yatra-2023-Lakhs-of-devotees-witness-Suna-Besha-of-Holy-Trinity-in-Puri

ଶ୍ରୀକ୍ଷେତ୍ରରେ ରଥାରୁଢ଼ ଶ୍ରୀଜୀଉଙ୍କ ସୁନାବେଶ, ମହଣ ମହଣ ସୁନା ଅଳଙ୍କାରରେ ସଜ୍ଜିତ ତିନି ଠାକୁର

The Independence:Puri-Ratha-Jatra-2023-Jay-Jagannath

ଶରଧାବାଲିରେ ଲାଗିଲା ତିନି ଠାକୁରଙ୍କ ତିନି ରଥ

The Independence:Ratha-Jatra-2023-ନୀଳାଦ୍ରିବିଜେରେ-ନୀଳକନ୍ଦରକୁ-ଫେରନ୍ତି-ନୀଳାଦ୍ରିନାଥ-ସରେ-ଜନ୍ମବେଦି-ଲୀଳା

Ratha Jatra 2023: ନୀଳାଦ୍ରିବିଜେରେ ନୀଳକନ୍ଦରକୁ ଫେରନ୍ତି ନୀଳାଦ୍ରିନାଥ; ସରେ ଜନ୍ମବେଦି ଲୀଳା

The Independence:Jagannath-Temple-Rath-Jatra

ଏକାବନ ଦିନରେ ଚଳଚଞ୍ଚଳ ରଥଖଳା

The Independence:ପ୍ରେମିକାକୁ-ଛୁରୀ-ଭୁଷିଲା-ପଥରରେ-ଛେଚି-ମୁହଁ-ନଷ୍ଟ-କଲା-ଜହ୍ଲାଦ-ପ୍ରେମିକ-ସାହିଲ-ଖାଁ

ପ୍ରେମିକାକୁ ଛୁରୀ ଭୁଷିଲା, ପଥରରେ ଛେଚି ମୁହଁ ନଷ୍ଟ କଲା ଜହ୍ଲାଦ ପ୍ରେମିକ ସାହିଲ ଖାଁ

The Independence:Land-Jihad-Dwarka

ଜମି ଜିହାଦର ଅନ୍ୟନାମ ଦ୍ୱାରକା