ଜାତୀୟ ଶିଶୁ ଅଧୀକାର ଆୟୋଗ (ଏନସିପିସିଆର)ଙ୍କର ରିପୋର୍ଟକୁ ଆଧାର କରି ଆସାମ ସାଂସଦ ବଦରୁଦ୍ଦିନ ଅଜମଲଙ୍କ ଏନଜିଓ ବିରୋଧରେ ଗୃହ ମନ୍ତ୍ରଣାଳୟ ତଦନ୍ତ ଆରମ୍ଭ କରିଛି । ଏହାର ଅନୁସନ୍ଧାନ ବେଳେ ଏନସିପିସିଆର ଜାଣିବାକୁ ପାଇଛି ସାଂସଦଙ୍କ ଦ୍ୱାରା ପରିଚାଳିତ ମାରକାଜୁଲ ମାରିଫ ଓ ଅନ୍ୟ ଶିଶୁଗୃହ ମାନଙ୍କରୁ ପ୍ରାୟ ୩୦୦ ପିଲା ନିଖୋଜ ଅଛନ୍ତି, ସେମାନେ କେଉଁଠି ଅଛନ୍ତି ସେମାନଙ୍କର ବାପା ମା ମାନେ ଜାଣିନାହାନ୍ତି । ଡିସେମ୍ବର ୧୪ ରୁ ଡିସେମ୍ବର ୧୮ ମଧ୍ୟରେ ଆସାମର ଧୁବ୍ରି, ଗୋଲପାରା, ହୋଜାଇ, ନାଗାଓଁ ଜିଲ୍ଲା ଏବଂ ମଣିପୁରର ଥୋବାଲ ଜିଲ୍ଲାର ଥିବା ଶିଶୁ ଯତ୍ନ ପ୍ରତିଷ୍ଠାନରେ ଏହି ଯାଂଚ କରାଯାଇଥିଲାବେଳେ ଏଭଳି ସାଙ୍ଘାତିକ କଥା ସାମନାକୁ ଆସିଛି ।
ଅଲ ଇଣ୍ଡିଆ ୟୁନାଇଟେଡ୍ ଡେମୋକ୍ରାଟିକ୍ ଫ୍ରଂଟର ମୁଖ୍ୟ ତଥା ଲୋକସଭା ସାଂସଦ ବଦ୍ରୁଦ୍ଦିନ ଅଜମଲଙ୍କ ଦ୍ୱାରା ପରିଚାଳିତ ଏନଜିଓ ବିରୋଧରେ ଗୃହ ମନ୍ତ୍ରଣାଳୟ ଏକ ତଦନ୍ତ ଆରମ୍ଭ କରିଛି । ଜାତୀୟ ଶିଶୁ ସୁରକ୍ଷା ଅଧିକାର ଆୟୋଗ ଦ୍ୱାରା ଦାଖଲ ହୋଇଥିବା ରିପୋର୍ଟ ଉପରେ ଆଧାର କରି ଏହି ଅନୁସନ୍ଧାନ କରାଯାଇଛି ।
ଏନସିପିସିଆର ଏହାର ରିପୋର୍ଟରେ କହିଛି ଯେ ମଣିପୁର ଏବଂ ଆସାମରେ ଥିବା ଶିଶୁ ଯତ୍ନ ପ୍ରତିଷ୍ଠାନଗୁଡିକ ଦ୍ୱାରା ମାର୍କାଜୁଲ ମାରିଫ ନାମରେ ଚାଲୁଥିବା ପାଣ୍ଠିର ଅପବ୍ୟବହାର ହୋଇଛି । ଏହି ସଂଗଠନ ଅନ୍ତର୍ଜାତୀୟ ସଂଗଠନରୁ କୋଟି କୋଟି ବିଦେଶୀ ପାଣ୍ଠି ଗ୍ରହଣ କରିଛି ଯେଉଁଥିରେ ଅଲ-କାଏଦା ସମେତ ଆତଙ୍କବାଦୀ ସଂଗଠନ ସହ ଲିଙ୍କ ରହିଛି ।