ଉତ୍ତର ପ୍ରଦେଶର ମଉ ଜିଲ୍ଲାରେ ଲୋକ ମାନଙ୍କୁ ଛଳପୂର୍ବକ ଧର୍ମାନ୍ତରଣ କରିବାକୁ ପ୍ରୟାସ କରୁଥିବା ବେଳେ ସ୍ଥାନୀୟ ଲୋକ ମାନଙ୍କ ସୂଚନା ଆଧାରରେ ପୋଲିସ ତିନି ଜଣ ଧର୍ମାନ୍ତରଣକାରୀ ଖ୍ରୀଷ୍ଟିଆନ ପାଦ୍ରୀଙ୍କୁ ଗିରଫ କରିଛି । ଏହି ପାଦ୍ରୀ ମାନେ ଏହି ଅଂଚଳରେ ଅନ୍ଧବିଶ୍ବାସ ପ୍ରସାର କରୁଥିଲେ ଓ ଲୋକଙ୍କୁ ଛଳପୂର୍ବକ ଧର୍ମାନ୍ତରୀକରଣ କାମରେ ଲିପ୍ତ ଥିଲେ ।
ମିଳିଥିବା ସୂଚନା ଅନୁସାରେ ମଊ ଜିଲ୍ଲାର ଦରୌରା ଗାଁରେ ଏମାନେ ରୋଗ ଭଲ କରିଦେବା କଥା କହି ଧର୍ମାନ୍ତରୀକରଣ କରିବାକୁ ଚେଷ୍ଟା କରୁଥିଲେ । ସେମାନେ ପାଖାପାଖି 20 ଜଣଙ୍କୁ ଧର୍ମାନ୍ତରଣ କରିବାର ଯୋଜନା ରଖିଥିଲେ । ତେବେ ସ୍ଥାନୀୟ ବିଶ୍ବ ହିନ୍ଦୁ ପରିଷଦର ଜଣେ କର୍ମକର୍ତାଙ୍କୁ ଏହାର ସୂଚନା ମିଳିବା ପରେ ସେ ଅନ୍ୟ ହିନ୍ଦୁ ସଂଗଠନର କର୍ମକର୍ତା ମାନଙ୍କ ସହ ସେଠାରେ ପହଂଚିବା ସହ ପୋଲିସକୁ ଖବର ଦେଇଥିଲେ । ପୋଲିସ ଖବର ପାଇବା ପରେ ସେଠାରେ ପହଂଚିଥିଲା ଓ ତିନି ଜଣ ପାଦ୍ରୀକୁ ଗିରଫ କରିଥିବା ଜଣା ପଡିଛି ।