୨୦୧୯ ମସିହା ଅଗଷ୍ଟ ମାସ ପାଂଚ ତାରିଖ ଦିନ ସଂସଦରେ ଅନୁଚ୍ଛେଦ ୩୭୦ (Article 370) ସମାପ୍ତ କରିବା ପାଇଁ ନିଷ୍ପତି ଗ୍ରହଣ କରିବା ପର ଠାରୁ ଜାମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି ମାନସିକ ଅଶାନ୍ତି ମଧ୍ୟରେ ଥିବା ଭଳି ଲାଗୁଛି । ଅଗଷ୍ଟ ୫ ତାରିଖର ସଂସଦର ଐତିହାସିକ ନିଷ୍ପତି ତାଙ୍କୁ ଜୋରରେ ଝଟକା ଦେଇଛି ଓ ତାଙ୍କର ମତିଭ୍ରମ ଘଟିଥିବା ଭଳି ଲାଗୁଛି ।
ମେହବୁବା ମୁଫତିଙ୍କ (Mehbooba Mufti) ପରି ନେତା ମାନେ ଭାବୁଥିଲେ ଯେ ଅନୁଚ୍ଛେଦ ୩୭୦ ହଟାଇବା ପରେ ସମ୍ପୂର୍ଣ କାଶ୍ମୀର ଉପତ୍ୟକା (Kashmir Valley) ଅଶାନ୍ତ ହୋଇଯିବ ଓ କାଶ୍ମୀରୀମାନେ ବିଦ୍ରୋହ କରିଦେବେ, ମାତ୍ର ତାହା ହେବା ତ ଦୂରର କଥା ଲୋକ ମାନେ ଅତ୍ୟନ୍ତ ଶାନ୍ତିର ସହ ଜୀବନ ଯାପନ କରୁଛନ୍ତି ।ମୋଦି ସରକାର କ୍ଷମତାକୁ ଆସିବା ପର ଠାରୁ ହିଁ ଜାମ୍ମୁ କାଶ୍ମୀରରେ (Jammu & Kashmir) ଲାଗୁଥିବା ଅନୁଚ୍ଛେଦ ୩୭୦ ହଟାଇବା ବିଷୟରେ ଆଲୋଚନା ଆରମ୍ଭ ହୋଇ ଯାଇଥିଲା ।
ଏହା କେବେ ସମ୍ଭବ ହେବ ନାହିଁ ବୋଲି ମେହବୁବା ଭାବୁଥିଲେ । ସେ କେବେ କଳ୍ପନା କରି ନଥିଲେ ଯେ ମୋଦି ସରକାର ଏଭଳି ନିଷ୍ପତି ଗ୍ରହଣ କରିବେ । ସେତେବେଳେ ସେ କହିଥିଲେ ଯେ ଯଦି କାଶ୍ମୀରରୁ ଅନୁଚ୍ଛେଦ ୩୭୦ ହଟା ଯିବ ତେବେ କାଶ୍ମୀରରେ ଭାରତୀୟ ଜାତୀୟ ପତାକା ଧରିବାକୁ ଆଉ କେହି ରହିବେ ନାହିଁ ।
ମାତ୍ର ମେହବୁବା ମୁଫତିଙ୍କ ଏହି ଭବିଷ୍ୟତବାଣୀ ସମ୍ପୂର୍ଣ ମିଥ୍ୟା ବୋଲି ପ୍ରମାଣିତ ହୋଇଛି । ଚଳିତ ବର୍ଷ ସ୍ୱାଧୀନତା ଦିବସ ପାଳନ ବେଳେ କାଶ୍ମୀରର ଗାଁ ଗାଁରେ ଜାତୀୟ ପତାକା ଉତୋଳନ ହୋଇଛି । ଭାରତ ବିରୁଦ୍ଧରେ ଜେହାଦ ଘୋଷଣା କରି ସୁରକ୍ଷାକର୍ମୀଙ୍କ ଗୁଳିରେ ପ୍ରାଣ ହରାଇଥିବା ଆତଙ୍କବାଦୀ ବୁରହାନ ବାନୀର (Burhan Wani) ପିତା ମଧ୍ୟ ଏଥର ଜାତୀୟ ପତାକା ଉତୋଳନ କରିଥିବା ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।
ଏଭଳି ଫଟୋ ନିଶ୍ଚିତ ଭାବେ ମେହବୁବାଙ୍କୁ କଷ୍ଟ ଦେଉଥିବ । ତାଲିବାନର ଆଫଗାନିସ୍ତାନ ଉପରେ କବଜା ହେଲା ପରେ ମଧ୍ୟ ମେହବୁବା ଅତ୍ୟନ୍ତ ଉତ୍ସାହିତ ହୋଇ ପଡିଥିଲେ । ସେ ତାଲିବାନର କଥା କହି ଭାରତକୁ ଧମକ ଦେବା ଆରମ୍ଭ କରି ଦେଇଥିଲେ । ସେ କହିଥିଲେ ଯେ ଭାରତ ଜାମ୍ମୁ କାଶ୍ମୀର ପ୍ରସଙ୍ଗରେ କଥା ହେଉ ନ ହେଲେ ଆଫଗାନିସ୍ତାନ ଉପରେ ତାଲିବାନ ଯେଭଳି କଲା ସେମିତି କାଶ୍ମୀରରେ ମଧ୍ୟ ହୋଇ ପାରେ ।
ଅନୁଚ୍ଛେଦ ୩୭୦ ହଟିବା ପରେ ଭାରତୀୟ ସୁରକ୍ଷା ବଳର ଜବାନ ମାନେ ନିରନ୍ତର ଆତଙ୍କବାଦୀ ମାନଙ୍କୁ ନିପାତ କରୁଛନ୍ତି । ଏହା ଦ୍ୱାରା କାଶ୍ମୀର ଉପତ୍ୟକାରେ ଶାନ୍ତି ପ୍ରତିଷ୍ଠା ହେଉଛି । ଏହାକୁ ନେଇ ମଧ୍ୟ ମେହବୁବା ଖୁବ ଦୁଃଖୀ ଅଛନ୍ତି । ସେ ଗତ ୨୮ ତାରିଖ ଦିନ ଟ୍ୱିଟ କରି ଅଭିଯୋଗ କରିଥିଲେ ଯେ ପ୍ରତିଦିନ ଆତଙ୍କବାଦୀ ମାନଙ୍କୁ ମାରି ସରକାର ଖୁସି ହେଉଛନ୍ତି ।
ଏପରି ହେବା ଉଚିତ ନୁହେଁ ବୋଲି ସେ ତର୍କ ଦେଇଥିଲେ । ମେହବୁବାଙ୍କ କଷ୍ଟର ଅନେକ କାରଣ ରହିଛି । ଅନୁଚ୍ଛେଦ ୩୭୦ ହଟିବା ପରେ ଏବେ ଜାମ୍ମୁ କାଶ୍ମୀରରେ ସୁରକ୍ଷା ବଳଙ୍କ ଉପରେ ପଥର ଫିଙ୍ଗା ହେଉ ନାହିଁ । ହୁରିୟତ କନଫ୍ରେନ୍ସ (Huriyat Conference) ଭଳି ପାକିସ୍ତାନୀ ଏଜେଂଟ ମାନଙ୍କୁ ସରକାର ପଚାରୁ ନାହାନ୍ତି । ଶ୍ରୀନଗରର ଲାଲଚୌକରେ (SriNagar LalChowk) ଆତଙ୍କବାଦୀ ମାନଙ୍କ କାରଣରୁ କେବେ ଜାତୀୟ ପତାକା ଉତୋଳନ କରିବାକୁ ଦିଆ ଯାଉ ନ ଥିଲା । ହେଲେ ସେଠାରେ ଏବେ ବିନା ସୁରକ୍ଷାରେ ଜନ୍ମାଷ୍ମମୀ ପାଳନ ହେଉଛିା
ଏବେ ଜାମ୍ମୁ କାଶ୍ମୀରର ପତାକା ଆଉ ବ୍ୟହହାର ହେଉ ନାହିଁ । ମେହବୁବା ଦେଶର ପତାକା ପୂର୍ବରୁ ଜାମ୍ମୁ କାଶ୍ମୀରର ପତାକାକୁ ଆଗରେ ରଖିବାକୁ ଆହ୍ୱାନ ଦେଇଥିଲେ । ତାଙ୍କର ଏହି ବକ୍ତବ୍ୟକୁ ବିରୋଧ କରି ତାଙ୍କ ନିଜ ଦଳ ପିଡିପିର (Jammu and Kashmir Peoples Democratic Party, PDP) ଅନେକ ନେତା ନିଜ ପାର୍ଟିରୁ ଇସ୍ତଫା ଦେଇ ଦେଇଛନ୍ତି ।
ମହବୁବା ମୁଫତି ବଦଳିବାକୁ ଚାହୁଁ ନାହାନ୍ତି । ସେ ସେହି ବିଛିନ୍ନତାବାଦୀ ଓ ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦ ଆଧାରିତ ରାଜନୀତିର ଧାରା ରେ ଚାଲିବାକୁ ଚାହୁଁଛନ୍ତି । ହେଲେ ନରେନ୍ଦ୍ର ମୋଦିଙ୍କ ଶାସନରେ ନୂଆ ଭାରତ ସେହି ତୁଷ୍ଟିକରଣ ରାଜନୀତିକୁ ପରିତ୍ୟାଗ କରି ବହୁ ଆଗକୁ ଆସି ସାରିଛି । ତେଣୁ ମେହବୁବା ମୁଫତିଙ୍କ ଦିବା ସ୍ୱପ୍ନ କେବେ ପୂରଣ ହେବ ନାହିଁ ଏହା ସେ ନିଜେ ବୁଝି ଯିବା ଜରୁରୀ ।