The Independence:Unveiled-and-rising-up-How-protests-in-Iran-cut-to-the-heart-of-national-identity

 ଭାରତପରି ଜନବହୁଳ ଗଣତାନ୍ତ୍ରିକ ଶାସନରେ କଲେଜ ଛାତ୍ରୀମାନଙ୍କୁ ହିଜାବ ମଧ୍ୟରେ ବାନ୍ଧି ରଖିବାକୁ ପିଏଫ୍‌ଆଇ-ସିଏଫଆଇ-ଏସ୍‌ଡିପିଆଇ ପରି ମତାନ୍ଧ ସଂଗଠନଗୁଡିକ ଦାବିକରି ଦେଶରେ ଜିହାଦି ବିଚାରକୁ ପ୍ରତିଷ୍ଠା ଦେବାକୁ ଲାଗିପଡିଥିବା ସମୟରେ ଇରାନ ପରି ସିହା ଇସଲାମିକ ରାଷ୍ଟ୍ରରେ ସଂପ୍ରତି ଯୁବତୀମାନେ ହିଜାବରୁ ମୁକ୍ତି ପାଇଁ ଆନ୍ଦୋଳନ ଜାରି ରଖିଛନ୍ତି । ସବୁଠୁ ଆଶ୍ଚର୍ଯ୍ୟଜନକ କଥା ହେଲା ଯେ ଇରାନର ରାଷ୍ଟ୍ରପତି ଇବ୍ରାହିମ ରଇସି ନିକଟରେ ଜାତିସଂଘ ବୈଠକ ପାଇଁ ନିଉୟର୍କ ଗସ୍ତ କାଳରେ ତାଙ୍କର ଏକ ସାକ୍ଷାତକାର ନେବାଲାଗି ସ୍ଥାନୀୟ ଏକ ଗଣମାଧ୍ୟମ ପକ୍ଷରୁ ବ୍ୟବସ୍ଥା କରାଯାଇଥିଲା । କିନ୍ତୁ ସାକ୍ଷାତକାର ନେବାକୁ ଥିବା ସାମ୍ବାଦିକା ଜଣକ ହିଜାବ ପିନ୍ଧି ନ ଆସିଲେ ସେ ସାକ୍ଷାତକାର ଦେବେ ନାହିଁ ବୋଲି ରଇସି ସ୍ପଷ୍ଟ ମନା କରିଦେବା ସହ ଆଦୌ ଆସିନଥିଲେ । ଫଳରେ ସେହି ସାକ୍ଷାତକାର ପ୍ରସ୍ତୁତ ହୋଇପାରି ନଥିଲା । ବଡ କଥା ହେଲା ଉକ୍ତ ଗଣମାଧ୍ୟମର ସାମ୍ବାଦିକା ଜଣକ ବିଗତ ତିନିଦଶନ୍ଧି ଧରି ଅନେକ ଇରାନୀ ରାଷ୍ଟ୍ରପତିଙ୍କ ସାକ୍ଷାତକାର ପ୍ରସ୍ତୁତ କରି ଆସିଛନ୍ତି । ଅଥଚ ନିଜ ଦେଶରେ ରଇସି ହିଜାବ ବିରୋଧୀ ଗଣ ଆନ୍ଦୋଳନକୁ ଏର୍ପ୍ୟନ୍ତ ବନ୍ଦ କରିବାକୁ ସକ୍ଷମ ହୋଇପାରିନାହାନ୍ତି ।

ମହିଳାମାନେ ସାମୂହିକ ଭାବେ ହିଜାବର ହୋଲି ପାଳନ କରୁଛନ୍ତି । ହିଜାବ ଦହନର ଏହି ଦୃଶ୍ୟ ସାରା ବିଶ୍ୱର ଲୋକେ ଦେଖିଛନ୍ତି । ଏହି ଆନ୍ଦୋଳନ ଓ ବିକ୍ଷୋଭ ଇରାନର ୮୦ଟି ସହରକୁ ବ୍ୟାପିଥିଲା ବେଳେ ପୁଲିସ ଗୁଳିରେ ଅଦ୍ୟାବଧି ୮୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି, ୫୦୦୦ରୁ ଅଧିକ ଲୋକଙ୍କୁ ଗିରଫ କରାଯାଇଛି,  ୧୫୦୦ରୁ ଅଧିକ ଲୋକେ ପୁଲିସ ମାଡରେ ଆହତ ହୋଇଛନ୍ତି । ସରକାର ନିଜର ସମର୍ଥକମାନଙ୍କୁ ବିକ୍ଷୋଭକାରୀମାନଙ୍କ  ବିରୋଧରେ ସଡକକୁ ଓହ୍ଲାଇଛନ୍ତି ସତ ହେଲେ ସେମାନେ ଜନ ଅସନ୍ତୋଷକୁ ସାମନା କରିବାକୁ ଆଦୌ ସକ୍ଷମ ହୋଇନାହାନ୍ତି । ୨୦୧୯ପରେ ଏହି ଆନ୍ଦୋଳନକୁ ଦେଶର ବଡ ଆନ୍ଦୋଳନ କୁହାଯାଉଛି । ମହିଳାମାନେ ସେମାନଙ୍କ ଚୁଟି କାଟି ପ୍ରତିବାଦ କରୁଥିଲା ବେଳେ ପୁରୁଷମାନେ ଲଣ୍ଡା ହୋଇ ଶୋଭାଯାତ୍ରାରେ  ସାମିଲ ହେଉଛନ୍ତି । ବିକ୍ଷୋଭକାରୀମାନଙ୍କର ରୋଷର ଶିକାର ସରକାରଙ୍କ ସମର୍ଥକ, ସେମାନଙ୍କ ସଂପ ି, ଯାନବାହନ ଆଦି ହେବା ଦେଖିବାକୁ ମିଳିଛି ।

ଇରାନରେ ଏହି ହିଜାବ ବିରୋଧୀ ଆନ୍ଦୋଳନ ୧୬ ସେପ୍ଟେମ୍ବର ୨୦୨୨ଦିନ ଜଣେ କୁର୍ଦ୍ଦିସ୍ଥାନୀ ଯୁବତୀ ମାହସା ଅମିନୀଙ୍କ ତେହେରାନଠାରେ ପୁଲିସ ହାଜତରେ ମୃତ୍ୟୁକୁ କେନ୍ଦ୍ର କରି ଆରମ୍ଭ ହୋଇଥିଲା । ଘଟଣାରୁ ପ୍ରକାଶ ଯେ ଅମିନୀ ତାଙ୍କ ଭାଇଙ୍କ ସହ ବଜାରକୁ ଆସିଥିବା ବେଳେ ଇରାନର ନୈତିକତା ପୁଲିସ ବାହିନୀ ତାଙ୍କୁ ହିଜାବ ଠିକ୍ ଭାବେ ପିନ୍ଧି ନଥିବା କହି ଗିରଫ କରି ନେଇଥିଲେ । ତିନିଦିନ ପରେ ଡାକ୍ତରଖାନାରେ ତାଙ୍କ ମୃତ୍ୟୁ ହେଲା ବୋଲି ପୁଲିସ କହିଥିଲା । ହେଲେ ଅମିନୀଙ୍କ ମୁଣ୍ଡର ଖପୁରି ହାଡ ଭାଙ୍ଗିଥିବା ଯୋଗୁ ତାଙ୍କ ମସ୍ତିଷ୍କରେ ଆଘାତ ଲାଗିଥିଲା , ଯେଉଁ କାରଣରୁ ତାଙ୍କର ମୃତ୍ୟୁ ହୋଇଥିଲା ।  ତାଙ୍କ ମୃତ ଶରୀରରେ ଅନେକ କ୍ଷତ ଚିହ୍ନ ରହିଥିବାରୁ ପୁଲିସ ହାଜତରେ ଶାରୀରିକ ନିର୍ଯ୍ୟାତନା ଦିଆଯିବା ସ୍ପଷ୍ଟ ହୋଇଛି ।

ପୁଲିସ  ହାଜତରେ ତାଙ୍କୁ ମାଡଦେବା ଯୋଗୁ ତାଙ୍କର ଚେତା ବୁଡିଯିବା ପରେ ପୁଲିସ ଡାକ୍ତରଖାନାକୁ ତାଙ୍କ ଅଚେତ ଶରୀରକୁ ପଠାଇ ଦେଇଥିଲା । ଏହି ସମୟରେ କୌଣସି ଅଧିକାରୀ କିମ୍ବା ପୁଲିସ କର୍ମଚାରୀ ଡାକ୍ତରଖାନା ଯାଇନଥିବା ବିଷୟ ମାହସାଙ୍କ ପିତା ଅମଜାଦ ଅମିନୀ ଅଭିଯୋଗ କରିଛନ୍ତି । ମାଇକ୍ରୋବାଇଓଲୋଜି ଅଧ୍ୟୟନ କରିବାକୁ ଚାହୁଁଥିବା ମାହସାଙ୍କ ପରିବାର କୁର୍ଦ୍ଦିସ୍ଥାନ ପ୍ରଦେଶର ଲୋକ । ସାକ୍ୱେଜଠାରେ ମାହସାଙ୍କୁ କବର ଦେବାବେଳେ ବହୁସଂଖ୍ୟାରେ ଲୋକେ ସାମିଲ ହୋଇ ପୁଲିସର ମାତ୍ରାଧିକ ଅତ୍ୟାଚାରର ବିରୋଧ କରିଥିଲେ । ଇତି ମଧ୍ୟରେ ମାହାସାଙ୍କ ମୃତ୍ୟୁ କେବଳ ଇରାନ ନୁହେଁ ପୃଥିବୀର ଅନେକ ଦେଶରେ ପ୍ରତିବାଦ ହୋଇଛି । ଇରାନରେ ପୁଲିସ ବିକ୍ଷୋଭକୁ ଦମନ କରିବା ପାଇଁ ମେଟାଲ ପେଲେଟ, ଟିୟରଗ୍ୟାସ, ୱାଟର କ୍ୟାନନ ମାଡ କଲେ ମଧ୍ୟ ଲୋକେ ମାନିବା ସ୍ଥିତିରେ ନାହାନ୍ତି । ଦେଶରେ ଇ ରନେଟ୍ ସେବାକୁ ୮୦ ପ୍ରତିଶତ ବନ୍ଦ କରାଯାଇଛି ।

ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ୭ ମାର୍ଚ୍ଚ ୧୯୭୯ରେ ତତ୍‌କାଳୀନ ଇରାନୀୟ ଇସଲାମିକ ଆନ୍ଦୋଳନ ପରେ ପରେ ଧର୍ମଗୁରୁ ରୁହୋଲ୍ଲା ଖୋମେନୀ ମହିଳାମାନଙ୍କ ପାଇଁ ହିଜାବ ପିନ୍ଧିବାକୁ ବାଧ୍ୟତାମୂଳକ କରିଥିଲେ । ଏପରିକି ସରକାରୀ କାର୍ଯ୍ୟାଳୟ ଏବଂ ସାଧାରଣ ସ୍ଥାନରେ ହିଜାବ ପିନ୍ଧି ନଥିଲେ ମହିଳାଙ୍କୁ ନଗ୍ନ ବୋଲି ଧରାଯିବ ବୋଲି ସେ କହିଥିଲେ । ୧୯୮୩ରେ ଆଇନରେ ଏହାକୁ ସାମିଲ କରାଯାଇଥିଲା ।  ସାଧାରଣରେ ହିଜାବ ପିନ୍ଧିନଥିବା ମହିଳାଙ୍କୁ ୭୪ ବେତ୍ରାଘାତ ଦଣ୍ଡ ଦେବା ନିୟମ କରାଗଲା । ଅତୀତରେ ସାବା କୋର୍ଡର୍ ଅଫ୍‌ସାରୀ ଏବଂ ୟାସାମନ ଅର୍ଯ୍ୟାନୀଙ୍କୁ କଠୋର ଜେଲ ଦଣ୍ଡ ଦିଆଯାଇଥିଲା ।

୨୦୨୦ରେ ଇରାନର ଧର୍ମଗୁରୁ ଅଲି ଖାମେନୀ ହିଜାବ ପିନ୍ଧିନଥିବା ମହିଳା ଅସୁରକ୍ଷିତ ବୋଲି ଧରାଯିବ ବୋଲି କହିବାକୁ ଅନେକ ଗ୍ରହଣ କରିନଥିଲେ । ସେହି ବର୍ଷ ଦେଶରେ ହିଜାବକୁ କେନ୍ଦ୍ର କରି ହୋଇଥିବା ସର୍ବେକ୍ଷଣରେ ୫୮ ପ୍ରତିଶତ ଜନତା ହିଜାବକୁ ବିରୋଧ କରୁଥିବା,୭୨ ପ୍ରତିଶତ ଲୋକେ ବାଧ୍ୟତାମୂଳକ ହିଜାବକୁ ବିରୋଧ କରୁଥିବା ଜଣାପଡିଥିଲା । ମାତ୍ର ୧୫ ପ୍ରତିଶତ ଲୋକେ ସାଧାରଣରେ ହିଜାବ ପିନ୍ଧିବା ପାଇଁ ନିୟମ ରହିବାକୁ ସମର୍ଥନ କରିଥିଲେ ।

ଏହି ମାମଲାରେ ଇରାନ ସରକାର  ସାରା ବିଶ୍ୱରେ  ନିନ୍ଦିତ  ହୋଇଛନ୍ତି । ନିଜର ପାପକୁ ଲୁଚାଇବାକୁ ସରକାର ୨୦ ସେପ୍ଟେମ୍ବର ୨୦୨୨ଦିନ ଡାକ୍ତର ମାସୁଦ ନିର୍ଭାନୀଙ୍କ ମନ୍ତବ୍ୟକୁ ସରକାରୀ ଟିଭିରେ ପ୍ରସାରିତ କରାଇଲେ । ୮ ବର୍ଷ ବୟସରେ ଅମିନୀଙ୍କ ବ୍ରେନଟ୍ୟୁମର ଅସ୍ତ୍ରୋପଚାର କରାଯାଇଥିବା ବିଷୟ କହି ଏହାକୁ  ସ୍ନାୟୁଜନିତ ମୃତ୍ୟୁ ବୋଲି କହିବାକୁ ଚେଷ୍ଟା କରିଥିଲେ ।

ଅମିନୀଙ୍କ ମୃତ୍ୟୁପରେ ୧୭ ସେପ୍ଟେମ୍ବରରେ ତେହେରାନର କସ୍‌ରା ଡାକ୍ତରଖାନା ବାହାରେ ବିକ୍ଷୋଭକାରୀମାନେ ଏକାଠି ହୋଇ ପ୍ରତିବାଦ କରିଥିଲେ । କୁର୍ଦ୍ଦିସ ଲୋକେ କୁର୍ଦ୍ଦିସ୍ଥାନରେ ବନ୍ଦ ପାଳନ କରିଥିଲେ । ଏହି ବିକ୍ଷୋଭ ସାକ୍ୱେଜ, ଦିବାନଦାରେହ, ରାସ୍ତ, ଏସ୍ପହାନ, କରାଜ, ମସାଦ, ସନାନ୍ଦାଜ, ଇଲମ୍‌, ସାରି, ତାବ୍ରିଜ, କ୍ୱୋମ, କେରମାନ, ହମେଦାନ, କିସ ଆଦି ସହରକୁ  ବ୍ୟାପିଯାଇଛି । ଦେଶ ବାହାରେ ଲଣ୍ଡନ, ନିଉୟର୍କ, ଟୋରୋେ ।, ଇସ୍ତାନବୁଲ ସମେତ ଅନେକ ୟୁରୋପ ଏବଂ ଆମେରିକୀୟ ସହରରେ ମଧ୍ୟ ଏହି ପ୍ରତିବାଦ ପହ ôଛି । “ଜୀନ,ଜାଁ, ଆଜାଦୀ” - ଏହି ତିନୋଟି ଶବ୍ଦରେ ସହର ପ୍ରକମ୍ପିତ ହେଉଛି । ଏହାର ପ୍ରକୃତ ଅର୍ଥ ହେଲା -ମହିଳା, ଜୀବନ ଓ ମୁକ୍ତି । ଇରାନ ପୁଲିସ ଘରେ ପ୍ରବେଶ କରି ହଦିଶ ନଜଫି, ଗଜାଲା ଚେଲାବୀ, ହନାନା କିୟା ଏବଂ ମାହଶା ମୋଗୋଇଙ୍କୁ ଗୁଳିକରି ହତ୍ୟା କରିଥିବା କୁହାଯାଇଛି । ଇରାନର ୩୧ଟି ପ୍ରଦେଶରେ ଏବେ ଏହି ଆନ୍ଦୋଳନ ଜାରି ରହିଛି ।

ଇରାନରେ ଚାଲୁଥିବା ହିଜାବ ବିରୋଧୀ ଗଣ ଆନ୍ଦୋଳନକୁ ବିରୋଧୀଦଳମାନେ ସମର୍ଥନ ଜଣାଇଛନ୍ତି । ଅନ୍ୟପକ୍ଷରେ ଦେଖିବାକୁ ଗଲେ ଆମେରିକାର ଆର୍ôଥକ କଟକଣାର ଶିକାର ଇରାନରେ ମୁଦ୍ରାସ୍ପୀତି ୫୦ ପ୍ରତିଶତ ବଢିଛି । ଦେଶର ୮ କୋଟି ଜନସଂଖ୍ୟାରୁ ୬୦% ହେଉଛନ୍ତି ୩୦ବର୍ଷରୁ କମ୍ ବୟସର । ଏମାନେ ସରକାରଙ୍କ ଅପାରଗତା, ଦେଶର ଅବ୍ୟବସ୍ଥା, ଆନ୍ତର୍ଜାତିକ ସମାଜରୁ ବିଚ୍ଛିନ୍ନତାକୁ ନେଇ ଅସନ୍ତୋଷ ବ୍ୟକ୍ତ କରୁଛନ୍ତି । ଦେଶରେ ବେରୋଜଗାରୀ ଯୁବକ- ଯୁବତୀଙ୍କ ସଂଖ୍ୟା ବୃଦ୍ଧି ଯୋଗୁ ଜନ ଅସନ୍ତୋଷ ବଢିବାରେ ଲାଗିଛି । ପୂର୍ବରୁ ୨୦୧୯ରେ ସରକାର ଏମିତି ଜନ ଅସନ୍ତୋଷର ସମ୍ମୁଖୀନ ହୋଇଥିଲେ । ସେତେବେଳେ ୧୫୦୦ ଲୋକେ ପୁଲିସ ଗୁଳିର ଶିକାର ହୋଇଥିଲେ ।

ଇରାନର ଅନେକ ସହରରେ ଲୋକେ ପୋଲିସ ଗାଡି ପୋଡି ଦେଇଛନ୍ତି । ସାମ୍ବାଦିକା ସୀମା ସାବେତ ଇରାନରୁ ଯେଉଁ ତଥ୍ୟ ଦେଇଛନ୍ତି ସେଥିରେ ସେ ଲୋକଙ୍କ ଉଗ୍ରରୂପ ଦେଖୁଥିବା କହିଛନ୍ତି ।  ତେଣେ ସାଉଦି-କାନାଡା ଲେଖିକା ଏନ୍‌ସାଫ୍ ହାଇଦର ହିଜାବରେ ନିଜ ଜୋତା ସଫା କରୁଥିବା ଭିଡିଓ ଛାଡିଛନ୍ତି । ଏହିସବୁ ଘଟଣାରୁ ଇରାନ ସରକାରଙ୍କ ପ୍ରତି ଦେଶ ବିଦେଶରେ ଘୃଣାଭାବ ବଢିବାରେ ଲାଗିଛି ।

ଇରାନ ସରକାର ଚୀନ -ରୁଷିଆରୁ ଅଧିକ ପୁଞ୍ଜି ନିବେଶ ଆଶା କରୁଥିଲା ବେଳେ ଏବେ ଉଭୟ ଦେଶ ପଛକୁ ହଟିଛନ୍ତି । ଦୁଇ ଦେଶରେ ଆଭ୍ୟନ୍ତରୀଣ ଅସନ୍ତୋଷ ଓ ଅସ୍ଥିରତା ଜାରି ରହିଛି । ଏବେ ଏସ୍‌ସିଓ  ମେ ର ତୃତୀୟ ରାଷ୍ଟ୍ର ଇରାନ ସେହିକ୍ରମରେ ଗଣଅସନ୍ତୋଷର ଶିକାର ହୋଇଛି । ତେବେ ମାହସାଙ୍କ ପିତା ଅନ୍ତିମ ସଂସ୍କାର ପାଇଁ ଆସିଥିବା ମୁଲ୍ଲ୍‌ାକୁ  ଗାଳି ଦେଉଥିବା ଖବର ଏବେ ଭାଇରାଲ ହୋଇଛି । ସେଥିରେ ସେ କହୁଛନ୍ତି - “ତୁମ ଇସଲାମ ମୋ ଝିଅକୁ ଛାଡି ଦେଲା, ଏବେ ତୁମେ ଏଠିକୁ କଣ ପାଇଁ ଆସିଛ ? ତୁମ ଇସଲାମକୁ ନେଇ ଏଠାରୁ ଚାଲିଯାଅ ।”

ଇରାନ ରାଷ୍ଟ୍ରପତି ରଇସୀ ପୁଲିସକୁ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଦେଶର ୨୦ଟି ବିଶ୍ୱବିଦ୍ୟାଳୟକୁ ବନ୍ଦ କରି ଅନ୍‌ଲାଇନ୍ ଶିକ୍ଷା ଦେବାଲାଗି କୁହାଯାଇଛି । ଗତ ସପ୍ତାହରେ ଦୁଇବର୍ଷର କୋରୋନା କଟକଣା ପରେ ଦେଶର ବିଶ୍ୱବିଦ୍ୟାଳୟ ସବୁ ଖୋଲିଥିଲା । ଇ ରନେଟ୍ ବନ୍ଦ ଥିଲାବେଳେ ଅନ୍‌ଲାଇନ୍ ପଢା କେମିତି ଚାଲିବ ତାହା ଏକ ସମସ୍ୟା ହୋଇଛି । ତେଣେ ଆମେରିକାରେ ଟେସ୍‌ଲାର ମୁଖ୍ୟ ଏଲନ ମସ୍କ ନିଜ ସାଟେଲାଇଟ୍ ଇ ରନେଟ୍ ସେବା ଷ୍ଟାରଲିଙ୍କକୁ ଇରାନ ପାଇଁ ଖୋଲିବାକୁ ଘୋଷଣା କରିଛନ୍ତି । ଆମେରିକାର ଜୋ ବାଇଡେନ ସରକାର ମସ୍କଙ୍କୁ ନୀତିଗତ ମଞ୍ଜୁରୀ ପ୍ରଦାନ କରିଛନ୍ତି । ଇରାନର ଆନ୍ଦୋଳନ ପଛରେ ଇରାକର କୁର୍ଦ୍ଦିସ୍ଥାନ ଗୋଷ୍ଠୀର ସମର୍ଥନ ରହିଥିବା ଅଭିଯୋଗ କରି ଇରାନର ରିଭୋଲ୍ୟୁସନାରୀ ଗାର୍ଡ ଡ୍ରୋନ ଯୋଗେ ଇରାକରୁ ଏରବିଲ ଅନ୍ତର୍ଗତ ସିଦାକାନ ଜିଲ୍ଲାରେ ଥିବା କୋମଲା ଏବଂ କୁର୍ଦ୍ଦିସ୍ଥାନ ଡେମୋକ୍ରାଟିକ୍  ପାର୍ଟିର କାର୍ଯ୍ୟାଳୟ ଉପରେ ଆକ୍ରମଣ କରିଛି ।

ଇରାନରେ କୁର୍ଦ୍ଦ ଲୋକଙ୍କ ସ୍ୱାୟ ତାକୁ ଏହି ଦୁଇ ଇରାକୀ ଦଳ ସମର୍ଥନ କରୁଛନ୍ତି । ଇରାନରେ ମୃତ ଯୁବତୀ ମାହସା କୁର୍ଦ୍ଦ ହୋଇଥିବା ହେତୁ ଇରାନ ଓ ଇରାକର କୁର୍ଦ୍ଦ ଲୋକେ ଆନ୍ଦୋଳନକୁ ସମର୍ଥନ କରୁଛନ୍ତି । ଇରାନର ପଶ୍ଚିମା ଳରେ ଲଢୁଆ କୁର୍ଦ୍ଦମାନଙ୍କୁ ଇରାନ ସରକାର ସନ୍ତ୍ରାସବାଦୀ ଆଖ୍ୟା ଦେଉଛନ୍ତି । ୨୬ ସେପ୍ଟେମ୍ବର ୨୦୨୨ଦିନ ପ୍ରାୟ ୮ ଘ । ଧରି ସିଦାକାନ ଉପରେ ଗୁଳିମାଡ କରାଯାଇଥିବା ଜିଲ୍ଲାର ମେୟର ଏହସାନ ଚଲାବୀ ଅଭିଯୋଗ କରିଛନ୍ତି । ସକାଳ ୮ଟାରୁ ହୋଇଥିବା ଏହି ଗୁଳିମାଡ ଯୋଗୁ ଅନେକଙ୍କ ଘରଦ୍ୱାର ଭାଙ୍ଗିଯିବା ସହ ପଶୁଜୀବନ ହାନି ହୋଇଛି । ଇରାନର ହିଜାବ ବିରୋଧୀ ଆନ୍ଦୋଳନ କ୍ରମେ ଇସଲାମିକ ରାଷ୍ଟ୍ରକୁ ବିରୋଧ କରିବା ଆଡକୁ ଅଗ୍ରସର ହେଉଛି, ଯାହା ସରକାରଙ୍କ ଚିନ୍ତାବୃଦ୍ଧିର କାରଣ ହେବ ।

ଭାରତୀୟ ସମ୍ବାଦ ସେବା (ଭାସ୍‌)

ଭୁବନେଶ୍ୱର-୭୫୧୦୦୩

Author Image

Soumendra Jena

Recent Posts

The Independence:If-the-BJP-government-is-formed-in-Odisha-drinking-water-problem-will-be-solved-as-a-priority-Bhatrahari-Mahatab

ଓଡ଼ିଶାରେ ବିଜେପି ସରକାର ଗଠନ କଲେ ଅଗ୍ରାଧିକାର ଭିତିରେ ପାନୀୟ ଜଳ ସମସ୍ୟାର ସମାଧାନ କରାଯିବ: ଭତୃହରି ମହତାବ

The Independence:Odisha-Cow-Slaughtering

Odisha : ଗୋ ମାଂସ ବୋଝେଇ ଟ୍ରକ ଜବତ

The Independence:Jagannath-Temple-Odisha-Mumbai

ଓଡିଶା ବାହାରେ ମହାପ୍ରଭୁ ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର

The Independence:Modi-Government-9-Years-Seva-Susasan-Garib-Kalyana

ନ’ ବର୍ଷର ସୁଶାସନ

The Independence:Rath-Yatra-2023-Lakhs-of-devotees-witness-Suna-Besha-of-Holy-Trinity-in-Puri

ଶ୍ରୀକ୍ଷେତ୍ରରେ ରଥାରୁଢ଼ ଶ୍ରୀଜୀଉଙ୍କ ସୁନାବେଶ, ମହଣ ମହଣ ସୁନା ଅଳଙ୍କାରରେ ସଜ୍ଜିତ ତିନି ଠାକୁର

The Independence:Puri-Ratha-Jatra-2023-Jay-Jagannath

ଶରଧାବାଲିରେ ଲାଗିଲା ତିନି ଠାକୁରଙ୍କ ତିନି ରଥ

The Independence:Ratha-Jatra-2023-ନୀଳାଦ୍ରିବିଜେରେ-ନୀଳକନ୍ଦରକୁ-ଫେରନ୍ତି-ନୀଳାଦ୍ରିନାଥ-ସରେ-ଜନ୍ମବେଦି-ଲୀଳା

Ratha Jatra 2023: ନୀଳାଦ୍ରିବିଜେରେ ନୀଳକନ୍ଦରକୁ ଫେରନ୍ତି ନୀଳାଦ୍ରିନାଥ; ସରେ ଜନ୍ମବେଦି ଲୀଳା

The Independence:Jagannath-Temple-Rath-Jatra

ଏକାବନ ଦିନରେ ଚଳଚଞ୍ଚଳ ରଥଖଳା

The Independence:ପ୍ରେମିକାକୁ-ଛୁରୀ-ଭୁଷିଲା-ପଥରରେ-ଛେଚି-ମୁହଁ-ନଷ୍ଟ-କଲା-ଜହ୍ଲାଦ-ପ୍ରେମିକ-ସାହିଲ-ଖାଁ

ପ୍ରେମିକାକୁ ଛୁରୀ ଭୁଷିଲା, ପଥରରେ ଛେଚି ମୁହଁ ନଷ୍ଟ କଲା ଜହ୍ଲାଦ ପ୍ରେମିକ ସାହିଲ ଖାଁ

The Independence:Land-Jihad-Dwarka

ଜମି ଜିହାଦର ଅନ୍ୟନାମ ଦ୍ୱାରକା

The Independence:Odisha-cant-make-progress-with-Shashikala-syndrome-Dharmendra

‘ଶଶୀକଳା ସିଣ୍ଡ୍ରୋମ’ କହିବାରୁ ସରକାରଙ୍କୁ ବାଧିଲା: ଧର୍ମେନ୍ଦ୍ର

The Independence:Land-Jihad-Love-Jihad-Jameen-Jihad-in-Odisha

ରାଜ୍ୟରେ ବଢ଼ୁଛି ଜିହାଦୀଙ୍କ ସଂଖ୍ୟା !

The Independence:The-Kerala-Story-Official-Trailer--Vipul-Amrutlal-Shah--Sudipto-Sen--Adah-Sharma--Aashin-A-Shah

The Kerala Story Official Trailer | Vipul Amrutlal Shah | Sudipto Sen | Adah Sharma | Aashin A Shah

The Independence:Guddu-Muslim-Odisha-Link-BJD

ଗୁଡ୍ଡୁ ମୁସଲମାନର ଖାସ୍, ବିଜେଡି ବିଧାୟକଙ୍କ ରାଇଟହାଣ୍ଡ

The Independence:important-files-of-the-jagannath-temple-administration-have-gone-missing

ଗାଏବ ହେଲା ଜଗନ୍ନାଥ ମନ୍ଦିର ପ୍ରଶାସନର ଗୁରୁତ୍ଵପୂର୍ଣ୍ଣ ଫାଇଲ

The Independence:Debacle-in-American-Banking-System

ଆମେରିକାର ବ୍ୟାଙ୍କିଂ ବ୍ୟବସ୍ଥାରେ ବିପର୍ଯ୍ୟୟ

The Independence:palghar-sadhu-lynching-case-to-be-investigated-by-cbi

ପାଲଘର ସାଧୁହତ୍ୟା ମାମଲାର ହେବ ସିବିଆଇ ତଦନ୍ତ

The Independence:Mix-Mandate-in-USA-Joe-Biden

ଆମେରିକାରେ ମିଶ୍ରିତ ଜନମତ

The Independence:Jayshankar-in-Fiji

ଫିଜିରେ ବିଜି ଜୟଶଙ୍କର

The Independence:Women-Freedom-Fighters-of-India-Name-List-and-Their-Roles

ଭାରତର ମହାନ ମହିଳା ସ୍ୱାଧୀନତା ସଂଗ୍ରାମୀମାନେ ଯାହାଙ୍କୁ ଇତିହାସକାରମାନେ ଭୁଲି ଯାଇଥିଲେ

The Independence:Dharmendra-Seeks-Centres-Intervention-For-Protection-Of-Archaeological-Assets-In-Odisha

ଓଡ଼ିଶାରେ ଅସୁରକ୍ଷିତ ଶିଶୁପାଳ ଗଡ଼ ଓ ଲଳିତଗିରି ପରି ଐତିହ୍ୟ କୀର୍ତ୍ତିରାଜି

The Independence:ଶ୍ରୀମନ୍ଦିରର-ପ୍ରସିଦ୍ଧ-ଦୋଳଯାତ୍ରା

ଶ୍ରୀମନ୍ଦିରର ପ୍ରସିଦ୍ଧ ଦୋଳଯାତ୍ରା

The Independence:Young-writer-Om-Priyadarshis-book-on-Paika-movement-released

ଉନ୍ମୋଚିତ ହେଲା ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଚୟନିତ ଓମ୍ ପ୍ରିୟଦର୍ଶୀଙ୍କ ପୁସ୍ତକ "ପାଇକ: ଜନ, ଆଖ୍ୟାନ ଓ ଆନ୍ଦୋଳନ"

The Independence:Baijayanta-Panda-listens-Man-Ki-Baat-Programme-at-Bhawanipatna

ଭବାନୀପାଟଣା “ମନ୍‌ କି ବାତ୍‌” କାର୍ଯ୍ୟକ୍ରମରେ ବୈଜୟନ୍ତ ପଣ୍ଡା

The Independence:ଜର୍ଜ-ସୋରୋସଙ୍କ--ନେଟୱର୍କ-ଓ-କଣ୍ଢେଇ-ମାନଙ୍କୁ-ଚିହ୍ନଟ--ଜରୁରୀ

ଜର୍ଜ ସୋରୋସଙ୍କ ନେଟୱର୍କ ଓ କଣ୍ଢେଇ ମାନଙ୍କୁ ଚିହ୍ନଟ ଜରୁରୀ