ଉତରାଖଣ୍ଡକୁ ଦେବ ଭୂମି ବୋଲି କୁହା ଯାଏ । ହିନ୍ଦୁ ମାନଙ୍କ ପାଇଁ ଅତ୍ୟନ୍ତ ପବିତ୍ର ବୋଲି ମନେ କରା ଯାଉଥିବା ମୋକ୍ଷଦାୟିନୀ ମା ଗଙ୍ଗା ଏହି ରାଜ୍ୟର ଗଙ୍ଗୋତ୍ରୀରୁ ବାହାରିଛନ୍ତି । ସେହିପରି ଏହି ରାଜ୍ୟରେ ହରିଦ୍ୱାର, ଋଷିକେଷ ଆଦି ସ୍ଥାନ ରହିଛି । କେବଳ ସେତିକି ନୁହେଁ ବଦ୍ରୀନାଥ, କେଦାରନାଥ ଭଳି ତୀର୍ଥ ସ୍ଥଳ ମଧ୍ୟ ଏହି ରାଜ୍ୟରେ ରହିଛି ।
ତେବେ ଏହି ଦେବ ଭୂମି ଉତରାଖଣ୍ଡର ହରିଦ୍ୱାର ପରି ଜିଲ୍ଲାରେ ଅଣ ହିନ୍ଦୁ ମାନଙ୍କ ସଂଖ୍ୟା ଖୁବ ତୀବ୍ର ଗତିରେ ବଢିଛି । ହରିଦ୍ୱାର ହିନ୍ଦୁ ମାନଙ୍କର ଏକ ପ୍ରମୁଖ ତୀର୍ଥ ସ୍ଥଳ ହୋଇଥିବା ସତ୍ୱେ ଏହି ଜିଲ୍ଲାରେ ଅଣ ହିନ୍ଦୁ ମାନଙ୍କ ସଂଖ୍ୟା ବଢିବା କାରଣରୁ ଆଗାମୀ ଦିନରେ ସାମାଜିକ ଅସନ୍ତୁଳନ ଦେଖା ଯିବାର ଆଶଙ୍କା ବଢି ଯାଇଛି । ତେଣୁ ଉତରାଖଣ୍ଡର ବିଜେପି ସରକାର ଏହାକୁ ଅତ୍ୟନ୍ତ ଗୁରୁତର ସହ ନେଇଛନ୍ତି ।
ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁସାରେ ଉତରାଖଣ୍ଡ ସରକାର ଗତ କିଛି ଦିନ ଧରି ରାଜ୍ୟରେ ଅଣ ହିନ୍ଦୁ ଜନ ସଂଖ୍ୟା କୁ କିପରି ରୋକି ହେବ ସେ ନେଇ ବିଚାର ମନ୍ଥନ କରୁଛି । ରାଜ୍ୟ ସରକାରଙ୍କ ସ୍ତରରେ ଏ ସମ୍ପର୍କରେ ଦୁଇଟି ଉଚ୍ଚ ସ୍ତରୀୟ ବୈଠକ ଅନୁ୍ଷ୍ଠିତ ହୋଇଛି ।
ପ୍ରଥମ ସରକାରୀ ବୈଠକରେ ପର୍ବତୀୟ ଓ ସମତଳ ଅଂଚଳରେ ବାହାର ଲୋକ ମାନଙ୍କର ବସବାସ ଉପରେ ରୋକ ଲଗାଇବା ପାଇଁ ବ୍ୟବସ୍ଥା ସମ୍ପର୍କରେ ତାଲିକା ପ୍ରସ୍ତୁତ କରା ଯାଇଛିା
ମୁଖ୍ୟମନ୍ତ୍ରୀ ପୁଷ୍କର ଧାମି ମୁଖ୍ୟମନ୍ତ୍ରୀ ହେବା ପରେ ବାରମ୍ବାର କହି ସାରିଛନ୍ତି ଯେ ଉତରାଖଣ୍ଡରେ ଏକ ଶକ୍ତିଶାଳୀ ଭୂମି ଆଇନର ଆବଶ୍ୟକତା ରହିଛିା ଏ ସମ୍ପର୍କରେ ସେ ବିଶେଷଜ୍ଞ ମାନଙ୍କର ଟିମ ମଧ୍ୟ ଗଠନ କରିଛନ୍ତି ।
ଉତରାଖଣ୍ଡର ଧାର୍ମିକ ନଗରୀ ଗୁଡିକର ନିକଟରେ ଯେଭଳି ଭାବେ ମୁସଲମାନ ଜନ ସଂଖ୍ୟା ବଢୁଛି, ଏହା ଦ୍ୱାରା ସାମାଜିକ ଅସନ୍ତୁଳନ ବଢିବା ସହ ସାଂପ୍ରଦାୟିକ ସୌହାର୍ଦ ମଧ୍ୟ ବିଗିଡିବାର ଆଶଙ୍କା ରହିଛି । ସରକାରୀ ସ୍ତରରେ ଦ୍ୱିତୀୟ ବୈଠକରେ ଏହାକୁ ନେଇ ବିଶେଷ ଭାବେ ଆଲୋଚନା ହୋଇଥିବା ଜାତୀୟ ଗଣମାଧ୍ୟମ ରିପୋର୍ଟରେ ପ୍ରକାଶ ପାଇଛି ।
ସରକାର ସମସ୍ତ ଜିଲ୍ଲା ପ୍ରଶାସନର ଅଧିକାରୀ ମାନଙ୍କୁ ନିର୍ଦେଶ ଦେଇଛନ୍ତି ଯେ ଛଦ୍ମ ନାମରେ ଆସି ଏଠାରେ ରହୁଥିବା ବା ଅନ୍ୟ ଦେଶରୁ ଆସି ଏଠାରେ ରହୁଥିବା ଲୋକ ମାନଙ୍କ ବିଷୟରେ ଜାଂଚ କରନ୍ତୁ ।
ଶାସନ ବଙ୍ଗଳାଦେଶୀ ଓ ରୋହିଙ୍ଗିଆ ମାନଙ୍କ ଉପରେ ଧ୍ୟାନ ଦେବାକୁ ଜିଲ୍ଲା ପ୍ରଶାସନକୁ କହିଛନ୍ତିା
ହରିଦ୍ୱାରରେ ଗଙ୍ଗା ନଦୀ କୂଳରେ ଏପରି ଲୋକ ମାନେ ଆସି ବସବାସ କରିବା ନେଇ ରାଜ୍ୟ ସରକାରଙ୍କୁ ଖବର ମିଳିଛି । ସରକାରଙ୍କ ନିକଟରେ ଏ ସମ୍ପର୍କରେ ଗୁଇନ୍ଦା ରିପୋର୍ଟ ମଧ୍ୟ ରହିଛି ।
ଏହି ଗୁଇନ୍ଦା ରିପୋର୍ଟରେ କୁହା ଯାଇଛି ଯେ ଏକ ସୁନିୟୋଜିତ ଷଡଯନ୍ତ୍ର ଭାବେ ହରିଦ୍ୱାର ସହରରେ ଗଙ୍ଗା ନଦୀ କୂଳରେ ଏପରି ଲୋକଙ୍କୁ ବସବାସ କରା ଯାଉଛି ।
ସରକାର ଏ ସମ୍ପର୍କରେ ପୋଲିସ ଓ ଅନ୍ୟ ଜାଂଚ ଏଜେନ୍ସି ଠାରୁ ରିପୋର୍ଟ ମଧ୍ୟ ମାଗିଛନ୍ତି ।
ଏଠାରେ ଉଲ୍ଲେଖ କରାଯାଇ ପାରେ ଯେ ଆସାମ ପରେ ଉତରାଖଣ୍ଡରେ ମୁସଲମାନ ଜନସଂଖ୍ୟା ସବୁଠାରୁ ଦୃତ ଗତିରେ ବଢୁଛି । ହରିଦ୍ୱାର, ଋଷିକେଶ ପରି ତୀର୍ଥ ସହର ଚାରି ପଟେ ମୁସଲମାନ ଜନସଂଖ୍ୟା ଖୁବ ଦୃତ ଗତିରେ ବଢି ଚାଲିଛି ।
ରାଜ୍ୟରେ ଆଗାମୀ ନିର୍ବାଚନରେ ଏହା ବଡ ପ୍ରସଙ୍ଗ ହେବାକୁ ଯାଉଛି । ତେଣୁ ଧାମୀ ସରକାର ଦେବ ଭୂମିର ମୂଳ ସ୍ୱରୂପକୁ ବଂଚାଇ ରଖିବା ପାଇଁ ସରକାର ଧାର୍ମିକ ଆସ୍ଥା ବିଶିଷ୍ଟ ସହରରେ ଅଣ ହିନ୍ଦୁ ଲୋକଙ୍କ ଦ୍ୱାରା ସଂପତି କ୍ରୟ କରିବା ଉପରେ କଟକଣା ଲଗା ଯାଇ ପାରିବ କି ନାହିଁ ସେ ନେଇ ଗୁରୁତ୍ୱର ସହ ବିଚାର କରୁଛି । ସରକାର ବିଶେଷଜ୍ଞ ମାନଙ୍କ ଠାରୁ ପରାମର୍ଶ ନେଉଛନ୍ତି ।
ସରକାର ଏହି ପ୍ରସଙ୍ଗକୁ ଅତ୍ୟନ୍ତ ଗୁରୁତ୍ୱର ସହ ନେବା କାରଣରୁ ଆଗାମୀ ନିର୍ବାଚନ ପୂର୍ବରୁ ଏକ ନୀତି ଆସିବ ବୋଲି ଅନୁମାନ କରା ଯାଉଛି ।