ଉତର ପ୍ରଦେଶରେ ଯୋଗୀ ଆଦିତ୍ୟନାଥଙ୍କ ସରକାର ସବୁବେଳେ ଚର୍ଚ୍ଚାରେ । ସେଠାରେ ଦଙ୍ଗାକାରୀ, ଗୋଚାଲାଣକାରୀ, ଗୁଣ୍ଡାମାନଙ୍କୁ ଦମନ କରିବାରେ ଯୋଗୀ ଆଦିତ୍ୟନାତଙ୍କ ସରକାରଙ୍କ ପୋଲିସର ଖାତିର ଏବେ ସାରା ଦେଶରେ ସବୁଠାରୁ ଅଧିକ । ଏବେ ଯୋଗୀଙ୍କ ସରକାର ଆଉ ଏକ କାମ କରିଛନ୍ତି ଯାହା ପୁଣି ଚର୍ଚ୍ଚାରେ ।
ସେଠାରେ ବଙ୍ଗଳାଦେଶରୁ ପାକିସ୍ତାନ ସେନାର ବର୍ବରତା ସହିନପାରି ନିଜର ଭିଟାମାଟି ଛାଡି ଆସିଥିବା ଅନେକ ହିନ୍ଦୁ ପରିବାରଙ୍କୁ ଏବେ ସରକାର ଜମିପଟ୍ଟା ଯୋଗାଇ ଦେଇଛନ୍ତି । ସେହି ସବୁ ସରକାର ଜମିକୁ ଦଙ୍ଗାକାରୀ ଓ ପୋଲିସ ଉପରକୁ ପଥର ଫିଙ୍ଗୁଥିବା ଲୋକମାନେ ଅବୈଧ ଭାବରେ ଜବର ଦଖଲ କରି ରହୁଥିଲେ ।
ସରକାର ସେମାନଙ୍କୁ ଜବର ଦଖଲରୁ ହଟାଇବା ପରେ ଏବେ ତାକୁ ବଙ୍ଗଳାଦେଶରୁ ଆସିଥିବା ହିନ୍ଦୁ ମାନଙ୍କୁ ଦେଇଛନ୍ତି ।
ଦେଶରେ ନାଗରିକ ସଂଶୋଧନ ଆଇନ ଲାଗୁ ନହୋଇପାରିବା କାରଣରୁ ଏବେ ସେହି ହିନ୍ଦୁମାନେ ନାଗରିକତା ପାଇପାରୁନାହାନ୍ତି । କିନ୍ତୁ ସେମାନେ ପାଖାପାଖି ୫୦ ବର୍ଷ ହେଲାଣି ଭାରତରେ ରହିଆସୁଛନ୍ତି ।