The Independence:Village-culture


  ଡ ମନୋରଞ୍ଜନ ପ୍ରଧାନ  
ଗାଁର ଦେଶ ହେଉଛି ପବିତ୍ର ଭାରତ ବର୍ଷ। ବର୍ତ୍ତମାନ ଆମ ଦେଶରେ ପ୍ରାୟ ଛଅ ଲକ୍ଷ ଚଉଷଠି ହଜାର ତିନିଶହ ଅଣଚାଳିଶି ଗ୍ରାମ ଅଛି।କେବଳ ସଂଖ୍ୟା ଦୃଷ୍ଟିରୁ ନୁହେଁ, ଖାଦ୍ୟପେୟ, ସାମାଜିକ ବ୍ୟବସ୍ଥା, ପର୍ବପର୍ବାଣୀ,ଚାଲିଚଳନ, ସାଂସ୍କୃତିକ ବୈଭବ ତଥା ପାରମ୍ପରିକ ରୀତିନୀତି, ଲୋକକଳା ଦୃଷ୍ଟିରୁ ଗାଁ ହେଉଛି ଭାରତର ଆତ୍ମା।ଥରେ ଗାଁ ଆଡକୁ ବୁଲି ଆସିଲେ ଭାରତୀୟ ମାନଙ୍କ ଆତିଥ୍ୟ,ସେବା,ସରଳ ଅମାୟିକ ଆଚରଣ, ପରସ୍ପର ପ୍ରତି ସ୍ନେହ ଶ୍ରଦ୍ଧା ଓ ଭଲପାଇବାର ଝଲକ ଦେଖିବାକୁ ମିଳେ।ଅଣ ଓସାରିଆ ରାସ୍ତା,ଚାଳ ଛପର ଘର, ତୁଳସୀ ଚଉରା,କେନ୍ଦରା ଶବ୍ଦ, ଚକୁଳିଆ ପଣ୍ଡାଙ୍କ ଭଗବତ୍ ବାଣୀ,ଗାଁ ମୁଣ୍ଡରେ ଠାକୁରାଣୀ ମନ୍ଦିର, ପୋଖରୀ, ଧାଡ଼ି ଧାଡ଼ି ଭଳିକି ଭଳି ଗଛ,ଫସଲ କ୍ଷେତ, ଗାଈଗୋରୁଙ୍କ ହମ୍ବାରଢି, ନଈ ପୋଖରୀରେ ଲଙ୍ଗଳା ପିଲାଙ୍କ ଜଳକ୍ରୀଡା, ଆଦି ଗାଁର ବାସ୍ତବ ଚିତ୍ରକଳ୍ପ।

ଆଜି କିନ୍ତୁ ଗାଁର ରୂପ ଆଙ୍ଗିକ ଓ ବ୍ୟବହାରିକ ଦୃଷ୍ଟିରୁ ବଦଳିଛି। ଝୁମ୍ପୂଡି ଘରର ସ୍ଥାନ ନେଇଛି ପକ୍କାଘର। ପାରମ୍ପରିକ ଚୂନ ଓ ରଙ୍ଗ ଛାଡି ଏସିଆନ୍ ପେଣ୍ଟିଂ କାନ୍ଥରେ ଝଲମଲ୍ କରୁଛି।ଅଣ- ଓସାରିଆ ଅଙ୍କାବଙ୍କା ରାସ୍ତା ଆଜି କଳା ମଚମଚ ଚିକ୍କଣ ପିଚୁ ବା ଓସାରିଆ କଙ୍କ୍ରିଟ ରାସ୍ତାରେ ବଦଳି ଯାଇଛି।ଆଉ ଯୋତା ହାତରେ ଧରି କାଦୁଅ  ଅବା ଚିକିଟା ମାଟି ସହ ସଂଘର୍ଷ କରିବାକୁ ପଡୁନି କି ସାଇକେଲ କାନ୍ଧେଇ କାଦୁଅ ରାସ୍ତା ପାର ହେବାର ସମ୍ଭାବନା ନାହିଁ। ସବୁଆଡେ ପ୍ରାୟ ପକ୍କା ରାସ୍ତା। ଏପରିକି ଗାଁ ଭିତଟା କାଦୁଅ ପଚ୍ ପଚ୍ ନାହିଁ କି ଗୋବରର ଗନ୍ଧ ବି ନାହିଁ।ନାନା ରଙ୍ଗର ଫେବର ବ୍ଳକ ଗାଁ ଦାଣ୍ଡରେ ଚକ୍ ମକ୍ କରୁଛି ।ଆଜି ଗାଁକୁ ଚବିଶ ଘଣ୍ଟା ବିଜୁଳି ଓ ଜଳ ଯୋଗାଣ ପାଇଁ ଅନେକ ପ୍ରକଳ୍ପ ହାତକୁ ନିଆଯାଇଛି। ସନ୍ଧ୍ୟା ସମୟରେ ବିଭିନ୍ନ ରଙ୍ଗର ଆଲୋକମାଳା ସହରର ଭ୍ରମ ସୃଷ୍ଟି କରୁଛି। ଆଜିକାଲି ଗ୍ରାମ ଗୁଡିକରେ ଶିଶୁ ଉଦ୍ୟାନ, କଲ୍ୟାଣ ମଣ୍ଡପ, କୋଠ ଘର,ବଡ଼ ବଡ଼ ସ୍କୁଲ କୋଠା, ପାଇଖାନା,ଆଦି ଗ୍ରାମ୍ୟ ପରିବେଶକୁ ଭିନ୍ନ ରୂପ ଦେଇଛି। ଗାଁକୁ ଗାଁ ଯୋଡିବା ପାଇଁ ଛୋଟ ବଡ଼ ସେତୁ ନିର୍ମାଣ ଗମନାଗମନକୁ ସୁଗମ ଓ ସୁଖଦ କରୁଛି ଏବଂ ବାଣିଜ୍ୟ ବ୍ୟବସାୟକୁ ଗତିଶୀଳ କରିଛି। ଲୋକମାନେ ପାରମ୍ପରିକ କୈାଳିକ ବୃତ୍ତି ଓ ବ୍ୟବସାୟ ଛାଡି ନୂଆ ବୃତ୍ତି ଅବଲମ୍ବନ ପାଇଁ ମାନସିକ ପ୍ରସ୍ତୁତି ହୋଇଛନ୍ତି। ଲୋକନୃତ୍ୟ,ଲୋକକଳା ନିଜର ଅସ୍ତିତ୍ବ ପାଇଁ ସଂଘର୍ଷ କରୁଛି। ଶିକ୍ଷା ଓ ଶିକ୍ଷିତ ହାର ବଢୁଛି।ଏସବୁ ପରିବର୍ତ୍ତନ ଗ୍ରାମ ବିକାଶର ଗୋଟିଏ ଗୋଟିଏ ଜ୍ୱଳନ୍ତ ଦୃଷ୍ଟାନ୍ତ। ଏକଥା ସତ ଯେ ସ୍ବାଧୀନତାର ଅମୃତ ମହୋତ୍ସବ ବେଳରେ ନଗଡା, କାଶିପୁର ଭଳି କୋତୋଟି ଘଟଣା ଗ୍ରାମ ବିକାଶର ଗୋଲାପି ଚିତ୍ରରେ କଳାଛିଟା ପକାଇ ଦେଉଛି। ତଥାପି ତୁଳନାତ୍ମକ ଭାବେ ଦେଖିଲେ ଦାରିଦ୍ର୍ୟ କମିଛି। ରୋଜଗାର ବଢ଼ିଛି। ସାକ୍ଷରତା ହାର, ବିଦ୍ୟାଳୟରେ ନାମ ଲେଖା,ଆଦି ଅନେକ ବିକାଶର ଚିତ୍ର ସହର ଭଳି ଗାଆଁ ମାନଙ୍କରେ ଦେଖିବାକୁ ମିଳୁଛି। ଅର୍ଥାତ୍ ଗାଁ ଆଜି ସହର ଭଳି ବାସୁଛି।

 କିନ୍ତୁ ଗାଁ ଆଜି ଅପସଂସ୍କୃତିର ଅନୁପ୍ରବେଶରେ ନିଜ ଅସ୍ତିତ୍ଵ ଓ ଅସ୍ମିତା ବଞ୍ଚାଇବା ପାଇଁ ଶେଷ ସଂଗ୍ରାମ କରୁଛି। ସାଂସ୍କୃତିକ ଆକ୍ରମଣ ଗାଁର ମୈଳିକତା, ନୈତିକତା, ସରଳତା ତଥା ଏକତ୍ବବୋଧକୁ କୁଠାରାଘାତ କରୁଛି। କେତୋଟି ବାସ୍ତବ ଉଦାହରଣ ଉପସ୍ଥାପନ କରୁଛି।

କିଛି ଦିନ ତଳେ ଏକ ସଂପର୍କୀୟଙ୍କ ଗାଁକୁ ଯାଇଥିଲୁ। ସନ୍ଧ୍ୟା ସମୟରେ ବାଡିପଟ ବାରଣ୍ଡାରେ ସପରିବାରେ ବସିଥାଉ।ଆମ ସହ ଥାଆନ୍ତି ସେ ଗାଁର ଜଣେ ବୃଦ୍ଧା।ମୋ ଝିଅ ସାଙ୍ଗମାନଙ୍କ ସହ ଖେଳୁଥିଲା। ହଠାତ୍ ଆସି ତା'ର ମାଆଙ୍କୁ କ'ଣ ଗୋଟାଏ ମାଗିଲା।ଝିଅଟିର ମାଆ ଡାକ ଶୁଣି ବୃଦ୍ଧା ଜଣକ କହିଲେ- ତୋ ଝିଅ ମାଆ ଓ ବାବା ବୋଲି ଡାକୁଛି, ତାକୁ ଡାଡି ମମି ଡାକିବା ଶିଖେଇନୁ। ଚାକିରୀ କରିଛ।ସହରରେ ରହୁଛ।ଡାଡି, ମମି,ଅଙ୍କଲ୍,ଆଣ୍ଟି ନ ଡାକି ମୂର୍ଖ ପିଲାଙ୍କ ଭଳି ଏମିତି ଡାକୁଛନ୍ତି। ଆଜିକାଲି ଗାଁର ଦିନ ମଜୁରିଆଙ୍କ ପିଲାମାନେ ପରା ବାପାମାଆ ଡାକୁ ନାହାଁନ୍ତି। ବୃଦ୍ଧାଙ୍କ ସଗର୍ବରେ ଡାଡିମମି ଡାକ ପାଇଁ ଓକିଲାତି କରିବା ଓ ବାପାମାଆ ଭଳି ମଧୁର ତଥା ଭକ୍ତି ଉଦ୍ରେକକାରୀ ସମ୍ବୋଧନକୁ ତାତ୍ସଲ୍ୟ କରିବା ଶୁଣି ଆମେ କିଛି ସମୟ ଆଶ୍ଚର୍ଯ୍ୟ ପ୍ରକଟ କଲୁ। ସତ କହିବାକୁ ଗଲେ ଆଜି କାଲି ଗ୍ରାମାଞ୍ଚଳରୁ ମଧ୍ୟ ବାପାମାଆ, ଦାଦାଖୁଡି,ମଉସାମାଉସୀ, ଆଦି ସମ୍ବୋଧନ ଉଭେଇ ଯାଉଛି।ବିଦେଶୀ ଅପସଂସ୍କୃତିର ଅନୁପ୍ରବେଶ ତିବ୍ର ଗତିରେ ବୃଦ୍ଧି ପାଇବାରେ ଲାଗିଛି। ସେଥିପାଇଁ ବିଶିଷ୍ଟ ବ୍ୟଙ୍ଗ କବି ଜ୍ଞାନ ହୋତା ଯଥାର୍ଥରେ କହିଥିଲେ-"ମାମୁଁ ମାଇଁ,ଦାଦା ଖୁଡି,ବଡ଼ ବାପାମାଆ, ମଉସା ମାଉସୀ,ଅଜା ଆଈ, ଜେଜେମା ଜେଜେ ବାପା, ଆଦି ସମସ୍ତ ସମ୍ପର୍କୀୟଙ୍କ ପାଇଁ ଭିନ୍ନ ଭିନ୍ନ ସମ୍ବୋଧନ ଓଡ଼ିଆମାନେ କରନ୍ତି।
ଫଳରେ ପରିଚୟ ଜାଣିବା ପାଇଁ ଶୁଣୁଥିବା ଲୋକଙ୍କୁ ପଚାରିବାକୁ ପଡେ ନାହିଁ। କିନ୍ତୁ ଆଜି ବାପାମାଆ ଓ ନିଜର ଭାଇ ଭଉଣୀଙ୍କୁ ଛାଡିଦେଲେ ଅନ୍ୟ ମାନଙ୍କୁ ସମ୍ବୋଧନ ପାଇଁ ଦୁଇଟି ପଦ କରିଛି ଦଖଲ, ଗୋଟିଏ ଆଣ୍ଟି ଆଉ ଗୋଟିଏ ଅଙ୍କଲ।"


କେବଳ ଜନ୍ମ ଦିନ ନୁହେଁ ମରଣ ସମୟରେ ମଧ୍ୟ ପାରମ୍ପରିକ ବିଧିବିଧାନରେ ପରିବର୍ତ୍ତନ ଘଟିଛି। ଗାଁରେ ଯଦି କେହି ମୃତାହତ ହୁଏ, ଗ୍ରାମବାସୀ ଏକତ୍ରିତ ହୋଇ ଶବଦାହ ପାଇଁ କାଠ ବନ୍ଦୋବସ୍ତ ଠାରୁ ଏକାଦଶ ଦିନ ଯାଏଁ ଯେଉଁ ସବୁ ସଂସ୍କାର ବ୍ୟବସ୍ଥା ରହିଛି ସେ ସବୁରେ ସହଯୋଗ ସହ ଆବଶ୍ୟକ ସ୍ଥଳେ ଆର୍ଥିକ ସହଯୋଗ କରନ୍ତି।ଆଜି ବି ତାହା ଅପରିବର୍ତ୍ତିତ ରହିଛି। କିନ୍ତୁ ଯୋଡ଼ି ହୋଇ ଯାଇଛି କେତୋଟି ଅପସଂସ୍କୃତି। ଉଦାହରଣ ସ୍ୱରୂପ ବିନା ମଦରେ ଶବ ଶ୍ମଶାନରେ ସତ୍କାର ପାଇଁ ପହଞ୍ଚି ପାରୁନାହିଁ। ଆଜିକାଲି ଏଭଳି ଦୁଃଖଦ ପରିସ୍ଥିତି ଅନେକାଂଶରେ ଦେଖା ଗଲାଣି। କେବଳ ସେତିକି ନୁହେଁ ସଂସ୍କାର ଓ ରୀତିନୀତିରେ ମଧ୍ୟ ପରିବର୍ତ୍ତନ ଦେଖା ଗଲାଣି। ଯେମିତି ମଲା ଭୋଜିରେ ଆମିଷ ଭୋଜନ ହେଲାଣି। ସବୁଠାରୁ ଆଶ୍ଚର୍ଯ୍ୟ ଜନକ ପରିବର୍ତ୍ତନ ପଣା ବ୍ୟବସ୍ଥାରେ ଦେଖାଯାଉଛି। ଆଜିକାଲି ମୃତ୍ୟୁ ପରେ ପାଞ୍ଚଦିନରୁ ଆରମ୍ଭ ହେଉଥିବା ପଣା ଖଇ,ଉଖୁଡା ଆଉ ପାଳୁ(ଏକ ପ୍ରକାର ଖିରୀ) ସୀମିତ ନୁହେଁ।ଏହା କେବଳ ସାଙ୍କେତିକ। ଏଗୁଡ଼ିକର ସ୍ଥାନ ନେଇଛି ଫାଷ୍ଟ ଫୁଡ୍। ନାନା କିସମର ମିଠା।ଏପରିକି କେହି କେହି ଚଉମିନ୍,ମେଗି ମଧ୍ୟ କଲେଣି। ସେହିପରି ବାହାଘର  ଡିଜେ,ଡିସ୍କଡେନସ୍,ମଦପାର୍ଟି, ଇତ୍ୟାଦି ବିନା ସମ୍ଭବ ହେଉନାହିଁ। ଏଗୁଡ଼ିକ ଆଭିଜାତ୍ୟରୁ ପରମ୍ପରାରେ ପରିଣତ ହେଲାଣି। ଏଠାରେ ଆଉ ଗୋଟିଏ ବାସ୍ତବ ଉଦାହରଣ ଉପସ୍ଥାପନ କରୁଛି।

ଦୁଇ ବର୍ଷ ତଳେ ଗାଁରେ ଏକ ବଡ଼ ଭୋଜିର ଆୟୋଜନ ହେଉଥାଏ।ବିରାଟ ଟେଣ୍ଟ, ଝକମକ ଆଲୋକମାଳା ଓ ମାଇକ୍ ଶବ୍ଦରେ ଫାଟି ପଡୁଛି ଗାଁ। ସମସ୍ତ ଗ୍ରାମବାସୀଙ୍କ ସହ ବନ୍ଧୁବାନ୍ଧବଙ୍କ ପାଇଁ ବଢିଆ ଭୋଜିର ଆୟୋଜନ ହୋଇଥାଏ। ଜାଣିବାକୁ ପାଇଲି ଅନ୍ୟ ରାଜ୍ୟରେ କାମ କରୁଥିବା ଜଣେ ବ୍ୟକ୍ତିଙ୍କ ଝିଅର ପ୍ରଥମ ଜନ୍ମ ବାର୍ଷିକୀ।ଭାବିଲି ରାତିରେ ପାରମ୍ପରିକ ରୀତିନୀତିରେ ଜନ୍ମଦିନ ପାଳନ ସହ ସତ୍ୟନାରାୟଣ ପାଲା ଅନୁଷ୍ଠିତ ହେବ। କିନ୍ତୁ ସେଭଳି କିଛି ହେଲା ନାହିଁ। ସନ୍ଧ୍ୟା ହେବା କ୍ଷଣି ଡିଜେର ତାଳେ ତାଳେ ବାତମରା ନାଚରେ ଦୁଲୁକିଲା ଗାଁ।ତାପରେ କେକ୍ କଟା ଓ ମ‌ହମବତୀ ଫୁଫୁ କରି ଲିଭାଲିଭି। ଶେଷରେ କେକ୍,ଅଣ୍ଡା ଓ ଟମାଟ ଦେହ ମୁଣ୍ଡରେ ବୋଳାବୋଳି।ସବୁ ଦେଖି କାଠ ପଥର ହେଇଯିବା ଛଡ଼ା କାହାକୁ କ'ଣ କହିହେବ।ସବୁ ଓଳିଆରୁ ଗଜା।ଆଗ ଭଳିଆ ଗାଁରେ ବୟୋଜ୍ୟେଷ୍ଠ କଥାକୁ ଆଜି କାଲିକା ପିଲା କ'ଣ ମାନୁଛନ୍ତି। ସେମାନେ ପରା ବଡ଼ ପାଠୁଆ ଭାବି ଗର୍ବ ଅହଙ୍କାରରେ ଫାଟି ପଡ଼ୁଛନ୍ତି। ଏଭଳି ପରିସ୍ଥିତି ଆଜି ଗାଁ ପରିବେଶକୁ ଏକ ପ୍ରକାର କଳୁଷିତ କରିଦେଇଛି।ଆଉ ଆଗଭଳି ଏକତା, ଭାଇଚାରା ଓ ପୂଜ୍ୟପୂଜା ନାହିଁ। ସମସ୍ତେ କିଛି ନା ରୋଜଗାର କରି ଏକ ପ୍ରକାର ସ୍ବାବଲମ୍ବୀ ହୋଇଛନ୍ତି।ଆଗ ଭଳି ଆର୍ଥିକ ଅନଟନ ଏତେଟା ନାହିଁ।ପାଠୁଆ ସଂଖ୍ୟା ହୁହୁ ବଢ଼ିଛି।ହେଲେ ଅପସଂସ୍କୃତିର ଅନୁପ୍ରବେଶ ଗ୍ରାମ ଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି। ଗୁଟକା, ମଦ, ଆଦି ନିଶା ଦ୍ରବ୍ୟ ସେବନ ବେଧଡକ ଚାଲିଛି।କାହା ପ୍ରତି ଡର ନାହିଁ କି ଲଜ୍ଜା ବି ନାହିଁ। ମୋବାଇଲ ଫୋନ ବହୁଳ ବ୍ୟବହାର ଗାଁ ପରିବେଶକୁ ଆହୁରି ବିଶୃଙ୍ଖଳିତ କରିଦେଇଛି।ଆମେ କେଉଁଠି ନା କେଉଁଠି ବିକାଶର ପଥ ଖୋଜି ଖୋଜି ବିନାଶର ଅନ୍ଧାନୁକରଣ କରୁଛନ୍ତିି।ସଦଭାବନା,ସଦାଚାର,ସରଳ ପଣ ଓ ଗୋଟିଏ ପରିବାର ଭାବନା ଧିରେ ଧିରେ ଗ୍ରାମୀଣ ପରିବେଶରୁ ଉଭେଇ ଯାଉଛି।ଆଧୁନିକତା ନାମରେ ଏକ ମହାବିନାଶ ଆଡ଼କୁ ଆମେ ଗତି କରୁଛନ୍ତି। ବିକାଶ ମଧ୍ୟରେ ସାଂସ୍କୃତିକ ବିନାଶର ପଦଧ୍ବନୀ ସ୍ପଷ୍ଟ ବାରି ହେଉଛି। ପୂଜ୍ୟପୂଜା ଏକ ପ୍ରକାର ଅଲୋଡ଼ା ହୋଇଛି। ଗାଁ ଆଜି ଅର୍ଧଶିକ୍ଷିତ ଯୁବକମାନଙ୍କର ଅପରିପକ୍ବ ନିଷ୍ପତ୍ତିରେ ପରିଚାଳିତ ହେଉଛି। ବୃଦ୍ଧବୃଦ୍ଧା ବୟୋଜ୍ୟେଷ୍ଠ ମାନଙ୍କ ହିତୋପଦେଶର ହତାଦର ହେଉଛି।କଥା କଥାରେ ହିଂସା, ଦ୍ୱେଷ, ପରଶ୍ରୀକାତରତାର ନଗ୍ନ ରୂପ ଗ୍ରାମ୍ୟ ପରିବେଶକୁ କଳୁଷିତ କରୁଛି। ସଂକୀର୍ଣ୍ଣ ରାଜନୀତିର ପଶାପାଲିରେ ଗାଁର ଭାଇଚାରା ନଷ୍ଟ ହେଉଛି। ଲୋକଙ୍କ ଭିତରେ ମନାନ୍ତର ଓ ମତାନ୍ତର ସୃଷ୍ଟି ହୋଇ ଏକତା ଓ ସଦଭାବନା ନଷ୍ଟ ହେଉଛି।
କିନ୍ତୁ ଏହାର ପ୍ରତିକାର ଦରକାର। ବିକାଶ ସାଙ୍ଗକୁ ସଂସ୍କାର, ବିଜ୍ଞାନ ସହ ଆଧ୍ୟାତ୍ମିକ ଜ୍ଞାନ, ଆଧୁନିକତା ସହ ନୈତିକତାର ବିକାଶ ନିମନ୍ତେ ଯଥେଷ୍ଟ ପ୍ରୟାସ ହେବା ଉଚିତ। ନଚେତ୍ ଗ୍ରାମୀଣ ଭାରତ ତା'ର ସଂସ୍କୃତି ଓ ସଂସ୍କାର ହରେଇ ଏକ ତ୍ରିଶଙ୍କୁ ସ୍ଥିତିକୁ ଆସିଯିବ। ଆଶାକରେ ବୁଦ୍ଧିଜୀବୀ ଏଥିପ୍ରତି ସମ୍ବେଦନଶୀଳ ହୋଇ ସମାଧାନ ପନ୍ଥା ନିମନ୍ତେ ତତ୍ତ୍ଵର ହେବେ।
ଅଧ୍ୟାପକ, ସରକାରୀ ମହିଳା ମହାବିଦ୍ୟାଳୟ, ଜୟପୁର, କୋରାପୁଟ-୯୪୩୭୯୧୪୮୧୮
 

Author Image

Dr Manoranjan Pradhan

Recent Posts

The Independence:If-the-BJP-government-is-formed-in-Odisha-drinking-water-problem-will-be-solved-as-a-priority-Bhatrahari-Mahatab

ଓଡ଼ିଶାରେ ବିଜେପି ସରକାର ଗଠନ କଲେ ଅଗ୍ରାଧିକାର ଭିତିରେ ପାନୀୟ ଜଳ ସମସ୍ୟାର ସମାଧାନ କରାଯିବ: ଭତୃହରି ମହତାବ

The Independence:Odisha-Cow-Slaughtering

Odisha : ଗୋ ମାଂସ ବୋଝେଇ ଟ୍ରକ ଜବତ

The Independence:Jagannath-Temple-Odisha-Mumbai

ଓଡିଶା ବାହାରେ ମହାପ୍ରଭୁ ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର

The Independence:Modi-Government-9-Years-Seva-Susasan-Garib-Kalyana

ନ’ ବର୍ଷର ସୁଶାସନ

The Independence:Rath-Yatra-2023-Lakhs-of-devotees-witness-Suna-Besha-of-Holy-Trinity-in-Puri

ଶ୍ରୀକ୍ଷେତ୍ରରେ ରଥାରୁଢ଼ ଶ୍ରୀଜୀଉଙ୍କ ସୁନାବେଶ, ମହଣ ମହଣ ସୁନା ଅଳଙ୍କାରରେ ସଜ୍ଜିତ ତିନି ଠାକୁର

The Independence:Puri-Ratha-Jatra-2023-Jay-Jagannath

ଶରଧାବାଲିରେ ଲାଗିଲା ତିନି ଠାକୁରଙ୍କ ତିନି ରଥ

The Independence:Ratha-Jatra-2023-ନୀଳାଦ୍ରିବିଜେରେ-ନୀଳକନ୍ଦରକୁ-ଫେରନ୍ତି-ନୀଳାଦ୍ରିନାଥ-ସରେ-ଜନ୍ମବେଦି-ଲୀଳା

Ratha Jatra 2023: ନୀଳାଦ୍ରିବିଜେରେ ନୀଳକନ୍ଦରକୁ ଫେରନ୍ତି ନୀଳାଦ୍ରିନାଥ; ସରେ ଜନ୍ମବେଦି ଲୀଳା

The Independence:Jagannath-Temple-Rath-Jatra

ଏକାବନ ଦିନରେ ଚଳଚଞ୍ଚଳ ରଥଖଳା

The Independence:ପ୍ରେମିକାକୁ-ଛୁରୀ-ଭୁଷିଲା-ପଥରରେ-ଛେଚି-ମୁହଁ-ନଷ୍ଟ-କଲା-ଜହ୍ଲାଦ-ପ୍ରେମିକ-ସାହିଲ-ଖାଁ

ପ୍ରେମିକାକୁ ଛୁରୀ ଭୁଷିଲା, ପଥରରେ ଛେଚି ମୁହଁ ନଷ୍ଟ କଲା ଜହ୍ଲାଦ ପ୍ରେମିକ ସାହିଲ ଖାଁ

The Independence:Land-Jihad-Dwarka

ଜମି ଜିହାଦର ଅନ୍ୟନାମ ଦ୍ୱାରକା

The Independence:Odisha-cant-make-progress-with-Shashikala-syndrome-Dharmendra

‘ଶଶୀକଳା ସିଣ୍ଡ୍ରୋମ’ କହିବାରୁ ସରକାରଙ୍କୁ ବାଧିଲା: ଧର୍ମେନ୍ଦ୍ର

The Independence:Land-Jihad-Love-Jihad-Jameen-Jihad-in-Odisha

ରାଜ୍ୟରେ ବଢ଼ୁଛି ଜିହାଦୀଙ୍କ ସଂଖ୍ୟା !

The Independence:The-Kerala-Story-Official-Trailer--Vipul-Amrutlal-Shah--Sudipto-Sen--Adah-Sharma--Aashin-A-Shah

The Kerala Story Official Trailer | Vipul Amrutlal Shah | Sudipto Sen | Adah Sharma | Aashin A Shah

The Independence:Guddu-Muslim-Odisha-Link-BJD

ଗୁଡ୍ଡୁ ମୁସଲମାନର ଖାସ୍, ବିଜେଡି ବିଧାୟକଙ୍କ ରାଇଟହାଣ୍ଡ

The Independence:important-files-of-the-jagannath-temple-administration-have-gone-missing

ଗାଏବ ହେଲା ଜଗନ୍ନାଥ ମନ୍ଦିର ପ୍ରଶାସନର ଗୁରୁତ୍ଵପୂର୍ଣ୍ଣ ଫାଇଲ

The Independence:Debacle-in-American-Banking-System

ଆମେରିକାର ବ୍ୟାଙ୍କିଂ ବ୍ୟବସ୍ଥାରେ ବିପର୍ଯ୍ୟୟ

The Independence:palghar-sadhu-lynching-case-to-be-investigated-by-cbi

ପାଲଘର ସାଧୁହତ୍ୟା ମାମଲାର ହେବ ସିବିଆଇ ତଦନ୍ତ

The Independence:Mix-Mandate-in-USA-Joe-Biden

ଆମେରିକାରେ ମିଶ୍ରିତ ଜନମତ

The Independence:Jayshankar-in-Fiji

ଫିଜିରେ ବିଜି ଜୟଶଙ୍କର

The Independence:Women-Freedom-Fighters-of-India-Name-List-and-Their-Roles

ଭାରତର ମହାନ ମହିଳା ସ୍ୱାଧୀନତା ସଂଗ୍ରାମୀମାନେ ଯାହାଙ୍କୁ ଇତିହାସକାରମାନେ ଭୁଲି ଯାଇଥିଲେ

The Independence:Dharmendra-Seeks-Centres-Intervention-For-Protection-Of-Archaeological-Assets-In-Odisha

ଓଡ଼ିଶାରେ ଅସୁରକ୍ଷିତ ଶିଶୁପାଳ ଗଡ଼ ଓ ଲଳିତଗିରି ପରି ଐତିହ୍ୟ କୀର୍ତ୍ତିରାଜି

The Independence:ଶ୍ରୀମନ୍ଦିରର-ପ୍ରସିଦ୍ଧ-ଦୋଳଯାତ୍ରା

ଶ୍ରୀମନ୍ଦିରର ପ୍ରସିଦ୍ଧ ଦୋଳଯାତ୍ରା

The Independence:Young-writer-Om-Priyadarshis-book-on-Paika-movement-released

ଉନ୍ମୋଚିତ ହେଲା ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଚୟନିତ ଓମ୍ ପ୍ରିୟଦର୍ଶୀଙ୍କ ପୁସ୍ତକ "ପାଇକ: ଜନ, ଆଖ୍ୟାନ ଓ ଆନ୍ଦୋଳନ"

The Independence:Baijayanta-Panda-listens-Man-Ki-Baat-Programme-at-Bhawanipatna

ଭବାନୀପାଟଣା “ମନ୍‌ କି ବାତ୍‌” କାର୍ଯ୍ୟକ୍ରମରେ ବୈଜୟନ୍ତ ପଣ୍ଡା

The Independence:ଜର୍ଜ-ସୋରୋସଙ୍କ--ନେଟୱର୍କ-ଓ-କଣ୍ଢେଇ-ମାନଙ୍କୁ-ଚିହ୍ନଟ--ଜରୁରୀ

ଜର୍ଜ ସୋରୋସଙ୍କ ନେଟୱର୍କ ଓ କଣ୍ଢେଇ ମାନଙ୍କୁ ଚିହ୍ନଟ ଜରୁରୀ