ଦାରା ସିଂ ଓରଫ ମହେନ୍ଦ୍ର ପାଲ । ବହୁଚର୍ଚ୍ଚିତ ଖ୍ରୀଷ୍ଟିୟାନ ଧର୍ମଯାଜକ ଯିଏ ସରଳ ନିରିହ ଆଦିବାସୀମାନଙ୍କର ଧର୍ମାନ୍ତିରକଣ କରାଇବାରେ ମୁଖ୍ୟ ଭୂମିକା ନିଭାଉଥିଲେ ସେହି ଗ୍ରାହାମ ଷ୍ଟେନସ ହତ୍ୟା ମାମଲାରେ ଦାରା ସିଂ ଦୋଷୀ ସାବ୍ୟାସ୍ତ ହୋଇ ଏବେ ଜେଲରେ ସଜା କାଟୁଛନ୍ତି ।
୨୨ ଜାନୁୟାରୀ ୧୯୯୯ରେ ଗ୍ରାହାମ ଷ୍ଟେନସଙ୍କର ହତ୍ୟା ହୋଇଥିଲା । ଦାରା ସିଂଙ୍କ ଗିରଫଦାରି ହୋଇଥିଲା ଜାନୁୟାରୀ ୩୧, ୨୦୦୦ ଦିନ । ସେବେଠାରୁ ଦାରା ସିଂ ଅଛନ୍ତି ଜେଲରେ । ଭାରତୀୟ ପେନାଲ କୋଡର ଧାରା ୫୭ ଅନୁସାରେ ଆଜୀବନ ଦଣ୍ଡାଦେଶର ଅର୍ଥ ହେଉଛି ଜେଲରେ ୨୦ ବର୍ଷ ରହିବା । ଏବେ ସୁଦ୍ଧା ଦାରା ସିଂ ଜେଲରେ ୨୧ ବର୍ଷ ବିତେଇ ସାରିଲେଣି । ହେଲେ ତାଙ୍କୁ ମୁକାଳିବା ପାଇଁ ପ୍ରୟାସ ଆରମ୍ଭ ହେଉନାହିଁ । କନ୍ଧମାଳରେ ହୋଇଥିବା ସ୍ୱାମୀ ଲକ୍ଷଣାନନ୍ଦଙ୍କ ହତ୍ୟାର ଅପରାଧୀମାନେ ଏବେ ଜେଲରୁ ମୁକୁଳି ସାରିଲେଣି । ଦେଶରେ ଥିବା ଆହୁରି ଅନେକ ହତ୍ୟା ମାମଲାରେ ଆଜୀବନ ଦୋଷୀ ଦଣ୍ଡିତ ହୋଇଥୀବା ଅପରାଧୀମାନେ ୨୦ ବର୍ଷ ପରେ ମୁକୁଳୁଛନ୍ତି ।
ଗ୍ରାହାମ ଷ୍ଟେନସ ହତ୍ୟା ମାମଲାର ରାୟରେ ସୁପ୍ରିମ କୋର୍ଟଙ୍କର ଟିପଣି ଅତ୍ୟନ୍ତ ଗୁରୁତ୍ୱପୁର୍ଣ୍ଣ ଥିଲା । ମାନ୍ୟବର ସୁପ୍ରିମକୋର୍ଟ କହିଥିଲେ ଦାରା ସିଂ ଓ ତାର ସାଥୀମାନେ ଗ୍ରାହାମ ଷ୍ଟେନସଙ୍କୁ ମାରିବା ପଛରେ ତାଙ୍କର ଉଦ୍ଦେଶ୍ୟ ଥିଲା ସରଳ ଆଦିବାସୀମାନଙ୍କୁ ପ୍ରଲୋଭନ କରି ବେଆଇନ ଧର୍ମାନ୍ତିକରଣ କରୁଥିବା ଲୋକମାନଙ୍କୁ ଏକ ଶୀକ୍ଷା ଦେବା ।