ଯେତେବେଳେ ସାରା ବିଶ୍ୱରେ ତାଲିବାନର ବର୍ବରତାକୁ (Taliban Terrorism) ନେଇ ସାରା ବିଶ୍ୱରେ ବଢୁଥିବା ଜିହାଦକୁ ନେଇ ଭୟଭୀତ ସେତିକିବେଳେ କାହିଁକି କିଛି ବୁଦ୍ଧିଜିବି “ ଡିସମେଂଟଲାଙ୍ଗି ଗ୍ଲୋବାଲ ହିନ୍ଦୁତ୍ୱ”ନାଁରେ (Dismantling Global Hindutva) ଏକ ସମ୍ମିଳନୀ କରି ହିନ୍ଦୁତ୍ୱକୁ ବଦନାମ କରିବା ପାଇଁ ଉଦ୍ୟମ କରିଲେ । ଏହା ଉପରେ ବିଶେଷ ଆଲୋଚନା କରିବାର ଆବଶ୍ୟକତା ରହିଛି । ଏହି ଭିଡିଓରେ ଏହାର ଅନେକ ଦିଗ ଉପରେ ଆଲୋଚନା ହୋଇଛି ।
ପ୍ରଥମେ ଆସିବା ତାରିଖକୁ । ଏହି ସମ୍ମିଳନି ହୋଇଥିଲା ୧୦ରୁ ୧୨ ସେପ୍ଟେମ୍ବରରେ । ୧୧ ସେପ୍ଟେମ୍ବର ୨୦୦୧ରେ ତାଲିବାନମାନେ ଆମେରିକା ଉପରେ ଆକ୍ରମଣ କରିଥିଲେ । ତେଣୁ ସେହି ସମୟରେ ସାରା ବିଶ୍ୱ ଇସଲାମ ଆତଙ୍କିବାଦକୁ (Islamic Terrorism) ମନେପକେଇଲା ବେଳେ ଏହି ସମ୍ମିଳନି ସେମାନଙ୍କ ମନରେ ଆଉ ଏକ ଦିଗ ଦେଖାଇବ ଯେ ହିନ୍ଦୁତ୍ୱରେ ବି ଆତଙ୍କବାଦ ଅଛି ।
କେବଳ ସେତିକି ନୁହେଁ, ସ୍ୱାମୀ ବିବେକାନନ୍ଦ (Swami Vivekanand) ମଧ୍ୟ ଯେଉଁ ଚିକାଗୋରେ ବିଶ୍ୱ ଧର୍ମ ସଂସଦରେ (Parliament of the World's Religions) ଭାଷଣ ଦେଇଥିଲେ ତାହାବି ଥିଲା ୧୧ ସେପ୍ଟେମ୍ବର ୧୮୯୩ରେ ।
ଏହି ସମ୍ମିଳନିକୁ ଆୟୋଜନ କରିବାରେ ମୁଖ୍ୟ ଭୂମିକା ନେଉଥିବା ବୁଦ୍ଧିଜିବିମାନେ ତଥାକଥିତ ମାଓବାଦୀ, ତଥାକଥିତ ସେକୁଲାର ଓ ଲିବେରାଲ ପ୍ରଜାତିର । ସେମାନଙ୍କର ସେହି ସମ୍ମିଳନିର ଯେଉଁ କଭର ଚିତ୍ର କରାଯାଇଛି ସେଥିରେ ସେମାନେ ରାଷ୍ଟ୍ରୀୟ ସ୍ୱଂୟ ସେବକ ସଙ୍ଘର (Rashtriya SwayamSevak Sangha) ସ୍ୱଂୟ ସେବକମାନଙ୍କୁ ଏକ ହାତୁଡିରେ ଆକ୍ରମଣ କରାଯାଉଛି । ଏକ ଲଗାତାର ପ୍ରୟାସ ଚାଲିଛି ଯେ ଆରଏସଏସକୁ ଏକ ହିନ୍ଦୁତ୍ୱ ଆତଙ୍କି ସଙ୍ଗଠନ ଭାବରେ ଚିତ୍ରଣ କରିବା ପାଇଁ । ଏହି ଭିଡିଓରେ କିପରି ସାରା ବିଶ୍ୱରେ ହିନ୍ଦୁଙ୍କ ବିରୋଧରେ ଷଡଯନ୍ତ୍ର ଚାଲିଛି ତାହା ଉପରେ ଅବତାରଣା କରାଯାଇଛି ।