ଗତ ୫ ଦିନରେ କାଶ୍ମୀରରେ ଆତଙ୍କବାଦୀମାନଙ୍କ ଆକ୍ରମଣରେ ୭ ଜଣଙ୍କର ମୃତ୍ୟୁ ହୋଇସାରିଲାଣି । ଆଫଗାନିସ୍ତାନରେ ତାଲିବାନ ପୁରା ଶାସନ କବଜା କରିବା ପରେ ପାକିସ୍ତାନ ଏବେ କାଶ୍ମୀରରେ ଆତଙ୍କବାଦି ଆକ୍ରମଣ କରିବା ପାଇଁ ଷଡଯନ୍ତ୍ର ଆରମ୍ଭ କରିଲାଣି । ଯାହାର ଝଲକ ଏବେ କିଛି ଦିନ ହେଲାଣି ଦେଖିବାକୁ ମିଳୁଛି । ଅନାସ ହକ୍କାନିର ମାମୁଦ ଗଜନିକୁ ଆଦର୍ଶ ବୋଲି କହିବା ଓ ସୋମନାଥ ମନ୍ଦିର ଭାଙ୍ଗିବାକୁ ମହାନ ବତାଇ ଟ୍ୱିଇଟ କରିବା ଆଉ ଏପଟେ କାଶ୍ମୀରରେ ଆତଙ୍କବାଦିଙ୍କର ଗୁଳି ଚାଳନା ସଂଯୋଗ ନୁହେଁ ଏହା ହେଉଛି ଯୋଜନାବଦ୍ଧ ।
ଆତଙ୍କବାଦିମାନେ ( Kashmir Terror Attack ) ଏକ ସ୍କୁଲରେ ସମସ୍ତ ଶୀକ୍ଷକଙ୍କ ପରିଚୟ ପତ୍ର ଯାଂଚ କରିଲା ପରେ ସେଥିରୁ କେବଳ ବାଛି ବାଛି ଶିଖ୍, ହିନ୍ଦୁମାନଙ୍କୁ ମାରିଲେ । ତା ଆଗଦିନ ସେମାନେ ଶିଖମାନଙ୍କୁ ହତ୍ୟା କରିଥିଲେ । ସେମାନେ କେବଳ ଅଣମୁସଲମାନମାନଙ୍କୁ ମାରୁଛନ୍ତି ।
ଏବେ ଦେଶରେ ନୁଆ ରାଜନୈତିକ ପର୍ଯ୍ୟଟନ ସ୍ଥଳ ପାଲଟିଛି ଉତର ପ୍ରଦେଶର ଲକ୍ଷ୍ମୀପୁର (Lakhmipur Kheri) । ସେଠାରେ ବିକ୍ଷୋଭ ବେଳେ ହିଂସାରେ ୯ ଜଣଙ୍କର ଏବେ ସୁଦ୍ଧା ମୃତ୍ୟୁ ହୋଇଛି । ସେଠାରେ ମୃତ୍ୟୁ ବରଣ କରିଥିବା ଚାଷୀମାନଙ୍କ ପରିବାରକୁ ଦେଖା କରିବା ପାଇଁ ଦେଶର ବିରୋଧୀମାନଙ୍କର ସୁଅ ଛୁଟିଛି । କଂଗ୍ରେସ ସମେତ ବିଭିନ୍ନ ବିରୋଧୀ ଦଳ ଏହି ପ୍ରସଙ୍ଗରୁ ଯେତେ ରାଜନୈତିକ ଲାଭ ନେଇ ହେବ ସେହି ପ୍ରୟାସରେ ଅଛନ୍ତି ।
ହେଲେ ସେହି ତମାମ ବିରୋଧୀ ଦଳମାନେ ଏବେ କାଶ୍ମୀରରେ ମରିଥିବା ସେହି ପରିବାର ବର୍ଗଙ୍କୁ ଭେଟିବାକୁ ଯିବେକି ? ଯେମିତି ଉତର ପ୍ରଦେଶରେ ଅଘଟଣ ଘଟିବା ମାତ୍ର ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ, ରୁପେଶ ବାଘେଲା ଆଦି ଅନେକ ନେତା ସବୁ କାମ ଛାଡି ତୁରନ୍ତ ଉତର ପ୍ରଦେଶ ଯାଇଥିଲେ ସେମାନେ ଏବେ କାଶ୍ମୀରର ସେହି ମୃତକଙ୍କ ପରିବାରକୁ ଭେଟି ସମବେଦନା ଜଣାଇବେକି ?
ଏହି ଆତଙ୍କବାଦୀ ଆକ୍ରମଣ ଘଟଣାରେ ସେମାନଙ୍କର ପାଟି ଚୁପ୍ । ସାରା ବିଶ୍ୱରେ ଏଭଳି ଧାର୍ମୀକ ଆତଙ୍କି ମାନସିକତାର ନିନ୍ଦା ଖୋଲାଖୋଲା କରୁଥିବା ବେଳେ ଭାରତରେ କିନ୍ତୁ ବିରୋଧୀମାନେ କେବେ ଖୋଲା ଖୋଲା ଆତଙ୍କି ମାନସିକତାର ବିରୋଧ କରନ୍ତି ନାହିଁ । ଏବେ ତ ରାହୁଲ ଗାନ୍ଧୀ ଆତଙ୍କବାଦି, ପାକିସ୍ତାନକୁ ନିନ୍ଦା ହିଁ କରିନାହାନ୍ତି । ବଂର ସେ ଧାରା ୩୭୦, ନୋଟ ବନ୍ଦି ଉପରେ ଆଙ୍ଗୁଳି ଉଠାଇଛନ୍ତି ।