The Independence:Women-Freedom-Fighters-of-India-Name-List-and-Their-Roles

 ଭାରତ ସ୍ୱାଧୀନତାର ୭୫ ବର୍ଷ ପାଳନ କରିସାରିଛି । ଦେଶ ସ୍ୱାଧୀନତାରେ ଯୋଗଦାନ ଦେଇଥିବା ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ଦେଶ ମନେପକାଉଛି । କିନ୍ତୁ ଯଦି ଆମେ ମହିଳା ସ୍ୱାଧୀନତା ସଂଗ୍ରାମୀମାନଙ୍କ କଥା ଦେଖିବା ତାହେଲେ ଏହି ତାଲିକା କସ୍ତୁରବା ଗାନ୍ଧୀ, କମଳା ନେହେରୁ, ସରୋଜିନି ନାଇଡୁ, ସୁଚେତା କୃପାଳିନିଙ୍କ ପାଖରେ ଅଟକି ଯାଉଛି । କିନ୍ତୁ ଆପଣ ଜାଣନ୍ତିକି ଭାରତର ମୁକ୍ତି ସଂଗ୍ରାମରେ ଦେଶରେ ଅନେକ ମହିଳା ସ୍ୱାଧୀନତା ସଂଗ୍ରାମୀମାନେ ନିଜର ବଳିଦାନ ଦେଇଥିଲେ । ଆସନ୍ତୁ କିଛି ନାଁ ବିଷୟରେ ଆମେ ଜାଣିବା । 

୧- ମାତାଙ୍ଗିନି ହାଜରା - ପଶ୍ଚିମବଙ୍ଗରେ ଭାରତ ଛାଡ ଆନ୍ଦୋଳନ ସମୟରେ ମାତାଙ୍ଗିନି ଦେବି ଆଗ ଧାଡିରେ ନେତୃତ୍ୱ ନେଉଥିଲେ । ସେଥିପାଇଁ ତାଙ୍କୁ କଲିକତାରେ ଗାନ୍ଧୀ ବୁଢି ବୋଲି ମଧ୍ୟ ଲୋକମାନେ ଡାକୁଥିଲେ । ଏକ ୬ ହଜାରରୁ ଅଧିକ ସଂଗ୍ରାମୀମାନଙ୍କୁ ନେଇ ଏକ ପଦଯାତ୍ରା କରୁଥିବା ବେଳେ ମେଦିନପୁରରେ ବ୍ରିଟିସ ପୋଲିସ ତାଙ୍କୁ ଗୁଳି ମାରି ହତ୍ୟା କରିଥୀଲା । 

୨- ଝଲକର ବାଇ – ଝାନ୍ସି ରାଣି ଲଖମି ବାଇଙ୍କର ସେନାରେ ଥିବା ଝଲକର ବାଇଙ୍କ ବିରତ୍ୱ ଅତୁଳନୀୟ । ଖଣ୍ଡା ଯୁଦ୍ଧରେ ନିପୁଣା ଝଲକର ବାଇ ନିଜେ ଝାନ୍ସି ରାଣିଙ୍କ ବେଶରେ ଆସି ଯୁଦ୍ଧରେ ଲଢି ଝାନସି ରାଣୀ ଲକ୍ଷ୍ମିବାଇଙ୍କୁ ଗୋପନରେ ଦୁର୍ଗ ବାହାରକୁ ଯିବାରେ ସାହାଯ୍ୟ କରିଥିଲେ । 

୩- ରାଣି ଦୁର୍ଗାବତି – ମଧ୍ୟପ୍ରଦେଶର ଗଣ୍ଡଓାନାର ଏକ ରାଜ ପରିବାରରେ ଜନ୍ମିତ ରାଣି ଦୁର୍ଗାବତି ମୋଗଲ ବିରୋଧରେ ଲଢି ଯୁଦ୍ଧକ୍ଷେତ୍ରରେ ମୃତ୍ୟୁ ବରଣ କରିଥୀଲେ । 

୪- ରାଣି ଅବନ୍ତିବାଇ ଲୋଧି – ୧୮୫୭ ମସିହାରେ ହୋଇଥିବା ସ୍ୱାଧୀନତା ଲଢାଇରେ ଅବନ୍ତିବାଇ ଲୋଧି ନିଜେ ୪୦୦୦ ସୈନିକମାନଙ୍କର ସେନାକୁ ନେତୃତ୍ୱ ନେଉଥିଲେ । ସେ ଅନେକ ଦିନ ଧରି ବ୍ରିଟିସ ବିରୋଧରେ ଗରିଲା ଲଢାଇ ଜାରି ରଖିଥିଲେ ।

୫- ରମାଦେବି ଚୌଧୁରି – ଓଡିଶାର ନାରି ଜାଗରଣର ନେତୃତ୍ୱ ନେଇଥିବା ରମାଦେବି ଚୌଧୂରି ଅନେକ ଥର ବ୍ରିଟିସ ବିରୋଧରେ ଆନ୍ଦୋଳନ କରି ଜେଲ ଯାଇଛନ୍ତି ।

୬- ଦୁର୍ଗାବାଇ ଦେଶମୁଖ - ଅନେକ ଥର ବ୍ରିଟିସ ବିରୋଧରେ ଆନ୍ଦୋଳନ କରି ଜେଲ ଯାଇଛନ୍ତି । ପରେ ଦେଶର ସାଂସଦ ହୋଇଥିଲେ ।

୭- ରାଣି ଗାଇନିଦୁଲୁ – ସେ ରାଣି ନଥିଲେ କିନ୍ତୁ ଲୋକମାନେ ତାଙ୍କୁ ରାଣି ବୋଲି ଡାକୁଥିଲେ । ମାତ୍ର ୧୭ ବର୍ଷ ସମୟରେ ସ୍ୱାଧୀନତା ସଂଗ୍ରାମ ପାଇଁ ଲୋକମାନଙ୍କୁ ଏକାଠି କରିବା ଅଭିଯୋଗରେ ବ୍ରିଟିସ ସରକାର ତାଙ୍କୁ ୧୪ ବର୍ଷର ସଶ୍ରମ କାରାଦଣ୍ଡ ଶୁଣାଇଥିଲା ।

୮- ଉଦା ଦେବି – ଉତର ପ୍ରଦେଶର ଲକ୍ଷେ୍ନା ରେ ସେ ଏକ ସଶସ୍ତ୍ର ମହିଳା ବାହିନୀ ଗଢିଥୀଲେ । ସେ ଦଳିତ ଥିଲେ । ୧୮୫୭ର ହୋଇଥିବା ଲଢାଇର ଦଳିତ ବିରଙ୍ଗାନା ଭାବରେ ସେ ଜଣାଶୁଣା । 

୯- ମାଡାମ ଭିକାଜି କାମା – ବମ୍ବେରେ ଜନ୍ମିର ମାଡାମ ଭିକାଜି କାମା ଜଣେ ସ୍ୱାଧୀନତା ସଂଗ୍ରାମୀ ଓ ସମାଜ ସୁଧାରକ ଥିଲେ । ସେ ଥିଲେ ପ୍ରଥମ ମହିଳା ତିରଙ୍ଗା ପତାକାକୁ ଉଡାଇବାରେ ।

୧୦- କିତୁର ରାଣି ଚେନେମା – ଲିଙ୍ଗାୟତ ସମୁଦାୟରୁ ଆସିଥିବା କିତୁର ରାଣି ଚେନେମା ସାରା ଦେଶରେ ସ୍ୱାଧୀନତାର ଜାଗରଣ ଆରମ୍ଭ ହେବାର ଅନେକ ବର୍ଷ ପୁର୍ବରୁ ନିଜ ଅଂଚଳରେ ବ୍ରିଟିସମାନଙ୍କୁ ତଡିବା ପାଇଁ ଲଢାଇ କରିଥିଲେ । ଏକ ଯୁଦ୍ଧ କ୍ଷେତ୍ରରେ ତାଙ୍କର ମୃତ୍ୟୁ ହୋଇଥିଲା ।

୧୧- ଉମ୍ବାନି କୁଦାଉପୁର – କର୍ଣ୍ଣାଟକରେ ହିନ୍ଦୁସ୍ଥାନୀ ସେବା ଦଳ ନାମକ ଏକ ସଙ୍ଗଠନ ଗଢି ସେଥିରେ ମହିଳାମାନଙ୍କୁ ସାମିଲ କରି ସ୍ୱାଧୀନତା ସଂଗ୍ରାମ ପାଇଁ ଅଭିଯାନ ଚଳାଇଥିଲେ ।

୧୨- ଅବାକା ଚୌଟାଓା – ଗୋଆରେ ପର୍ତୁଗିଜମାନଙ୍କ ସହିତ ସେ ମୁହାଁମୁହିଁ ଯୁଦ୍ଧ କରିଥିଲେ । 

୧୩- କେଲାଡି ଚେନେମା  - କେଲାଡିର ରାଣି ଥିବା ବେଳେ ଆଉରେଙ୍ଗଜେବ ତାଙ୍କ ରାଜ୍ୟ ଉପରେ ଆକ୍ରମଣ କରିଥିଲା । ହେଲେ କେଲାଡି ଏକ ଛୋଟ ରାଜ୍ୟ ଥିବା ସତ୍ୱେବି ମୋଗଲ ସେନାଙ୍କୁ ସେ ଯୁଦ୍ଧରେ ହରାଇ ଦେଇଥିଲେ । 

୧୪- ରାଣି ଭେନୁ ନାଚିୟାର – ତାମିଲନାଡୁର ଶିବଗଙ୍ଗାର ରାଣି ଥିଲେ ଭେନୁ ନାଚିୟାର ଯିଏ ନିଜେ ରଣକ୍ଷେତ୍ରରେ ବ୍ରିଟିସ ବିରୋଧରେ ଲଢିଥିଲେ । ତାଙ୍କର ଏକ ମହିଳା ବାହିନୀ ଥୀଲା ଯେଉଁମାନେ ଖଣ୍ଡା ଓ ଧନୁତୀର ସହିତ ଗୋଳା ବାରୁଦ ମଧ୍ୟ ବ୍ୟବହାର କରୁଥିଲେ ।

୧୫- କୁୟିଇ – କୁୟିଇ ଥିଲେ ରାଣି ଭେନୁ ନାଚିୟାରଙ୍କ ସେନା ନାୟକ । ସେ ହେଉଛନ୍ତି ବିଶ୍ୱ ଇତିହାସର ପ୍ରଥମ ମହିଳା ଆତ୍ମଘାତୀ ବୋମା ବିସ୍ଫୋରକ । ସେ ନିଜର ରାଣି ଭେନୁ ନାଚିୟାରଙ୍କୁ ରକ୍ଷା କରିବା ପାଇଁ ନିଜ ଦେହରେ ବୋମା ଖଂଜି ବ୍ରିଟିସ ସେନା ଭିତରେ ପଶି ଫୁଟାଇ ଥିଲେ ।

୧୬- ଜାନକି ଆନ୍ଥି ନାପାନ - ନେତାଜୀ ସୁଭାଷ ବୋଷଙ୍କର ଭାରତୀୟ ଜାତୀୟ ସେନାନୀରେ ସେ ଥିଲେ ଜଣେ ସେନାନୀ । ନିଜର ସମସ୍ତ ସୁନା ଗହଣା ସେ ଦାନ କରିଥିଲେ ।

୧୭- ତାରା ରାଣି ଶ୍ରିବାସ୍ତବ – ସେ ତାଙ୍କର ସ୍ୱାମୀଙ୍କ ସହିତ ଭାରତ ଛାଡ ଆନ୍ଦୋଳନରେ ସାମିଲ ଥିଲେ । ଏକ ବିକ୍ଷୋଭ ସମୟରେ ବ୍ରିଟିସ ଗୁଳିରେ ତାଙ୍କର ସ୍ୱାମୀଙ୍କର ମୃତ୍ୟୁ ହୋଇଥିଲା । ତଥାପି ସେ ଭାଙ୍ଗିପଡିନଥିଲେ । 

Author Image

Independence News

RELATED NEWS

Recent Posts

The Independence:Odisha-cant-make-progress-with-Shashikala-syndrome-Dharmendra

‘ଶଶୀକଳା ସିଣ୍ଡ୍ରୋମ’ କହିବାରୁ ସରକାରଙ୍କୁ ବାଧିଲା: ଧର୍ମେନ୍ଦ୍ର

The Independence:Land-Jihad-Love-Jihad-Jameen-Jihad-in-Odisha

ରାଜ୍ୟରେ ବଢ଼ୁଛି ଜିହାଦୀଙ୍କ ସଂଖ୍ୟା !

The Independence:The-Kerala-Story-Official-Trailer--Vipul-Amrutlal-Shah--Sudipto-Sen--Adah-Sharma--Aashin-A-Shah

The Kerala Story Official Trailer | Vipul Amrutlal Shah | Sudipto Sen | Adah Sharma | Aashin A Shah

The Independence:Guddu-Muslim-Odisha-Link-BJD

ଗୁଡ୍ଡୁ ମୁସଲମାନର ଖାସ୍, ବିଜେଡି ବିଧାୟକଙ୍କ ରାଇଟହାଣ୍ଡ

The Independence:important-files-of-the-jagannath-temple-administration-have-gone-missing

ଗାଏବ ହେଲା ଜଗନ୍ନାଥ ମନ୍ଦିର ପ୍ରଶାସନର ଗୁରୁତ୍ଵପୂର୍ଣ୍ଣ ଫାଇଲ

The Independence:Debacle-in-American-Banking-System

ଆମେରିକାର ବ୍ୟାଙ୍କିଂ ବ୍ୟବସ୍ଥାରେ ବିପର୍ଯ୍ୟୟ

The Independence:palghar-sadhu-lynching-case-to-be-investigated-by-cbi

ପାଲଘର ସାଧୁହତ୍ୟା ମାମଲାର ହେବ ସିବିଆଇ ତଦନ୍ତ

The Independence:Mix-Mandate-in-USA-Joe-Biden

ଆମେରିକାରେ ମିଶ୍ରିତ ଜନମତ

The Independence:Jayshankar-in-Fiji

ଫିଜିରେ ବିଜି ଜୟଶଙ୍କର

The Independence:Women-Freedom-Fighters-of-India-Name-List-and-Their-Roles

ଭାରତର ମହାନ ମହିଳା ସ୍ୱାଧୀନତା ସଂଗ୍ରାମୀମାନେ ଯାହାଙ୍କୁ ଇତିହାସକାରମାନେ ଭୁଲି ଯାଇଥିଲେ

The Independence:Dharmendra-Seeks-Centres-Intervention-For-Protection-Of-Archaeological-Assets-In-Odisha

ଓଡ଼ିଶାରେ ଅସୁରକ୍ଷିତ ଶିଶୁପାଳ ଗଡ଼ ଓ ଲଳିତଗିରି ପରି ଐତିହ୍ୟ କୀର୍ତ୍ତିରାଜି

The Independence:ଶ୍ରୀମନ୍ଦିରର-ପ୍ରସିଦ୍ଧ-ଦୋଳଯାତ୍ରା

ଶ୍ରୀମନ୍ଦିରର ପ୍ରସିଦ୍ଧ ଦୋଳଯାତ୍ରା

The Independence:Young-writer-Om-Priyadarshis-book-on-Paika-movement-released

ଉନ୍ମୋଚିତ ହେଲା ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଚୟନିତ ଓମ୍ ପ୍ରିୟଦର୍ଶୀଙ୍କ ପୁସ୍ତକ "ପାଇକ: ଜନ, ଆଖ୍ୟାନ ଓ ଆନ୍ଦୋଳନ"

The Independence:Baijayanta-Panda-listens-Man-Ki-Baat-Programme-at-Bhawanipatna

ଭବାନୀପାଟଣା “ମନ୍‌ କି ବାତ୍‌” କାର୍ଯ୍ୟକ୍ରମରେ ବୈଜୟନ୍ତ ପଣ୍ଡା

The Independence:ଜର୍ଜ-ସୋରୋସଙ୍କ--ନେଟୱର୍କ-ଓ-କଣ୍ଢେଇ-ମାନଙ୍କୁ-ଚିହ୍ନଟ--ଜରୁରୀ

ଜର୍ଜ ସୋରୋସଙ୍କ ନେଟୱର୍କ ଓ କଣ୍ଢେଇ ମାନଙ୍କୁ ଚିହ୍ନଟ ଜରୁରୀ

The Independence:China-Baloon-Spy-in-India

କ୍ଷେପଣାସ୍ତ୍ରଧାରୀ ବେଲୁନ ପାଇଁ ଚିନ୍ତା

The Independence:paribarbad-in-supreme-court

ସୁପ୍ରିମକୋର୍ଟରେ ବଂଶବାଦ

The Independence:Islamic-Terrorists-Journalism-Mukhtar-Baba

ସନ୍ତ୍ରାସବାଦୀ ସାମ୍ବାଦିକ

The Independence:TN-Pastor-Arrested-Under-POCSO-Act-For-Sexually-Assaulting-15-Year-Old-School-Girl-In-Tiruppur

୧୫ ବର୍ଷିଆ ସ୍କୁଲ ଛାତ୍ରୀଙ୍କୁ ଯୌନ ଶୋଷଣ ଅଭିଯୋଗରେ ଗିରଫ ହେଲେ ଖ୍ରୀଷ୍ଟିଆନ ପାଷ୍ଟର

The Independence:Warangal-Police-arrested-Azmad-Ali-Abu-for-repeatedly-raping-a-minor-girl

ହିନ୍ଦୁ ନାବାଳିକାଙ୍କୁ ବଳାତ୍କାର କରିଥିବାରୁ ଅମଜାଦ ଅଲ୍ଲି ଓ ଆବୁକୁ ଗିରଫ କରିଲା ଓାରାଙ୍ଗଲ ପୋଲିସ

The Independence:Islamists-harass-Sabarimala-pilgrims-returning-to-Andhra-Pradesh-by-train

ସାବରିମାଲାରୁ ଫେରୁଥିବା ଭକ୍ତମାନଙ୍କୁ ଇସଲାମିଷ୍ଟମାନଙ୍କର ଅସଦାଚରଣ

The Independence:They-performed-Namaz-3-times-nobody-objected-Ex-Army-man-thrashed-by-pantry-car-staff-after-he-sits-down-to-chant-Mantras-case-filed

ଟ୍ରେନରେ ତିନି ଥର ନମାଜ ହେଲା, କିନ୍ତୁ ଜଣେ ଅବସରପ୍ରାପ୍ତ ସୈନିକ ତଳେ ବସି ମନ୍ତ୍ର ପାଠ କରିବାରୁ ପ୍ୟାଂଟ୍ରି କର୍ମଚାରୀ ମାରିଲେ ମାଡ

The Independence:Gandhi-Revenge-Riots-killed-8000-Brahmins

ଗାନ୍ଧିଙ୍କ ପାଇଁ ଆଠ ହଜାର ବ୍ରାହ୍ମଣ ହତ୍ୟା

The Independence:Complaint-Filed-Against-Christian-Org-For-Intoxicating-Minors-And-Converting-Them

ଛୋଟ ପିଲମାନଙ୍କୁ ପ୍ରଲୋଭନ କରି ଚର୍ଚ୍ଚ ନେଉଥିବା ଓ ଖ୍ରୀଷ୍ଟିଆନ କରାଉଥିବା ବେଳେ ଧରାପଡିଲେ ପାଦ୍ରୀ

The Independence:Guntur-Govt-Hospital-Staff-Make-Merry-Christmas-Making-Public-Wait-Behave-Rudely-When-Questioned

ରୋଗୀମାନଙ୍କ ସେବା ଛାଡି ଗୁଂଟୁର ଡାକ୍ତରଖାନାର କର୍ମଚାରୀମାନେ ଖ୍ରୀଷ୍ଟମାସ ପାଳିଲେ, ଲୋକେ ପ୍ରତିବାଦ କରିବାରୁ ଖରାପ ବ୍ୟବହାର କଲେ