ଉତର ପ୍ରଦେଶରେ ଯୋଗୀ ଆଦିତ୍ୟନାଥ (Yogi Adityanath) ଆସିବା ମାତ୍ରେ ବେଆଇନ ଭାବେ ପରିଚାଳିତ ହେଉଥିବା ସ୍ଲାଟର ହାଉସ (Cow Slaughter House) ଗୁଡିକକୁ ବନ୍ଦ କରିହା ସହିତ ଗୋ ହତ୍ୟାକୁ ସମ୍ପୂର୍ଣ ରୂପେ ପ୍ରତିବନ୍ଧିତ କରି ଦେଇଥିଲୋ । ଉତର ପ୍ରଦେଶର ମାଟିରେ କେଉଁ ଠାରେ ହେଲେ ଗୋ ହତ୍ୟା ମାମଲା ସାମନାକୁ ଆସିଲେ କଠୋରତମ ପଦକ୍ଷେପ ନିଆ ଯିବ ବୋଲି ଶାସନ ଗ୍ରହଣ କରିବା ମାତ୍ରେ ଯୋଗୀ ଆଦିତ୍ୟନାଥ କଡା ଓ ସ୍ପଷ୍ଟ ନିର୍ଦେଶ ଦେଇଥିଲେ ।
ସାଧାରଣ ଭାବେ ଦେଖା ଯାଇଥାଏ ଯେ ମୁଖ୍ୟମନ୍ତ୍ରୀ ମାନଙ୍କର ନିର୍ଦେଶ କେବଳ କାଗଜ କଲମ ଯାଏ ସୀମିତ ରହିଥାଏ । ହେଲେ ଯୋଗୀ ଆଦିତ୍ୟନାଥଙ୍କ ଏହି ନିର୍ଦେଶ ଅକ୍ଷରେ ଅକ୍ଷରେ ପାଳନ ହେଉଛି ଓ ଉତର ପ୍ରଦେଶରେ ଗୋ ଚାଲାଣକାରୀ ମାଫିଆ (Cow Trafficking) ମାନେ ଥର ହର ହେଉଛନ୍ତିା ଏହି ରିପୋର୍ଟରେ ଆମେ ଦେଖିବା ଯେ ଯୋଗୀ ସରକାର ଗୋଚାଲାଣକାରୀ ମାଫିଆ ମାନଙ୍କ ବିରୁଦ୍ଧରେ କିପରି କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ।
୨୦ ମାର୍ଚ ୨୦୧୭ରୁ ୩୧ ଜୁଲାଇ ୨୦୨୧ ଯାଏ ଯୋଗୀ ସରକାର ମୋଟ ୧୭ ହଜାର ୪୩୯ ଗୋହତ୍ୟାକାରୀଙ୍କୁ ଜେଲ ପଠାଇଛନ୍ତି । ୨୧୭ ଜଣ ଗୋହତ୍ୟାକାରୀଙ୍କ ବିରୁଦ୍ଧରେ ଏନଏସଏ ଲଗା ଯାଇଛି । ଏହା ଉତର ପ୍ରଦେଶର (Utter Pradesh) ଇତିହାସରେ ବର୍ତମାନ ଯାଏ ସବୁଠାରୁ ବଡ କାର୍ଯ୍ୟାନୁଷ୍ଠାନ ବୋଲି କୁହା ଯାଉଛି ।
ଏବେ ଉତର ପ୍ରଦେଶ ସରକାରଙ୍କ ଠାରୁ ମିଳିଥିବା କିଛି ତଥ୍ୟ ଉପରେ ଦୃଷ୍ଟି ପକାଇବା । ଗୋ ହତ୍ୟା ସମ୍ପର୍କରେ ପଂଜୀକରଣ କରା ଯାଇଥିବା ଅଭିଯୋଗର ମୋଟ ସଂଖ୍ୟା ହେଉଛି -୬୩୯୫ । ଏହି ମାମଲା ଗୁଡିକରେ ୧୭୪୩୯ ଜଣଙ୍କୁ ଗିରଫ କରା ଯାଇଛି । ଏମାନଙ୍କ ମଧ୍ୟରୁ ୧୫ ଜଣଙ୍କର ସମ୍ପତି ବ୍ୟାଜାପ୍ତି କରା ଯାଇଛି । ୬୪୯୦ ଜଣ ଗୋହତ୍ୟାକାରୀଙ୍କ ବିରୁଦ୍ଧରେ ଗୁଣ୍ଡା ଆକ୍ଟ ଲଗା ଯାଇଛି । ୨୧୭ ଜଣଙ୍କ ବିରୁଦ୍ଧରେ ଏନଏସଏ ଲଗା ଯାଇଛି ।