The Independence:Yogi-Adityanath-Ram-Mandir-Taliban-Fired-on-Kara-sevak-UP-Election

 “ତାଲିବାନ ସମର୍ଥକ ଜାତିବାଦୀ- ବଂଶବାଦୀ ମାନସିକତାକୁ ଜନସାଧାରଣ ବର୍ଦାସ୍ତ କରିବେ ନାହିଁ “ । କାହାର ନାମ ନ ନେଇ ଯୋଗୀ କହିଲେ -“ ମନେ ରଖନ୍ତୁ ବିଛା କେଉଁଠି ବି ରହିବ, କାମୁଡିବ “ । ରାମ ଜନ୍ମଭୂମିରେ ମନ୍ଦିର ନିର୍ମାଣ ପାଇଁ ହୋଇଥିବା ଆନ୍ଦୋଳନ ବେଳେ ୧୯୯୦ ମସିହାରେ କରସେବା କରିବାକୁ ସାରା ଦେଶରୁ ଯାଇଥିବା କର ସେବକ ମାନଙ୍କ ଉପରେ ମୁଲାୟମ ସିଂହ ଯାଦବ ସରକାର ଗୁଳି ଚଳାଇଥିଲେ । ବିନା ଅସ୍ତ୍ର ଶସ୍ତ୍ରରେ ଥିବା ଶହ ଶହ କର ସେବକ ମୁଲାୟମଙ୍କ ଗୁଳିଚାଳନା ଯୋଗୁ ପ୍ରାଣ ହରାଇଥିଲେ । ଏହି ଗୁଳିକାଣ୍ଡପରେ ଅଯୋଧ୍ୟାର ସରଜୁ ନଦୀର ପାଣି ଲାଲ ହୋଇ ଯାଇଥିଲା ।

ଏହାକୁ ନେଇ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରବଳ ବର୍ଷିଛନ୍ତି । ରାଜ୍ୟର ବିଭିନ୍ନ ସ୍ଥାନରେ ଆୟୋଜିତ ଜନସଭାରେ ଉଦବୋଧନ ଦେଇ ସେ ସମାଜବାଦୀ ପାର୍ଟିର ତୁଷ୍ଚୀକରଣ ରାଜନୀତି ଉପରେ କଡା ପ୍ରହାର କରିଛନ୍ତି । ୧୯୯୦ ମସିହାରେ ମୁଲାୟମ ସିଂହ ଯାଦବ ସରକାର ଦ୍ୱାରା ଶହ ଶହ କରସେବକଙ୍କୁ ଗୁଳି ଚଳାଇ ହତ୍ୟା କରା ଯାଇଥିବା ପ୍ରସଙ୍ଗକୁ ଉଠାଇ ଯୋଗୀ କହିଥିଲେ – “ରାମ ଭକ୍ତଙ୍କ ଉପରେ ଗୁଳି ଚଳାଇବା ତାଲିବାନୀ ମାନସିକତା । ତାଲିବାନ ସମର୍ଥକ ଜାତିବାଦୀ- ବଂଶବାଦୀ ମାନସିକତାକୁ ଜନସାଧାରଣ ବର୍ଦାସ୍ତ କରିବ ନାହିଁ । ମନେ ରଖନ୍ତୁ ବିଛା କେଉଁଠି ବି ରହିବ କାମୁଡିବ । “

ଯୋଗୀ ଆହୁରି କହିଛନ୍ତି ଯେ – “ପୂର୍ବବର୍ତୀ ସରକାରକୁ ମାଫିଆ ଓ ଗୁଣ୍ଡା ମାନେ ଚଳାଉଥିଲେ । ହେଲେ ବର୍ତମାନ ସରକାରରେ ଅସାମାଜିକ ତତ୍ୱ ମାନଙ୍କୁ ଆଇନର ଭୟ ରହିଛି । ଯୋଗୀ କହିଛନ୍ତି – ପୂର୍ବରୁ ଭାରତୀୟ ରାଜନୀତି ଜାତିବାଦ ଓ ବଂଶବାଦରେ ଫସି ରହିଥିଲା । ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗରୀବ ଓ ବିକାଶ ପ୍ରତି ଧ୍ୟାନ ଦେଇ ରାଜନୀତିର ଦିଗ ବଦଳାଇ ଦେଇଛନ୍ତି । 

ସେ କହିଛନ୍ତି – “ଯେତେବେଳେ ତୁଷ୍ଚିକରଣର ରାଜନୀତି ପ୍ରଚଳିତ ଥିଲା ସେତେବେଳେ ବିକାଶ ନ ଥିଲା । ସେତେବେଳେ ଦଙ୍ଗା ଥିଲା, ଭ୍ରଷ୍ଟାଚାର ଥିଲା, ଅରାଜକତା ଥିଲା, ଆତଙ୍କବାଦ ଥିଲା, ଅତ୍ୟାଚାର ଥିଲା ଓ ଅନ୍ୟାୟ ଥିଲା । କିନ୍ତୁ ଆଜି ସବକା ସାଥ – ସବକା ବିକାଶ ଅଛି, ତା ସହିତ ସବକା ବିକାଶ ମଧ୍ୟ ରହିଛି । “

ଯୋଗୀ ଜନସାଧାରଣଙ୍କୁ ପଚାରିଥିଲେ ଯେ କଣ ଆପଣଙ୍କୁ ୨୦୧୭ ପୂର୍ବରୁ ରାସନ ଠିକ ଭାବେ ମିଳୁଥିଲା, ଲୋକ ମାନେ ଉତ୍ତର ଦେଲେ ନା । ଯୋଗୀ କହିଲେ –“ମିଳୁ ନ ଥିଲା, କାରଣ ଯେଉଁ ଲୋକ ମାନେ ଅବା ଜାନ କହୁଥିଲେ ସେମାନେ ଗରୀବଙ୍କ ପାଇଁ ଥିବା ରାସନକୁ ହଜମ କରି ଯାଉଥିଲେ । ସେତେବେଳେ କୁଶୀନଗରର ଲୋକଙ୍କ ପାଇଁ ଉଦ୍ଦିଷ୍ଟ ରାସନ ନେପାଳ ଓ ବଙ୍ଗଳାଦେଶ ଚାଲି ଯାଉଥିଲା । କିନ୍ତୁ ଆଜି ଯଦି କେହି ଗରୀବଙ୍କ ରାସନକୁ ହଡପ କରିବାକୁ ଚେଷ୍ଟା କରିବ ତେବେ ସେ କରି ପାରିବ ନାହିଁ, ଓଲଟା ତାକୁ ଜେଲ ଯିବାକୁ ପଡିବ । ”

Author Image

Independence News

Recent Posts

The Independence:If-the-BJP-government-is-formed-in-Odisha-drinking-water-problem-will-be-solved-as-a-priority-Bhatrahari-Mahatab

ଓଡ଼ିଶାରେ ବିଜେପି ସରକାର ଗଠନ କଲେ ଅଗ୍ରାଧିକାର ଭିତିରେ ପାନୀୟ ଜଳ ସମସ୍ୟାର ସମାଧାନ କରାଯିବ: ଭତୃହରି ମହତାବ

The Independence:Odisha-Cow-Slaughtering

Odisha : ଗୋ ମାଂସ ବୋଝେଇ ଟ୍ରକ ଜବତ

The Independence:Jagannath-Temple-Odisha-Mumbai

ଓଡିଶା ବାହାରେ ମହାପ୍ରଭୁ ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର

The Independence:Modi-Government-9-Years-Seva-Susasan-Garib-Kalyana

ନ’ ବର୍ଷର ସୁଶାସନ

The Independence:Rath-Yatra-2023-Lakhs-of-devotees-witness-Suna-Besha-of-Holy-Trinity-in-Puri

ଶ୍ରୀକ୍ଷେତ୍ରରେ ରଥାରୁଢ଼ ଶ୍ରୀଜୀଉଙ୍କ ସୁନାବେଶ, ମହଣ ମହଣ ସୁନା ଅଳଙ୍କାରରେ ସଜ୍ଜିତ ତିନି ଠାକୁର

The Independence:Puri-Ratha-Jatra-2023-Jay-Jagannath

ଶରଧାବାଲିରେ ଲାଗିଲା ତିନି ଠାକୁରଙ୍କ ତିନି ରଥ

The Independence:Ratha-Jatra-2023-ନୀଳାଦ୍ରିବିଜେରେ-ନୀଳକନ୍ଦରକୁ-ଫେରନ୍ତି-ନୀଳାଦ୍ରିନାଥ-ସରେ-ଜନ୍ମବେଦି-ଲୀଳା

Ratha Jatra 2023: ନୀଳାଦ୍ରିବିଜେରେ ନୀଳକନ୍ଦରକୁ ଫେରନ୍ତି ନୀଳାଦ୍ରିନାଥ; ସରେ ଜନ୍ମବେଦି ଲୀଳା

The Independence:Jagannath-Temple-Rath-Jatra

ଏକାବନ ଦିନରେ ଚଳଚଞ୍ଚଳ ରଥଖଳା

The Independence:ପ୍ରେମିକାକୁ-ଛୁରୀ-ଭୁଷିଲା-ପଥରରେ-ଛେଚି-ମୁହଁ-ନଷ୍ଟ-କଲା-ଜହ୍ଲାଦ-ପ୍ରେମିକ-ସାହିଲ-ଖାଁ

ପ୍ରେମିକାକୁ ଛୁରୀ ଭୁଷିଲା, ପଥରରେ ଛେଚି ମୁହଁ ନଷ୍ଟ କଲା ଜହ୍ଲାଦ ପ୍ରେମିକ ସାହିଲ ଖାଁ

The Independence:Land-Jihad-Dwarka

ଜମି ଜିହାଦର ଅନ୍ୟନାମ ଦ୍ୱାରକା

The Independence:Odisha-cant-make-progress-with-Shashikala-syndrome-Dharmendra

‘ଶଶୀକଳା ସିଣ୍ଡ୍ରୋମ’ କହିବାରୁ ସରକାରଙ୍କୁ ବାଧିଲା: ଧର୍ମେନ୍ଦ୍ର

The Independence:Land-Jihad-Love-Jihad-Jameen-Jihad-in-Odisha

ରାଜ୍ୟରେ ବଢ଼ୁଛି ଜିହାଦୀଙ୍କ ସଂଖ୍ୟା !

The Independence:The-Kerala-Story-Official-Trailer--Vipul-Amrutlal-Shah--Sudipto-Sen--Adah-Sharma--Aashin-A-Shah

The Kerala Story Official Trailer | Vipul Amrutlal Shah | Sudipto Sen | Adah Sharma | Aashin A Shah

The Independence:Guddu-Muslim-Odisha-Link-BJD

ଗୁଡ୍ଡୁ ମୁସଲମାନର ଖାସ୍, ବିଜେଡି ବିଧାୟକଙ୍କ ରାଇଟହାଣ୍ଡ

The Independence:important-files-of-the-jagannath-temple-administration-have-gone-missing

ଗାଏବ ହେଲା ଜଗନ୍ନାଥ ମନ୍ଦିର ପ୍ରଶାସନର ଗୁରୁତ୍ଵପୂର୍ଣ୍ଣ ଫାଇଲ

The Independence:Debacle-in-American-Banking-System

ଆମେରିକାର ବ୍ୟାଙ୍କିଂ ବ୍ୟବସ୍ଥାରେ ବିପର୍ଯ୍ୟୟ

The Independence:palghar-sadhu-lynching-case-to-be-investigated-by-cbi

ପାଲଘର ସାଧୁହତ୍ୟା ମାମଲାର ହେବ ସିବିଆଇ ତଦନ୍ତ

The Independence:Mix-Mandate-in-USA-Joe-Biden

ଆମେରିକାରେ ମିଶ୍ରିତ ଜନମତ

The Independence:Jayshankar-in-Fiji

ଫିଜିରେ ବିଜି ଜୟଶଙ୍କର

The Independence:Women-Freedom-Fighters-of-India-Name-List-and-Their-Roles

ଭାରତର ମହାନ ମହିଳା ସ୍ୱାଧୀନତା ସଂଗ୍ରାମୀମାନେ ଯାହାଙ୍କୁ ଇତିହାସକାରମାନେ ଭୁଲି ଯାଇଥିଲେ

The Independence:Dharmendra-Seeks-Centres-Intervention-For-Protection-Of-Archaeological-Assets-In-Odisha

ଓଡ଼ିଶାରେ ଅସୁରକ୍ଷିତ ଶିଶୁପାଳ ଗଡ଼ ଓ ଲଳିତଗିରି ପରି ଐତିହ୍ୟ କୀର୍ତ୍ତିରାଜି

The Independence:ଶ୍ରୀମନ୍ଦିରର-ପ୍ରସିଦ୍ଧ-ଦୋଳଯାତ୍ରା

ଶ୍ରୀମନ୍ଦିରର ପ୍ରସିଦ୍ଧ ଦୋଳଯାତ୍ରା

The Independence:Young-writer-Om-Priyadarshis-book-on-Paika-movement-released

ଉନ୍ମୋଚିତ ହେଲା ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଚୟନିତ ଓମ୍ ପ୍ରିୟଦର୍ଶୀଙ୍କ ପୁସ୍ତକ "ପାଇକ: ଜନ, ଆଖ୍ୟାନ ଓ ଆନ୍ଦୋଳନ"

The Independence:Baijayanta-Panda-listens-Man-Ki-Baat-Programme-at-Bhawanipatna

ଭବାନୀପାଟଣା “ମନ୍‌ କି ବାତ୍‌” କାର୍ଯ୍ୟକ୍ରମରେ ବୈଜୟନ୍ତ ପଣ୍ଡା

The Independence:ଜର୍ଜ-ସୋରୋସଙ୍କ--ନେଟୱର୍କ-ଓ-କଣ୍ଢେଇ-ମାନଙ୍କୁ-ଚିହ୍ନଟ--ଜରୁରୀ

ଜର୍ଜ ସୋରୋସଙ୍କ ନେଟୱର୍କ ଓ କଣ୍ଢେଇ ମାନଙ୍କୁ ଚିହ୍ନଟ ଜରୁରୀ