ତାମିଲନାଡୁର ଥିରୁଚିରାପଲି ଜିଲ୍ଲାର ଥିରୁଚେନ୍ଦୁରାଇ ଗାଁର ସମସ୍ତ ସମ୍ପତି, ସମସ୍ତ ଲୋକଙ୍କର ଘର, ଜମି ବାଡି, ମନ୍ଦିର ଏସବୁକୁ ତାମିଲନାଡୁ ଓାକଫ ବୋର୍ଡ ନିଜର ସମ୍ପତି ବୋଲି ଦାବି କରିଛି । ଥିରୁଚେନ୍ଦୁରାଇ ଗାଁ ହେଉଛି ଏକ ହିନ୍ଦୁ ବହୁଳ ଗାଁ ଯେଉଁଠି ଅଳ୍ପ ମୁସଲମାନ ବାସ କରନ୍ତି । ଦେଶରେ ଓାକଫ ବୋର୍ଡର ସମ୍ପତିକୁ ନେଇ ଯେଉଁ ନିୟମ ଅଛି ତାହା ଦେଶର ସମ୍ବିଧାନ ଅନୁସାରେ ନାହିଁ ବଂର ତାହା ଇସଲାମିକ ଆଇନ ଅନୁସାରେ ଅଛି । ସେମାନେ ଯେଉଁ ସମ୍ପତିକୁ ଓାକଫ ବୋର୍ଡର ବୋଲି ଦର୍ଶାଇବେ ତାହା ସେମାନଙ୍କର ହୋଇଯିବ ଓ ଦେଶର ଆଇନ ଅଦାଲତ ଏହା ଉପରେ କିଛି କରିପାରିବ ନାହିଁ ।
ଥିରୁଚେନ୍ଦୁରାଇର ଜଣେ ରାଜଗୋପାଲ ନାମକ ଜଣେ ଗ୍ରାମବାସୀ ନିଜର ଜମି ବିକ୍ରି କରିବା ପାଇଁ ଯେତେବେଳେ ରେଜିଷ୍ଟ୍ରି ଅଫିସକୁ ଯାଇଥିଲେ ସେତେବେଳେ ତାଙ୍କୁ କୁହାଗଲା ଏହା ହେଉଛି ଓାକଫ ବୋର୍ଡର ସମ୍ପତି । ଏହାକୁ ବିକ୍ରି କରିବା ପାଇଁ ହେଲେ ସେମାନଙ୍କଠାରୁ ଅନୁମତି ଆଣିବ । ସେ ଏହା ଶୁଣି ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ସେ କହିଥିଲେ ଏହା ହେଉଛି ତାଙ୍କର ନିଜର ପୈତୃକ ସମ୍ପତି । ଏହା ଓାକଫ ବୋର୍ଡର ସମ୍ପତି କେମିତି ହେଲା?
ହେଲେ ରେଜେଷ୍ଟ୍ରି ଅଫିସରେ ତାଙ୍କୁ କୁହାଗଲା ଯେ ଏହାକୁ ଏବେ ଓାକଫ ବୋର୍ଡ ତରଫରୁ ନିଜର ବୋଲି ଦାବି କରାଯାଇଛି । ତାମିଲନାଡୁର ନିୟମାନୁସାରେ ଏହା ବର୍ତମାନ ଓାକଫ ବୋର୍ଡର ସମ୍ପତି । ଓାକଫ ବୋର୍ଡ ପୁରା ଗାଁର ସମସ୍ତ ସମ୍ପତିର ମାଲିକ ବୋଲି ତାଙ୍କୁ ରେଜେଷ୍ଟ୍ରି ଅଫିସରେ ବୁଝାଇ ଦିଆଯାଇଥିଲା ।
ଏହି ପ୍ରସଙ୍ଗରେ ଜିଲ୍ଲାପାଳଙ୍କୁ ଗ୍ରାମବାସୀମାନେ ଭେଟି ନିଜର ଅଭିଯୋଗ ଜଣାଇଛନ୍ତି ଯେ ସେମାନଙ୍କର ନିଜର ଜମିବାଡିକୁ ଓାକଫ ବୋର୍ଡ ନିଜର ବୋଲି କେମିତି ଦାବି କରିପାରିବ? ଜିଲ୍ଲାପାଳ ଏହି ଘଟଣାର ସମାଧାନ କରିବେ ବୋଲି ଆଶ୍ୱାସନା ଦେଇଛନ୍ତି କିନ୍ତୁ କୌଣସି ସମାଧାନର ରାସ୍ତା ବାହାରି ନାହିଁ ।
ସେହି ଗାଁରେ ସମେଥା ଚନ୍ଦ୍ରଶେଖର ସ୍ୱାମୀ ମନ୍ଦିର ଅଛି ଯାହା ହଜାର ବର୍ଷର ପୁରୁଣା ମନ୍ଦିର ବୋଲି କୁହାଯାଉଛି । ସେହି ମନ୍ଦିରର ମଧ୍ୟ ୩୬୯ ଏକର ଜମି ଅଛି ଯାହାକୁ ଓାକଫ ବୋର୍ଡ ମଧ୍ୟ ନିଜର ବୋଲି ଦର୍ଶାଇଛି ।
ଅନୁସନ୍ଧାନରୁ ଜଣାପଡିଛି ଓାକଫ ବୋର୍ଡ ହେଉଛି ଏକ ସ୍ୱତନ୍ତ୍ର କ୍ଷମତା ପ୍ରାପ୍ତ ସଂସ୍ଥା ଯାହାକୁ ଇସଲାମକୁ ଦାନ ଦିଆଯାଇଥିବା ସମ୍ପତିର ମାଲିକ ଭାବେ ମାନ୍ୟତା ମିଳିଛି । ସେମାନେ ନିଜ ଦ୍ୱାରା ପ୍ରଣୀତ ଆଇନରେ ଅନୁଶାସିତ ଓ ତାହା ଭାରତ ସରକାରଙ୍କର ଦ୍ୱାରା ଅନୁମୋଦିତ । ସେହି ଆଇନ ଅନୁସାରେ ସେମାନେ ଯାହାକୁ ନିଜର ଥରେ ବୋଲି ଦାବି କରିବେ ତାହା ଉପରେ ସେମାନଙ୍କର ଅଧୀକାର ସାବ୍ୟସ୍ତ ହେବ । ସେମାନେ ଦାବି କରୁଥିବା ସମ୍ପତି ଉପରେ କିଛି କରିବାକୁ ହେଲେ ଓାକଫ ବୋର୍ଡର ଅନୁମତି ଆଣିବାକୁ ପଡିବ ।
ଏହି ଆଇନର ଦୁରୁପଯୋଗ କରି କିଛି ଫର୍ଜି ନଥିପତ୍ର ତିଆରି କରି ଓାକଫ ବୋର୍ଡ ଏବେ ବିଭିନ୍ନ ସ୍ଥାନରେ ଏପରି ସମ୍ପତି କବଜାରେ ଲାଗିଛି । ଏବେ ଦେଶରେ ରେଳବାଇ, ଭାରତୀୟ ସେନା ପରେ ସବୁଠାରୁ ଅଧ୍ଖଳ ସମ୍ପତିର ମାଲିକ ହେଉଛି ଓାକଫ ବୋର୍ଡ । ଜମିନ ଜିହାଦ ବୋଲି ଯାହାକୁ କୁହାଯାଉଛି ତାହା ହେଉଛି ଓାକଫ ବୋର୍ଡର ଏକ ଷଡଯନ୍ତ୍ର ।