‘ଜାଇକଭ୍-ଡି’ ( ZyCoV-D ) ହେଉଛି ଏକ ୩ ଡୋଜ୍ ବିଶିଷ୍ଟ କୋଭିଡ୍ ଟିକା । ଜାଇକଭ୍-ଡି’ ୧୨ ବର୍ଷରୁ ଅଧିକ ବୟସର ପିଲାଙ୍କୁ ଦିଆଯିବ । ୧୨ ବର୍ଷରୁ ଅଧିକ ବୟସର ପିଲାଙ୍କୁ ଏହି ଟିକା ଦେବା ପାଇଁ ଡିସିଜିଆଇ ଅନୁମୋଦନ କରିଛି । ଏହି ଟିକାର ପ୍ରଥମ ଡୋଜ୍ ଦେବାର ୨୮ ଦିନ ପରେ ଦ୍ୱିତୀୟ ଡୋଜ୍ ଏବଂ ୫୬ ଦିନ ପରେ ତୃତୀୟ ଡୋଜ୍ ଦିଆଯିବ ।
ଜାଇଡସ୍ କାଡିଲା ( Zydus Cadila ) ଏହାର ଟିକାକୁ ୨୮ ହଜାର ସ୍ୱେଚ୍ଛାସେବୀଙ୍କଠାରେ ପରୀକ୍ଷା କରିଛି । କମ୍ପାନୀର କହିବା ଅନୁସାରେ ଏହି ଟିକା କରୋନା ଭାଇରସ୍ ବିରୋଧରେ ୬୬ ଦଶମିକ ୬୦ ପ୍ରତିଶତ ପ୍ରଭାବଶାଳୀ । ଏହାକୁ ୨ରୁ ୮ଡିଗ୍ରୀ ତାପମାତ୍ରାରେ ଗଚ୍ଛିତ କରାଯାଇପାରିବ ।
ଜାଇଡସ୍ କାଡିଲା କରୋନା ଭାଇରସ୍ ( Coronavirus )ଟିକା ‘ଜାଇକଭ୍-ଡି’ର ଯୋଗାଣ ଆରମ୍ଭ କରିଛି । କେନ୍ଦ୍ର ସରକାରଙ୍କ ପ୍ରସ୍ତାବ ଓ ଚାହିଦା ମୁତାବକ ‘ଜାଇକଭ୍-ଡି’ ଟିକା ଯୋଗାଣ ଆରମ୍ଭ ହୋଇଛି ।
ପ୍ରତି ଡୋଜ୍ର ମୂଲ୍ୟ ୨୬୫ ଟଙ୍କା ରଖାଯାଇଛି । ଏହା ସହ ପ୍ରତି ଡୋଜ୍ ନେବା ପାଇଁ ଆପ୍ଲିକେଟରର ମୂଲ୍ୟ ୯୩ ଟଙ୍କା ରଖାଯାଇଛି । ତେଣୁ ପ୍ରତି ଡୋଜ୍ର ମୋଟ୍ ମୂଲ୍ୟ ୩୫୮ ଟଙ୍କା ପଡ଼ିବ ।