ଋଷ ଓ ୟୁକ୍ରେନ (Russia-Ukraine War) ସଂଘର୍ଷ ମଧ୍ୟରେ ଏବେ ସେହି ସଂଗଠନ ମଧ୍ୟ ଶାନ୍ତି, ଶାନ୍ତିର ଚିତ୍କାର କରୁଛି ଯେଉଁ ମାନେ ଜିହାଦ ଓ ଅସ୍ତ୍ର ଶସ୍ତ୍ର ବଳରେ ଆଫଗାନିସ୍ତାନ (Afghanistan)ରେ ବ୍ୟାପକ ହିଂସା କରି,ଲୋକ ମାନଙ୍କୁ ମାରି କବଜା କରିଛି । ତାଲିବାନ (Taliban) . ୟୁକ୍ରେନରେ ଃଷର ଆକ୍ରମଣ କାରଣରୁ ଲୋକ ମାନଙ୍କ ମୃତ୍ୟୁ ହୋଇଥିବା କାରଣରୁ ଚିନ୍ତା ପ୍ରକଟ କରି ସଂଯମତା ଅବଲମ୍ବନ କରିବାକୁ ଅପିଲ କରିଛି । ତାଲିବାନ ଉଭୟ ଦେଶର ବିବାଦୀୟ ପ୍ରସଙ୍ଗ ଗୁଡିକୁ ଶାନ୍ତିପୂର୍ଣ ଉପାୟରେ ସମାଧାନ କରିବାକୁ ଅପିଲ କରିଛି ।
ଏହା ଉପରେ ସୋସିଆଲ ମିଡିଆରେ ଏହାକୁ ନେଇ ଥଟ୍ଟା ମଜା ଆରମ୍ଭ ହୋଇ ଯାଇଛି । ଜଣେ ସୋସିଆଲ ମିଡିଆ ବ୍ୟବହାରକାରୀ ଲେଖିଛନ୍ତି ଯେ ଏବେ କେଖିବା ଯେ ଆତଙ୍କବାଦୀ ସଂଗଠନ ଆଇଏସଆଇଏସ କେବେ ଆକ୍ରମଣକୁ ନିନ୍ଦା କରିବ ।