ବିହାରର ଅରରିଆ ଜିଲ୍ଲାରେ 6 ବର୍ଷୀୟ ବାଳିକାକୁ ଦୁଷ୍କର୍ମ କରିଥିବା 48 ବର୍ଷୀୟ ମୋହମ୍ମଦ ମେଜରକୁ ଅପର ଜିଲ୍ଲା ଓ ଦୌରା ଜଜ ସହ ପୋକ୍ସୋ କୋର୍ଟର ଜଜ ଶଶିକାନ୍ତ ରାୟ ଫାସି ଦଣ୍ଡ ଆଦେଶ ଦେଇଛନ୍ତି ।
ପୋଲିସ ଜାନୁଆରୀ ମାସ 12 ତାରିଖ ଦିନ ଚାର୍ଜସିଟ ଫାଇଲ କରିଥିଲା । କୋର୍ଟ ଜାନୁଆରୀ 20ରେ ଚାର୍ଜ ଫ୍ରେମ କରିଥିଲେ । କେସ ରୁଜୁ ହେବାର 56 ଦିନ ମଧ୍ୟରେ କୋର୍ଟ ଏହି ରାୟ ଶୁଣାଇଛନ୍ତି ।