ମଧ୍ୟ ପ୍ରଦେଶର ଖଣ୍ଡୱା ଠାରେ ଜଣେ ବ୍ୟକ୍ତି ନିଜର ନାମ ବଦଳାଇ ଏକ ନାବାଳିକାକୁ ପ୍ରେମ ଜାଲରେ ଫସାଇ ତାର ସାଙ୍ଗ ସହ ମିଶି ନାବାଳିକାକୁ ଦୁଷ୍କର୍ମ କରିବା ଓ ପରେ ତାକୁ ଧର୍ମାନ୍ତରୀକରଣ କରିବା ପ୍ରୟାସ କରାଯାଇଛି । ଏହି ମାମଲାରେ ଖଣ୍ଡୱା ପୋଲିସ ମୁଖ୍ୟ ଅଭିଯୁକ୍ତର ସାଙ୍ଗ ସାଦିକକୁ ଗିରଫ କରିଛି । ଏହି ମାମଲାରେ ମୁଖ୍ୟ ଅଭିଯୁକ୍ତ ଅରବାଜ ଫେରାର ଅଛି । ପୋଲିସ ତାକୁ ଖୋଜିବାରେ ଲାଗିଛି ।
ଜଣେ 15 ବର୍ଷ ବୟସ୍କା ସ୍କୁଲ ଛାତ୍ରୀକୁ ସୋସିଆଲ ମିଡିଆ ଜରିଆରେ ଅଭିଯୁକ୍ତ ସମ୍ପର୍କ କରିଥିଲା । ସେ ନିଜର ସୋସିଆଲ ମିଡିଆ ସାଇଟରେ ନିଜର ନାମ ବିଶାଳ ବୋଲି ଲେଖିଥି୍ଲା ।
ଏହା ପରେ ସେ ବିବାହ ପାଇଁ ଝିଅକୁ ଡାକିଥିଲା । ଝିଅ ସେଠାରେ ପହଂଚିଲା ପରେ ତାକୁ ଗୋଟିଏ ଘରେ ରଖି ତାର ସାଂଗ ସହ ମିଶି ଗଣଦୁଷ୍କର୍ମ କରିଥିଲା । ଏହା ପରେ ସେ ଅଶ୍ଲିଳ ଭିଡିଓ ଶୁଟ କରି ଇସଲାମ ସ୍ୱୀକାର କରିବାକୁ ଧମକ ଦେଇଥିଲା । ହେଲେ ଝିଅ ଜଣକ ସେଠାରୁ ଖସି ଆସିବା ପରେ ଏବେ ଥାନାରେ ମାମଲା ରୁଜୁ ହୋଇଛି ।