ଆସାମରେ କଂଗ୍ରେସ ଓ ବାମପନ୍ଥୀ ପାର୍ଟି ମାନଙ୍କ ସହ ମେଂଟ ହେବା ପରେ ବଦରୁଦ୍ଦିନ ଅଜମଲଙ୍କ ନେତୃତ୍ୱାଧୀନ ଅଲ ଇଣ୍ଡିଆ ୟୁନାଇଟେଡ ଡେମୋକ୍ରେଟିକ ଫ୍ରଂଟ ତାର ସେକୁଲାରିଜମର ମୁଖାକୁ ବାହାର କରି ଦେଇ ନିଜର ଅସଲ ଚେହେରା ଦେଖାଇବା ଆରମ୍ଭ କରି ଦେଇଛି ।
ଆସାମର ଧୁବରୀ ଠାରେ ଅଜମଲ ଏକ ସଭାରେ ଏକ ସାଂପ୍ରଦାୟିକ ଭାଷଣ ଦେଇଛନ୍ତି । ସେ କହିଛନ୍ତି ଯେ ବିଜେପି ବୁର୍କା, ଦାଢି, ଟୋପି ଓ ଆଜାନକୁ ବ୍ୟାନ କରିଦେବ। ମସଜିଦ ଗୁଡିକୁ ଭାଙ୍ଗି ଦେବ । ଏପରି ଭାଷଣ ଦେଇ ସେ ଲୋକ ମାନଙ୍କ ମଧ୍ୟରେ ଭୟ ଉତ୍ପନ୍ନ କରିବାକୁ ଚେଷ୍ଚା କରିଛନ୍ତି ।