ବଙ୍ଗଳାଦେଶର କମିଲା ଜିଲ୍ଲାର ନନୁଆ ଦିଘୀ ଠାରେ ମୁସଲମାନ ଭୀଡ ଆସି ମା ଦୂର୍ଗାଙ୍କ ପୂଜା ପେଣ୍ଡାଲ ଉପରେ ଆକ୍ରମଣ କରିଛନ୍ତି। ପେଣ୍ଡାଲକୁ ଧ୍ବସ୍ତ କରିବା ସହ ମା ଦୁର୍ଗାଙ୍କ ମୂର୍ତି ଓ ଅନ୍ୟ ମୂର୍ତିକୁ କ୍ଷତିଗ୍ରସ୍ତ କରିଛନ୍ତି ।
କୌଣସି ଅସମାଜିକ ଲୋକ ମାନଙ୍କ ଦ୍ୱାରା ଦୁର୍ଗା ପୂଜାକୁ ବଦନାମ କରିବାକୁ ପେଣ୍ଡାଲରେ କୁରାନର ଅପମାନ ହେଉଥିବା ସମ୍ପର୍କରେ ମିଥ୍ୟା ପ୍ରଚାର କରାଯାଇଥିଲା । ଏହା ପରେ ମୁସଲମାନ ଭୀଡ ଉଗ୍ର ହୋଇ ପଡିଥିଲା ଓ ସେମାନେ ମୂର୍ତି ଭାଙ୍ଗିଛନ୍ତି ।
ବଙ୍ଗଳାଦେଶ ହିନ୍ଦୁ ୟୁନିଟି କାଉନସିଲ ପକ୍ଷରୁ ଟ୍ୱିଟ କରାଯାଇ ଏହି ସୂଚନା ଦିଆ ଯାଇଛି । ସଂସ୍ଥା ପକ୍ଷରୁ କମିଲାର ସମସ୍ତ ହିନ୍ଦୁଙ୍କୁ ସତର୍କ ରହିବାକୁ କୁହା ଯାଇଛି । ସେମାନଙ୍କୁ ମନ୍ଦିରରେ ଏକାଠି ରହିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି । ହିନ୍ଦୁ ମାନଙ୍କର ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ପୋଲିସ ସହିତ ସମ୍ପର୍କ କରାଯାଇଛି ।
ଲେଖିକା ତସଲିମା ନସରିନ କହିଛନ୍ତି ଯେ କେହି ହିନ୍ଦୁ ବିରୋଧୀ ମା ଦୁର୍ଗାଙ୍କ ଚରଣରେ କୁରାନକୁ ରଖି ତାର ଫଟୋକୁ ଭାଇରାଲ କରି ଦେଇଥିଲା ।