କର୍ଣାଟକ ପୋଲିସ ବଙ୍ଗଳାଦେଶର ଜଣେ ମହିଳାକୁ ଧରିଛି ଯିଏ ଗତ 15 ବର୍ଷ ଧରି ହିନ୍ଦୁ ହୋଇ ରହୁଥିଲା । 27 ବର୍ଷୀୟ ଏହି ମହିଳା ଜଣଙ୍କୁ ବେଙ୍ଗଲୁରୁ ଠାରୁ ଫରେନର୍ସ ରିଜନାଲ ରେଜିଷ୍ଟ୍ରେସନ ଅଫ ଇଣ୍ଡିଆର ଇନପୁଟ ଆଧାରରେ ଗିରଫ କରାଯାଇଛି । ସେ ହିନ୍ଦୁ ନାମରେ ଆଧାର କାର୍ଡ ଓ ଅନ୍ୟ କାଗଜ ପତ୍ର ତିଆରି କରି ସାରିଛି ।
ପୋଲିସ ଦେଇଥିବା ସୂଚନା ଅନୁସାରେ ତାର ଘର ବଙ୍ଗଳାଦେଶର ନାରେଲ ଜିଲ୍ଲାରେ । ତିନି ମାସ ଯାଏ ଖୋଜା ଖୋଜି କରିବା ପରେ ପୋଲିସ ତାକୁ ଗିରଫ କରିବାରେ ସଫଳ ହୋଇଛି । ତାର ମୂଳ ନାମ ରୋନୀ ବେଗମ ଓ ସେ 12 ବର୍ଷ ବୟସରେ ଭାରତକୁ ଅନୁପ୍ରବେଶ କରିଥିଲା । ଭାରତ ଆସିବା ପରେ ସେ ତାର ନାମ ବଦଳାଇ ପାୟଲ ଘୋଷ କରିଦେଇଥିଲା ।