ପଶ୍ଚିମ ବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଯଦି ସରକାରୀ କାର୍ଯ୍ୟକ୍ରମରେ ଇସଲାମିକ ଇବାଦତ କରି ପାରୁଛନ୍ତି ତେବେ ତାଙ୍କୁ ଜୟ ଶ୍ରୀରାମ କହିଲେ ଅସୁବିଧା କାହିଁକି ହେଉଛି ? ଭାରତୀୟ ଜନତା ପାର୍ଟୀ ମମତା ବାନାର୍ଜୀଙ୍କ ଏକ ପୁରୁଣା ଭିଡିଓ ଟ୍ୱିଟରରେ ଶେୟାର କରି ଏହି ପ୍ରଶ୍ନ କରିଛି ।
ବିଜେପିର ପଶ୍ଚିମ ବଙ୍ଗ ଶାଖା ତାର ଟ୍ୱିଟର ହେଣ୍ଡଲରେ ଏକ ପୁରୁଣା ଭିଡିଓ ଶେୟାର କରି କରି କହିଛି ଯେ ଯଦି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସରକାରୀ କାର୍ଯ୍ୟକ୍ରମରେ ଇସଲାମିକ ପ୍ରାର୍ଥନା କରି ପାରନ୍ତି ତେବେ କାଙ୍କୁ ଜୟ ଶ୍ରୀରାମ କହିଲେ ଅସୁବିଧା କଣ ରହିଛି ? ତୁଷ୍ଟିକରଣ ?
ପାର୍ଟି କହିଛି ଯେ ମମତା ବାନାର୍ଜୀ ନେତାଜୀ ଜୟନ୍ତୀର କାର୍ଯ୍ୟକ୍ରମରେ ନିଜର ଆଚରଣ ଜରିଆରେ ନେତାଜୀଙ୍କୁ ଲିଗାସୀକୁ ଅପମାନିତ କରିଛନ୍ତି ।
ଉଲ୍ଲେଖନୀୟ ଯେ ଗତକାଲି ନେତାଜୀ ଜୟନ୍ତୀ କାର୍ଯ୍ୟକ୍ରମରେ ଜୟ ଶ୍ରୀରାମ ନାରାବାଜୀ ହେବା କାରଣରୁ ମମତା ସରକାରୀ କାର୍ଯ୍ୟକ୍ରମରେ ଗରିମା ରହିବା ଆବଶ୍ୟକ ବୋଲି କହି ଭାଷଣ ଦେବାକୁ ମନା କରି ଦେଇଥିଲେ ।