କୋଲକାତା, 24 ଡିସେମ୍ବର - ପଶ୍ଚିମ ବଙ୍ଗରେ ବିଜେପି କାର୍ଯ୍ୟକର୍ତା ମାନଙ୍କର ଉପରେ ଆକ୍ରମଣ ଘଟଣା କମ ହେଉ ନାହିଁ। କେବେ ତୃଣମୂଳ କଂଗ୍ରେସର ଗୁଣ୍ଡା ମାନଙ୍କ ଦ୍ବାରା ତ କେବେ ମମତାଙ୍କ ପୋଲିସ ବିଜେପି କାର୍ଯ୍ୟକର୍ତା ମାନଙ୍କ ଉପରେ ଆକ୍ରମଣ କରୁଛନ୍ତି ।
ଖରଦାହ ପୋଲିସ ଷ୍ଟେସନକୁ ବିଜେପି କର୍ମୀ ମାନେ ବିରୋଧ କରିବାକୁ ଯାଇଥିଲେ । ସେଠାରେ ପୋଲିସ ବିଜେପି କର୍ମୀ ମାନଙ୍କର କଥା ଶୁଣିବା ପରିବର୍ତେ ତାଙ୍କ ଉପରେ ଆକ୍ରମଣ ଆରମ୍ଭ କରି ଦେଇଥିଲା । ମହିଳା ମାନଙ୍କୁ ମଧ୍ୟ ମମତାଙ୍କ ପୋଲିସ ଛାଡି ନ ଥିଲା ।
ବିଜେପି ନେତା କୈଳାସ ବିଜୟବର୍ଗୀୟ ତାଙ୍କର ଟ୍ବିଟର ହ୍ୟାଣ୍ଡଲରେ ଏହାର ଭିଡିଓ ଶେୟାର କରିଛନ୍ତି ।