ନୂଆଦିଲ୍ଲୀ, 20 ଜାନୁଆରୀ – ପାକିସ୍ତାନର ଲାହୋର ଠାରେ ଏକ ଭୀଷଣ ବୋମା ବିସ୍ଫୋରଣ ହୋଇଛି । ଏଥିରେ ଅନ୍ୟୁନ 3 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ 20 ଜଣ ଆହତ ହୋଇଛନ୍ତି । ଲାହୌରର ଅନାରକଲୀ ବଜାରରେ ଏହି ବୋମା ବିସ୍ଫୋରଣ ହୋଇଛି ।
ଏହି ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ ଆଖପାଖର ସବୁ ଭବନ ଗୁଡିକର କାଚ ଭାଙ୍ଗି ଯାଇଛି ଓ ପାଖରେ ବଡ ଗାତ ହୋଇଯାଇଛି ।
ଏହି ଆକ୍ରମଣର ଦାୟିତ୍ୱ ତେହେରିକ-ଏ- ତାଲିବାନ ନେଇଥିବା ଜଣା ପଡିଛି ।
ଆହତ ମାନଙ୍କୁ ମେୟୋ ହସପିଟାଲରେ ଭର୍ତୀ କରାଯାଇଛି ।