ନୂଆଦିଲ୍ଲୀ, 23 ଜାନୁଆରୀ – ଭାରତ କରୋନା ଭ୍ୟାକ୍ସିନ ଦେଇଥିବାରୁ ବ୍ରାଜିଲର ରାଷ୍ଟ୍ରପତି ବୋଲସନାରୋ ଭାରତ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରତି କୃତଜ୍ଞତା ଜଣାଇଛନ୍ତି । ସେ ନିଜ ବାର୍ତାରେ ପବନ ପୁତ୍ର ହନୁମାନଙ୍କ ଏକ ଫଟୋ ଶେୟାର କରିଛନ୍ତି ଯେଉଁଥିରେ ହନୁମାନ ନିଜେ ପାହାଡ ଓ ଭ୍ୟାକ୍ସିନ ନେଇ ଭାରତରୁ ବ୍ରାଜିଲକୁ ଯାଉଛନ୍ତି ।
ବ୍ରାଜିଲର ରାଷ୍ଟ୍ରପତି ତାଙ୍କର ଆଧିକାରିର ଟ୍ୱିଟର ହ୍ୟାଣ୍ଡେଲରେ ଲେଖିଛନ୍ତି ଯେ – “ନମସ୍କାର, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବୈଶ୍ବିକ ବାଧା ଗୁଡିକୁ ଦୂର କରିବାକୁ ପ୍ରୟାସ ମଧ୍ୟରେ ଭାରତ ଏକ ମହାନ ଭାଗିଦାର ହେବା ପାଇଁ ବ୍ରାଜିଲ ନିଜକୁ ଖୁବ ସମ୍ମାନିତ ମନେ କରୁଛି । ବ୍ରାଜିଲକୁ କୋବିଡ ଭ୍ୟାକ୍ସିନ ରୁପରେ ସହାୟତା କରିଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ । ”