ଗଣତନ୍ତ୍ର ଦିବସ ଅବସରରେ ରାଷ୍ଟ୍ରୀୟ ରାଜଧାନୀ କ୍ଷେତ୍ର ଦିଲ୍ଲୀରେ ପ୍ରଦର୍ଶନକାରୀ ମାନଙ୍କର ଉପଦ୍ରବ ପରେ କେବଳ ଯେ ଚାଷୀ ନେତା ମାନଙ୍କ ବିରୁଦ୍ଧରେ କାର୍ଯାନୁଷ୍ଠାନ ହେଉଛି ତା ନୁହେଁ ବରଂ ଫେକ ନ୍ୟୁଜ ପ୍ରଚାରିତ କରି ହିଂସାକୁ ପ୍ରୋତ୍ସାହନ ଦେଇଥିବା କାରଣରୁ ଅନେକ ସାମ୍ବାଦିକ ମଧ୍ୟ ୟୁପି ପୋଲିସର ରାଡାରରେ ଅଛନ୍ତି । ଟିଭି ସାମ୍ବାଦିକ ବିକାଶ ଭଦୌରିଆ ଏ ସମ୍ପର୍କରେ ଟ୍ୱିଟ କରି ସୂଚନା ଦେଇଛନ୍ତି ।
ସେହିପରି ଅଙ୍କିତ ଜୈନ ନାମକ ଏକ ସକ୍ରିୟ ଟ୍ୱିଟର ହ୍ୟାଣ୍ଡେଲର ଏ ସମ୍ପର୍କିତ ଚ୍ୱିଟ କରା ଯାଇଛି । ସେ ଏଫଆଇଆରର କପିକୁ ଶେୟାର କରି ଲେଖିଛନ୍ତି ଯେ ଫେକ ନ୍ୟୁଜ ଶେୟାର କରିବା କାରଣରୁ ମହାରାଜଜୀଙ୍କ ଉତ୍ତର ପ୍ରଦେଶରେ ରାଜଦୀପ, ଶଶି ଥରୁର ଓ ଅନ୍ୟ ମାନଙ୍କ ବିରୁଦ୍ଧରେ ଦେଶଦ୍ରୋହର ମାମଲା ରୁଜୁ କରାଯାଇଛି।