ବ୍ୟାଡମିଣ୍ଟନ ଷ୍ଟାର ସାଇନା ନେହୱାଲଙ୍କ ବିରୁଦ୍ଧରେ ଆପତ୍ତିଜନକ ମନ୍ତବ୍ୟ ଦେବା ମାମଲାରେ ଫିଲ୍ମ ଆକ୍ଟର ସିଦ୍ଧାର୍ଥ ସୂର୍ଯ୍ୟନାରାୟଣନଙ୍କ ସମସ୍ୟା ବଢି ପାରେ । ସିଦ୍ଧାର୍ଥଙ୍କ ବିରୁଦ୍ଧରେ ଅଭିଯୋଗ ମିଳିବା ପରେ ଗୁରୁବାର (ଜାନୁଆରୀ 20)ରେ ତାମିଲନାଡୁର ଚେନ୍ନାଇ ପୋଲିସ ତାଙ୍କୁ ପଚରା ଉଚୁରା ପାଇଁ ଡକାଇଥିବା ଜଣା ପଡିଛି ।
ସିଦ୍ଧାର୍ଥଙ୍କ ବିରୁଦ୍ଧରେ ଦୁଇଟି ଅଭିଯୋଗ ମିଳିଛି । ହାଇଦ୍ରାବାଦ ଠାରେ ସିଦ୍ଧାର୍ଥଙ୍କ ବିରୁଦ୍ଧରେ ପଂଜୀକୃତ ହୋଇଥିବା ମାମଲା ଉପରେ ଚେନ୍ନାଇ ପୋଲିସ କମିଶନର ଶଂକର ଜୀବାଲ କହିଛନ୍ତି ଯେ ଏହି ମାମଲାରେ ଆକ୍ଟରଙ୍କ ବିରୁଦ୍ଧରେ ମାନହାନୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ପାରେ । ସେ କହିଛନ୍ତି ଯେ ଆମେ ତାଙ୍କୁ ତାଙ୍କର ବକ୍ତବ୍ୟ ରେକର୍ଡ କରିବାକୁ ଥାନାକୁ ଡାକିଛୁ ।