ତାମିଲନାଡୁରେ ଆଉ ଏକ ମନ୍ଦିର ଉପରେ ଆକ୍ରମଣ ଘଟଣା ସାମନାକୁ ଆସିଛି । କମ୍ୟୁନ ମ୍ୟାଗ ର ରିପୋର୍ଟ ଅନୁସାରେ ତାମିଲାନାଡୁର ବେଲୋର ଜିଲ୍ଲାରେ ଏକ ହିନ୍ଦୁ ମନ୍ଦିରର ପ୍ରାଚୀରରେ ଖ୍ରୀଷ୍ଟିଆନ କ୍ରସ ପେଣ୍ଟ କରି ଏହାକୁ ଚର୍ଚରେ ପରିବର୍ତିକ କରିବାକୁ ପ୍ରୟାସ କରାଯାଇଛି ।
ମିଳିଥିବା ସୂଚନା ଅନୁସାରେ ଏଲାପଲି ଗାଁରେ ଏହି ଘଟଣା ଘଟିଛି । ଏଠାରେ ଥିବା ମନ୍ଦିରରର ସମସ୍ତ କାନ୍ଥରେ କ୍ରିଷ୍ଟିଆନ କ୍ରସର ସିମ୍ବଲକୁ ପେଣ୍ଟ କରି ଦିଆ ଯାଇଛି ।
ଗ୍ରାମର ଲୋକ ମାନେ ଏ ସମ୍ପର୍କରେ ପୋଲିସରେ ଅଭିଯୋଗ କରିଛନ୍ତି । ଏଠାରେ 250 ହିନ୍ଦୁ ପରିବାର ରହନ୍ତିୁ ଓ ମନ୍ଦିରରେ ପୂଜାର୍ଚନା କରିଥାନ୍ତି । ଗ୍ରାମର ଲୋକ ମାନେ ଅଭିଯୋଗ କରିଛନ୍ତି ଯେ ବାସକର ନାମକ ଜଣେ ଖ୍ରିଷ୍ଟିଆନ ବ୍ୟକ୍ତି ଦ୍ବାରା ଏହି କାମ କରାଯାଇଛି । ଏହା ପୂର୍ବରୁ ମଧ୍ୟ ଉକ୍ତ ବ୍ୟକ୍ତି ଜଣଙ୍କ ଏହି ମନ୍ଦିରରେ ମୂର୍ତି ଓ ଦାନ ପାତ୍ରକୁ କ୍ଷତିଗ୍ରସ୍ତ କରିଥିଲା ।