ଦିଲ୍ଲୀ ସରକାରଙ୍କ ନୂଆ ମଦ ନୀତିକୁ ନେଇ ବିବାଦ ବଢିବାରେ ଲାଗିଛି । ଏଥିରେ ବିପୁଳ ସଂଖ୍ୟାରେ ମଦ ଦୋକାନକୁ ଲାଇସେନ୍ସ ଦିଆଯିବା କାରଣରୁ ଦିଲ୍ଲୀରେ ପରିବାର ମାନଙ୍କରେ ଘରୋଇ ହିଂସା ବଢିବାରେ ଲାଗିଛି । କେଜରିୱାଲଙ୍କ ନୂଆ ମଦ ନୀତି ଅନୁସାରେ ଆବାସୀୟ କ୍ଷେତ୍ର, ରାସନ ଦୋକାନ, ମେନ ମାର୍କେଟ ଏପରିକି ହସପିଟାଲ, ସ୍କୁଲ ଓ ମନ୍ଦିର ପରି ସ୍ଥାନ ନିକଟରେ ମଧ୍ୟ ମଦ ଦୋକାନ ଖୋଲିବାକୁ ଲାଇସେନ୍ସ ବଂଟା ଯାଉଛି।
ଦିଲ୍ଲୀ ସରକାରଙ୍କ ମଦ ନୀତି ବିରୁଦ୍ଧରେ ବିଜେପି ସାଂସଦ ପ୍ରବେଶ ସାହିବ ସିଂହ ବର୍ମା ଦିଲ୍ଲୀ ହାଇକୋର୍ଟରେ ଏକ ଜନ ସ୍ବାର୍ଥ ମାମଲା ଦାୟର କରିଛନ୍ତି । ଏଥିରେ ସେ କେଜରିୱାଲ ସରକାରଙ୍କ ଦ୍ବାରା ରାଜଧାନୀରେ ମାଦକ ପେୟ, ମାଦକ ଔଷଧ ଉତ୍ପାଦନ ବିତରଣ ଉପରେ ରୋକ ଲଗାଇବାକୁ ନିବେଦନ କରିଛନ୍ତି ।
ବିଜେପିର ବରିଷ୍ଠ ନେତା ତଥା ସୁପ୍ରିମକୋର୍ଟର ବରିଷ୍ଠ ଓକିଲ ଅଶ୍ବିନୀ ଉପାଧ୍ୟାୟ ଏହି ମାମଲା ଦାୟର କରିଛନ୍ତି । ସେ ଏଥିରେ ତର୍କ ଦେଇଛନ୍ତି ଯେ କେଜରିୱାଲ ସରକାର ଗତ ସାତ ବର୍ଷ ମଧ୍ୟରେ ମଦ ଓ ଅନ୍ୟ ନିଶା ଦ୍ରବ୍ୟର ବ୍ୟବହାର ଓ ଉତ୍ପାଦନକୁ ପ୍ରତିବନ୍ଧିତ ଓ ନିୟନ୍ତ୍ରିତ କରିବାକୁ ପଦକ୍ଷେପ ନେବା ପରିବର୍ତେ ଦିଲ୍ଲୀକୁ ମଦର ରାଜଧାନୀ କରି ଦେଇଛନ୍ତି । ସେ କହିଛନ୍ତି ଯେ ସମ୍ବିଧାନର ଅନୁଚ୍ଛେଦ 21 ଅନୁସାରେ ଏହା ଲୋକ ମାନଙ୍କର ଅଧିକାରର ଉଲ୍ଲଂଘନ ଅଟେ ।