ବକ୍ସ ଅଫିସ ପରେ ଦୀପିକାଙ୍କୁ ବିଜ୍ଞାପନରେ ମଧ୍ୟ ବଡ ଝଟକା, ଦୂର ହେଉଛନ୍ତି ବଡ ବଡ ବ୍ରାଣ୍ଡ
ନୂଆଦିଲ୍ଲୀ, 15 ଜାନୁଆରୀ – ଫିଲ୍ମ ଛପାକର ପ୍ରମୋସନ ପାଇଁ ପବ୍ଲିସିଟି ଷ୍ଟଣ୍ଟ ପାଇଁ ଜେଏନୟୁ ଯାଇ ଟୁକଡେ ଟୁକଡେ ଗ୍ୟାଙ୍ଗର ସମର୍ଥନ କରିଥିବା ଦୀପିକା ପାଦୁକୋନଙ୍କୁ ଝଟକା ଲାଗିବାରେ ଲାଗିଛି । ତାଙ୍କର ଫିଲ୍ମ ଛପାକ ବକ୍ସ ଅଫିସରେ ଅତ୍ୟନ୍ତ ଖରାପ ପ୍ରଦର୍ଶନ କରିବା ପରେ ବିଜ୍ଞାପନ ମାମଲାରେ ମଧ୍ୟ ତାଙ୍କୁ ଝଟକା ଲାଗିଛି । ଏହା ତାଙ୍କର ବ୍ରାଣ୍ଡ ଭାଲ୍ୟୁକୁ କମ କରିଛି ।
ଦୀପିକା ପାଦୁକୋନଙ୍କୁ ନେଇ ବଡ ବ୍ରାଣ୍ଡ ମାନେ ତାଙ୍କର ପ୍ରଚାର ଭିଡିଓକୁ ଦେଖାଇବା କମ କରି ଦେଇଛନ୍ତି । ବିଶେଷଜ୍ଞ ମାନଙ୍କର କହିବା ଅନୁସାରେ ଆଗାମୀ ଦିନରେ ବ୍ରାଣ୍ଡ ଦୀପିକା ଉପରେ ଏହାର ପ୍ରଭାବ ପଡି ପାରେ