କୃଷି ଆଇନ ବିରୋଧରେ ଆନ୍ଦୋଳନକୁ ତେଜି ଆସୁଥିବା ଭାରତୀୟ କିସାନ ୟୁନିୟନର ନେତା ରାକେଶ ଟିକାୟତଙ୍କ ସ୍ୱର ସମ୍ପୂର୍ଣ ରୂପେ ବଦଳି ଯାଇଛି । ଗଣତନ୍ତ୍ର ଦିବସ ପୂର୍ବରୁ ସମସ୍ତଙ୍କୁ ଠିକ କରି ଦେବେ ବୋଲି କହୁଥିବା ରାକେଶ ଏବେ ଗଣ ମାଧ୍ୟମ ସାମନାରେ କାନ୍ଦିବା ସହ ତାଙ୍କୁ ଗିରଫ କଲେ ସେ ଆତ୍ମହତ୍ୟା କରିବେ ବୋଲି କହିଛନ୍ତି ।
ସେ ମିଡିଆକର୍ମୀଙ୍କୁ କହିଛନ୍ତି ଯେ ମୋର ଚାଷୀମାନଙ୍କୁ ମାରିବାର ଚେଷ୍ଟା କରା ଯାଉଛି । ମୁଁ ଏହି ସ୍ଥାନ ଖାଲି କରିବି ନାହିଁ । ଚାଷୀ ମାନଙ୍କ ସହ ଅତ୍ୟାଚାର କରା ଯାଉଛି । ଯଦି ଆଇନ ପ୍ରତ୍ୟାହାର ନ ହୁଏ ତେବେ ରାକେଶ ଆତ୍ମହତ୍ୟା କରି ଦେବ ।
ସେ ଆହୁରି କହିଛନ୍ତି ଯେ ଆମେ କଥାବାର୍ତା ପାଇଁ ପ୍ରସ୍ତୁତ । କିନ୍ତୁ ଆମକୁ ଜଣା ଅଛି ଯେ କଣ ହେବ । ଯଦି ମୋର ସାଥୀ ମାନଙ୍କୁ ଗିରଫ କରାଯାଏ ତେବେ ମୁଁ ଫାସି ଲଗାଇ ଦେବି ।
ଉଲ୍ଲେଖନୀୟ ଯେ ଦିଲ୍ଲୀରେ ଅରାଜକତା କାରଣରୁ 37 ଜଣ ଚାଷୀ ନେତାଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯାଇଛି । ତାଜା ସୂଚନା ଅନୁସାରେ ଟିକାୟତ ଓ ତାଙ୍କ ସାଥୀ ମାନଙ୍କ ଉପରେ ୟୁଏପିଏ ଆକ୍ଟ ଲଗାଯାଇଛି । ଏହା ଅନୁସାରେ ଆଗାମୀ ଦିନରେ କାର୍ଯାନୁଷ୍ଠାନ ହେବ ।