ବଲିଉଡ ଅଭିନେତା ଆମିର ଖାନଙ୍କ ବହୁ ଚର୍ଚିତ ଓ ବହୁ ପ୍ରତୀକ୍ଷିତ ଫିଲ୍ମ ଲାଲ ସିଂହ ଚଢା ବକ୍ସ ଅଫିସରେ ଅତ୍ୟନ୍ତ ଖରାପ ପ୍ରଦର୍ଶନ କରିଛି ।
ତେବେ ଫିଲ୍ମ ସମୀକ୍ଷକ ତରଣ ଆଦର୍ଶ ଏହି ଫିଲ୍ମ ଫ୍ଲପ ହେବା ପଛର କାରଣ ଦେଇଛନ୍ତି । ସେ କହିଛନ୍ତି ଯେ ଲୋକ ମାନଙ୍କର ଏହି ଫିଲ୍ମକୁ ବର୍ଜନ କରିବାର ଅପିଲ କାରଣରୁ ହିଁ ଏହି ଫିଲ୍ମ ଫ୍ଲପ ହୋଇଛି । ଫିଲ୍ମକୁ ବର୍ଜନ କରିବାର ଅପିଲକୁ କେବେ ହେଲେ ହାଲୁକାରେ ନିଆଯିବା ଉଚିତ ନୁହେଁ । ଫିଲ୍ମକୁ ବର୍ଜନ କରିବାର ଅପିଲ କାରଣରୁ ହିଁ ଲାଲ ସିଂହ ଚଢା ଫିଲ୍ମ ଫ୍ଲପ ହୋଇଥିବା ସେ ପ୍ରକାଶ କରିଛନ୍ତି ।
ସେ କହିଛନ୍ତି ଯେ ବୟକଟ ଆହ୍ୱାନକୁ ଅସ୍ବୀକାର କରିବା ବନ୍ଦ କରନ୍ତୁ । ବୟକଟ ଆହ୍ୱାନ ଦ୍ୱାରା ଫିଲ୍ମର ବକ୍ସ ଅଫିସ ଉପରେ କୌଣସି ପ୍ରଭାବ ପଡେ ନାହିଁ ବୋଲି କହିବା ବନ୍ଦ କରନ୍ତୁ । ଲାଲ ସିଂହ ଚଢା ଫିଲ୍ମ କ୍ଷେତ୍ରରେ ଏପରି ହିଁ ହୋଇଛି । ବର୍ତମାନ ଏହାକୁ ସାମନା କର ।