ନୂଆଦିଲ୍ଲୀ । ଦେଶର ପୂର୍ବତନ ଉପ ରାଷ୍ଟ୍ରପତି ହମିଦ ଆନସାରୀ ପୁଣି ଥରେ ବିବାଦ ଘେରରେ ଆସିଛନ୍ତି । ସେ ଏକ ଭାରତ ଓ ହିନ୍ଦୁ ବିରୋଧୀ ସଂଗଠନ ବୋଲି କୁହା ଯାଉଥିବା ଓ ପାକିସ୍ତାନର କୁଖ୍ୟାତ ଗୁଇନ୍ଦା ସଂସ୍ଥା ଆଇଏସଆଇ ସହ ସମ୍ପର୍କ ଥିବା ଆମେରିକୀୟ ଇସଲାମୀ ସଂସ୍ଥା ଇଣ୍ଡିଆ ଆମେରିକାନ ମୁସଲିମ କାଉନସିଲର କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଛନ୍ତି ।
ଏହି କାର୍ଯ୍ୟକ୍ରମରେ ସେ କହିଛନ୍ତି ଭାରତରେ ଅସହିଷ୍ଣୁତା ବଢୁଛି । ଭାରତରେ ହିନ୍ଦୁ ରାଷ୍ଟ୍ରବାଦ ଚିନ୍ତାର ବିଷୟ ଅଚେ । ଦେଶରେ ଧାର୍ମିକ ଆଧାରରେ ଲୋକ ମାନଙ୍କୁ ବିଭାଜିତ କରାଯାଉଛି। ଲୋକ ମାନେ ରାଷ୍ଟ୍ରୀୟତାକୁ ନେଇ ବିବାଦ କରୁଛନ୍ତି । ବିଶେଷ ଭାବେ ଏକ ଧର୍ମ ବିଶେଷର ଲୋକ ମାନଙ୍କୁ ଉସୁକାଉ ଯାଉଛି । ଦେଶରେ ଅସୁରକ୍ଷାର ପରିବେଶ ତିଆରି କରାଯାଉଛି ।
ପ୍ରଥମ ଥର ପାଇଁ ଅନସାରୀ ଏପରି ବିବାଦରେ ଆସି ନାହାନ୍ତି । ଏହା ପୂର୍ବରୁ ସେ କଟ୍ଟରପନ୍ଥୀ ଇସଲାମୀ ସଂଗଠନ ମାନଙ୍କ କାର୍ଯକ୍ରମରେ ସେ ସାମିଲ ହୋଇ ସାରିଛନ୍ତି ।