ଗତକାଲିର ଟି-20 ବିଶ୍ବକପରେ ଭାରତ – ପାକିସ୍ତାନ ମ୍ୟାଚରେ ପାକିସ୍ତାନର ବିଜୟ ପରେ ରାଜଧାନୀ ଦିଲ୍ଲୀ ସମେତ ଦେଶର ଅନେକ ସ୍ଥାନରେ ବାଣ ଫୁଟିବା ଠାରୁ ଆରମ୍ଭ କରି ଖୁସିରେ ଉଲ୍ଲସିତ ହେବାର ଦେଖିବାକୁ ମିଳିଛି ।
ଭାରତୀୟ କ୍ରିକେଟ ଦଳର ପୂର୍ବତନ ଖେଳାଳୀ ବିରେନ୍ଦ୍ର ସେହୱାଗ କ୍ରିକେଟ ମ୍ୟାଚ ପରେ ବାଣ ଫୁଟିବା ପରେ କ଼ଡା ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ।
ସେ ଟ୍ୱିଟ କରି କହିଛନ୍ତି ଯେ – “ଦୀପାବଳୀରେ ବାଣ ଫୁଟାକୁ ନେଇ କଟକଣା ରହିଛି । କିନ୍ତୁ ହତ ରାତିରେ ଭାରତର ଅନେକ ଅଂଚଳରେ ପାକିସ୍ତାନୀ ବିଜୟର ଖୁସିରେ ବାଣ ଫୁଟା ଯାଇଛି । ଅଚ୍ଛା, ସେମାନେ କ୍ରିକେଟର ବିଜୟର ଖୁସୀରେ ବାଣ ଫୁଟାଇଥିବେ । ତେବେ ଦୀପାବଳୀରେ ବାଣ ଫୁଟାଇଲେ ଅସୁବିଧା କଣ ଅଛି । ଦୋହରା ଆଭିମୁଖ୍ୟ କାହିଁକି ? ସମସ୍ତ ଜ୍ଞାନ ସେତେବେଳେ ହିଁ ମନେ ପଡିଥାଏ । ”