ଚାନ୍ଦନୀଚୌକର ହୌଜ କାଜି ଠାରେ ଦୁର୍ଗା ମନ୍ଦିର ଭଙ୍ଗା ରୁଜା ପରେ ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ କରାଯାଇଥିବା ଅନୁଷ୍ଠାନ ସମୟରେ ଖାଦ୍ୟ ପରିବେଷଣ କରୁଥିବା ମୁସଲମାନ ମାନଙ୍କର ଫଟୋ ଉପରେ ମନ୍ତ୍ରମୁଗ୍ଧ ମିଡିଆ ରିପୋର୍ଟକୁ ହିନ୍ଦୁ ଆକ୍ଟିଭିଷ୍ଟ ମାନେ ଖାରଜ କରିଛନ୍ତି। ମୁସଲମାନ ମାନେ ନା ଅନୁଷ୍ଠାନରେ ସାମିଲ ହୋଇଥିଲେ ନା ଏଥିରେ କୌଣସି ପ୍ରକାର ସହଯୋଗ କରିଥିଲେ ବୋଲି ସେମାନେ କହିଛନ୍ତି ।
ଗତ 30 ଜୁନରେ ଚାନ୍ଦନୀ ଚୌକର ହୌଜ କାଜି ଠାରେ ଉପଦ୍ରବୀ ମୁସଲମାନ ମାନେ ମନ୍ଦିର ଭଙ୍ଗା କରିଥିଲେ । ଜୁଲାଇ 9 ତାରିଖ ଦିନ ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ମୂର୍ତି ମାନଙ୍କର ପ୍ରାଣ ପ୍ରତିଷ୍ଠା ପାଇଁ ଅନୁଷ୍ଠାନ କରାଯିବା ସହିତ ସ୍ଥାନୀୟ ଲୋକ ମାନଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା । ପ୍ରାଣପ୍ରତିଷ୍ଠା କାର୍ଯକ୍ରମ ସମୟରେ ଏକ ଫଟୋ ଆସିଥିଲା ଯେଉଁଥିରେ ମୁସଲମାନ ମାନେ ହିନ୍ଦୁ ମାନଙ୍କୁ ଭୋଜନ ପରିବେଷଣ କରିବାର ଦେଖା ଯାଇଥିଲା । ଲ୍ୟୁଟିଏନ ମିଡିଆ ପକ୍ଷରୁ ଏହି ଫଟୋକୁ ଜୋର ସୋରରେ ପ୍ରଚାରିତ କରାଯାଥିଲା ଓ ଏହାକୁ ମୁସଲମାନ ମାନଙ୍କର ସଦଭାବକୁ ଦେଖାଇବା ଓ ହିନ୍ଦୁ ମାନଙ୍କର ଦୁଃଖକୁ କମ କରିବା ପାଇଁ ଚେଷ୍ଟା କରିଥିଲେ।
ମାତ୍ର ଏହି କାର୍ଯକ୍ରମରେ ଉପସ୍ଥିତ ଥିବା ହିନ୍ଦୁ ଆକ୍ଟିଭିଷ୍ଟ ମାନେ କହିଛନ୍ତି ଯେ ମୁସଲମାନ ମାନଙ୍କର ଏହି ଅନୁଷ୍ଠାନ ବେଳେ କୌଣସି ସହଯୋଗ କରି ନ ଥିଲେ ଓ ତାଙ୍କର ସାମ୍ପ୍ରଦାୟିକ ସଦଭାବ କେବଳ ଫଟୋ ଉଠାଇବା ଯାଏ ସୀମିତ ଥିଲା ।
ଏହି କାର୍ଯକ୍ରମରେ ଉପସ୍ଥିତ ଥିବା ହିନ୍ଦୁ ଆକ୍ଟିଭିଷ୍ଟ ଅବିରଳ ଶର୍ମା କହିଛନ୍ତି ଯେ ଏହି କାର୍ଯକ୍ରମ ଭିଏଚପି ପକ୍ଷରୁ କରାଯାଇଥିଲା । ସମ୍ପୂର୍ଣ ଦିଲ୍ଲୀର ଲୋକ ମାନେ ଏଥି ପାଇଁ ଦାନ କରିଥିଲେ । ହୌଜକାଜି ର ମୁସଲମାନ ମାନେ ଏଥି ପାଇଁ ଟଙ୍କାଟିଏ ମଧ୍ୟ ଦେଇ ନ ଥିଲେ ।
ସେ କହିଛନ୍ତି ଯେ ଯେଉଁ ଟେବୁଲରେ ମୁସଲମାନ ମାନେ ଭୋଜନ ଦେଉଥିବା ଫଟୋ ଆସିଛି ସେହି ଟେବୁଲକୁ ମଧ୍ୟ ବିଶ୍ୱ ହିନ୍ଦୁ ପରିଷଦ ହିଁ ଲଗାଇଥିଲା ।
ଆଉ ଜଣେ ହିନ୍ଦୁ ଆକ୍ଟିଭିଷ୍ଟ ବିଶାଳ ଶର୍ମା କହିଛନ୍ତି ଯେ ପ୍ରାଣପ୍ରତିଷ୍ଠା ସମୟରେ ସେମାନେ ଉପସ୍ଥିତ ହିଁ ନ ଥିଲେ । ତଥାକଥିତ ଅମନ ସମିତିର ସଦସ୍ୟ ମାନେ କେବଳ ଫଟୋ ଉଠାଇବାକୁ ପହଂଚିଥିଲେ ଓ ଫଟୋ ଉଠାଇବା ପରେ ସେଠାରୁ ଚାଲିଯାଇଥିଲେ ।