ତାମିଲନାଡୁରେ ଏକ ସରକାରୀ ସ୍କୁଲର ଜଣେ ଖ୍ରୀଷ୍ଟିଆନ ଶିକ୍ଷିକା ତାଙ୍କ ସ୍କୁଲରେ ସ୍ୱାଧୀନତା ଦିବସ ଦିନ ଜାତୀୟ ପତାକାକୁ ସାଲ୍ୟୁଟ କରିବାକୁ ମନା କରି ଦେବା ଘଟଣା ପରେ ଲୋକ ମାନେ ଉତକ୍ଷିପ୍ତ ହୋଇ ପଡିଛନ୍ତି।
ତାମିଲନାଡୁର ଧର୍ମପୁରୀ ଜିଲ୍ଲାରେ ଏହି ସରକାରୀ ସ୍କୁଲରେ ପ୍ରଧାନଶିକ୍ଷିକା ଜଣଙ୍କ କହିଥିଲେ ଯେ ସେ ଖ୍ରୀଷ୍ଟିଆନ ହୋଇଥିବା କାରଣରୁ ତାଙ୍କ ରିଲିଜିୟନ ଜାତୀୟ ପତାକାକୁ ସାଲ୍ୟୁଟ କରିବାକୁ ଅନୁମତି ପ୍ରଦାନ କରି ନ ଥାଏ । ତେଣୁ ସେ ଜାତୀୟ ପତାକାକୁ ସାଲ୍ୟୁଟ କରି ପାରିବେ ନାହିଁ ।
ସେ କହିଛନ୍ତି ଯେ ତାଙ୍କ ରିଲିଜିୟନରେ କେବଳ ଗଡ୍ କୁ ହିଁ ସାଲ୍ୟୁଟ କରାଯାଇଥାଏ।