ସୁଶାସନ ବାବୁ ବୋଲି ନିଜକୁ ଦାବି କରୁଥିବା ବିହାରର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ତାଙ୍କର ନୂଆ ମନ୍ତ୍ରିମଣ୍ଡଳରେ ଦାଗୀ ମାନଙ୍କୁ ସାମିଲ କରି ମନ୍ତ୍ରୀ କରିଛନ୍ତି । ତାଙ୍କର ମନ୍ତ୍ରୀମଣ୍ଡଳରେ ସାମିଲ ଥିବା 72 ପ୍ରତିଶତ ମନ୍ତ୍ରୀ ଦାଗୀ । ନିର୍ବାଚନ ସଂସ୍କାର ଦିଗରେ କାମ କରୁଥିବା ସଂଗଠନ ଏଡିଆର ପକ୍ଷରୁ ଜାରୀ କରାଯାଇଥିବା ରିପୋର୍ଟରେ ଏହି ସୂଚନା ଦିଆଯାଇଛି ।
ଏହି ରିପୋର୍ଟରେ କୁହା ଯାଇଛି ଯେ ମହାଗଠବନ୍ଧନ ସରକାରରେ ମୋଟ 23 ଜଣ ମନ୍ତ୍ରୀଙ୍କ ବିରୁଦ୍ଧରେ ଆପରାଧିକ ମାମଲା ରହିଛି । ଏମାନଙ୍କ ମଧ୍ୟରୁ 17 ଜଣଙ୍କ ବିରୁଦ୍ଧରେ ଅତ୍ୟନ୍ତ ଗୁରୁତର ମାମଲା ରହିଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି ।