ଫେକ ନ୍ୟୁଜ ପାଇଁ କୁଖ୍ୟାତ ହିନ୍ଦୁଫୋବିକ ଟ୍ବିଟର ୟୁଜର ଅଶୋକ ସ୍ୱାଇଁଙ୍କୁ ଆଇଆଇଟି ଦିଲ୍ଲୀ ଆଗାମୀ ଜାନୁଆରୀ 23 ତାରିଖ ଦିନ ନିଜର ଲିଟରେଚନ ଫେଷ୍ଟିଭାଲ ପାଇଁ ବକ୍ତା ଭାବେ ନିମନ୍ତ୍ରିତ କରିଥିଲା । ଏହାକୁ ନେଇ ସୋସିଆଲ ମିଡିଆରେ ପ୍ରବଳ ପ୍ରତିକ୍ରିୟା ଦେଖା ଯାଇଥିଲା । ବିବାଦ ବଢିବା ଦେଖି ପ୍ରଶାସନ ଏହି କାର୍ଯ୍ୟକ୍ରମକୁ ରଦ୍ଦ କରି ଦେଇଛନ୍ତି ।
ଏହି ନିଷ୍ପତ୍ତି ପରେ ଅଶୋକ ଖୁବ ଦୁଃଖୀ ଜଣା ପଡୁଛନ୍ତି । ଲେଫ୍ଚ ପ୍ରପାଗଣ୍ଡାନିଷ୍ଟଙ୍କୁ ଶ୍ରୀ ସ୍ବାଇଁଙ୍କୁ ଏହି ଆୟୋଜନରେ ନିମନ୍ତ୍ରିତ କରିବା ପରେ ଆଇଆଇଟି ଦିଲ୍ଲୀକୁ ସୋସିଆଲ ମିଡିଆ ୟୁଜର ମାନଙ୍କର ବିରୋଧ ସହିବାକୁ ପଡିଥିଲା ।
ସ୍ୱାଇଁଙ୍କୁ ଆମନ୍ରିିଲତ କରିବା ପରେ ସୋସିଆଲ ମିଡିଆ ୟୁଜର ମାନେ ଆଇଆଇଟି ଦିଲ୍ଲୀକୁ ଜେଏନୟୁ ଭଳି ଅର୍ବାନ ନକ୍ସଲ ହବ ତିଆରି କରିବାକୁ ଚେଷ୍ଚା କରୁଥିବା କହିଥିଲେ । ସେମାନେ ଆହୁରି କହିଥିଲେ ଯେ ସରକାରଙ୍କ ଅର୍ଥରେ ଚାଲୁଥିବା ସଂସ୍ଥାନରେ ଏଭଳି ଫେକ ନ୍ୟୁଜ ପ୍ରଚାର କରୁଥିବା ବ୍ୟକ୍ତିକୁ ନିମନ୍ତ୍ରଣ କରିବା ଲଜ୍ଜାଜନକ ବୋଲି କହିଥିଲେ ।