–ପାକିସ୍ତାନରେ ଜଣେ ମୌଲବୀର ଆଦେଶରେ ଖୈବର ପଖ୍ତୁତଖବାରେ ଏକ ପୁରାତନ ମନ୍ଦିର ଭଙ୍ଗା ଯିବା ଘଟଣାକୁ ଜାତି ସଂଘରେ ଉଠାଇଛି ଭାରତ । ଭାରତ ଜାତିସଂଘରେ ପାକିସ୍ତାନ ସରକାରର ଉଦ୍ଦେଶ୍ୟକୁ ନେଇ କାଠଗଠାରେ ଠିଆ କରାଇଛି ।
ଭାରତ ପକ୍ଷରୁ କୁହା ଯାଇଛି ଯେ ଶାନ୍ତିର ସଂସ୍କୃତିକୁ ପ୍ରୋତ୍ସାହନ ଦେବା ପାଇଁ ଜାତି ସଂଘର ପ୍ରସ୍ତାବ ପାକିସ୍ତାନ ସହ ଜଡିତ ରହିଛି । ଏହା ସତ୍ୱେ ମୁସଲମାନ ଭୀଡ ଖୈବର ପୁଖତୁନଖବା ରାଜ୍ୟରେ ଏକ ଐତିହାସିକ ମନ୍ଦିର ଭାଙ୍ଗିବା ବେଳେ ପାକିସ୍ତାନ ସରକାର ମୂକଦର୍ଶକ ହୋଇ ଦେଖୁଥ଼ିଲେ ବୋଲି ଭାରତ କହିଛି ।
ଜାତିସଂଘରେ ଭାରତୀୟ ରାଷ୍ଟ୍ରଦୂତ ଟିଏସ ତିରୁମୂର୍ତି କହିଥିଲେ ଯେ ଏହି ପ୍ରସ୍ତାବର ବ୍ୟବହାର ପାକିସ୍ତାନ ଭଳି ଦେଶକୁ ଲୁଚିବା ଓ ଭ୍ରମିତ କରାଯିବାକୁ ଦିଆ ଯାଇ ପାରିବ ନାହିଁ ।
ସେ କହିଛନ୍ତି ଯେ ବହୁସାଂସ୍କୃତିକ ଦେଶ ରୂପେ ଭାରତ ସମସ୍ତ ଧାର୍ମିକ ଓ ସାଂସ୍କୃତିକ ଅଧିକାର ଓ ପୂଜା ସ୍ଥଳର ରକ୍ଷା କରିଥାଏ ।
ଏହି ସମୟରେ ସେ କହିଥିଲେ ଯେ ପାକିସ୍ତାନର କରକ ଠାରେ ଯେତେବେଳେ ଐତିହାସିକ ହିନ୍ଦୁ ମନ୍ଦିରରେ ନିଆଁ ଲଗା ଯାଉଥିଲା ସେତେବେଳେ ପାକିସ୍ତାନର ଅଧିକାରୀ ମାନେ ସେଠାରେ ଦର୍ଶକ ଭାବେ ଦେଖୁଥିଲେ ।