ଇଣ୍ଡୋନେସିଆର ପ୍ରଥମ ରାଷ୍ଟ୍ରପତି ସୁକର୍ଣୋଙ୍କ ଝିଅ ଇସଲାମକୁ ପରିତ୍ୟାଗ କରିବେ ଓ ହିନ୍ଦୁ ଧର୍ମ ଗ୍ରହଣ କରିବେ । ଏ ନେଇ ସେ ନିଷ୍ପତ୍ତି ନେବା ପରେ ପ୍ରସ୍ତୁତି ଆରମ୍ଭ ହୋଇଛି । ଆଗାମୀ ଅକ୍ଟୋବର 26 ତାରିଖ ଦିନ ଏଥି ପାଇଁ ଶୁଦ୍ଧି ବଦାନୀ ରୀତି ସମ୍ପନ୍ନ ହେବ ବୋଲି ଜଣା ପଡିଛି ।
ସିଏନଏନ ଇଣ୍ଡୋନେସିଆ ପକ୍ଷରୁ ପ୍ରକାଶିତ ସମ୍ବାଦ ଅନୁସାରେ ଏହି ଶୁଦ୍ଧି ପ୍ରକ୍ରିୟା ବାଲିର ସିଂଗରାଜା ଶହରର ବୁଲେଙ୍ଗ ରେଜେନ୍ସିରେ ଅନୁଷ୍ଠିତ ହେବ । ଏହା ତାଙ୍କର ପୈତୃକ ଘର । ସୁକର୍ଣୋ ତାଙ୍କ ମା ଙ୍କ ଅର୍ଥାତ ସୁକମାବତୀଙ୍କ ଜେଜେମାଙ୍କ ସ୍ମୃତିରେ ଏଠାରେ ସ୍ମାରକ ତିଆରି କରିଛନ୍ତି ।
ସେ ତାଙ୍କର ଜେଜେମାଙ୍କ କାରଣରୁ ପ୍ରଭାବିତ ହୋଇ ହିନ୍ଦୁ ଧର୍ମକୁ ଫେରିବେ ବୋଲି ସୂଚନା ମିଳିଛି । ତାଙ୍କ ଜେଜେ ମା ବାଲିର ହିନ୍ଦୁ ଥିଲେ ।
ତାଙ୍କର ଏହି ଘର ବାହୁଡାକୁ ପରିବାରବର୍ଗର ସମ୍ମତି ରହିଥିବା ସମ୍ବାଦପତ୍ରରେ ପ୍ରକାଶିତ ହୋଇଛି । ସେ ସୁକର୍ଣୋଙ୍କ ଝିଅ ହୋଇଥିବା ବେଳେ ଇଣ୍ଡୋନେସିଆର