ୱେବ ସିରିଜ ତାଣ୍ଡବରେ ହିନ୍ଦୁ ବିରୋଧୀ କଥା ଥିବା ଉଲ୍ଲେଖ କରି ସୋସିଆଲ ମିଡିଆରେ ତୀବ୍ର ବିରୋଧ ହେବା ପରେ ମୋଦୀ ସରକାର ଏହି ୱେବ ସିରିଜକୁ ନେଇ କଠୋର ଆଭିମୁଖ୍ୟ ଗ୍ରହଣ କରିଛି । ଏହି ମାମଲାରେ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଆମାଜନ ପ୍ରାଇମ ଭିଡିଓର ଅଧିକାରୀ ମାନଙ୍କୁ ନୋଟିସ ଜାରୀ କରିଥିବା ଜଣା ପଡିଛି । ମିଡିଆ ରିପୋର୍ଟସ ଅନୁସାରେ ରବିବାର ଦିନ ଏହି ନୋଟିସ ଦିଆ ଯାଇଛି ଓ ସୋମବାର ସୁଦ୍ଧା ଏ ସମ୍ପର୍କରେ ଉତ୍ତର ଦେବାକୁ କୁହା ଯାଇଛି ।
ଉଲ୍ଲେଖନୀୟ ଯେ ଏହି ପୂର୍ବରୁ ବିଜେପି ନେତା ରାମ କଦମ ମୁମ୍ବାଇ ପୋଲିସ ନିକଟରେ ଏ ସମ୍ପର୍କରେ ଲିଖିତ ଅଭିଯୋଗ କରିଥିଲେ । ଏହା ପରେ ମୁମ୍ବାଇ ପୋଲିସ ମଧ୍ୟ ତାଣ୍ଡବର ନିର୍ମାତା ମାନଙ୍କୁ ସମନ ଜାରୀ କରିଥିଲା ।
ଏହା ସହ ଦିଲ୍ଲୀରେ ବିଜେପି ନେତା କପିଲ ମିଶ୍ରୀ ମଧ୍ୟ ଏହାକୁ ନେଇ ସୋସିଆଲ ମିଡିଆରେ ଭିଡିଓ ଜାରୀ କରିବା ସହ ଏହାକୁ ବ୍ୟାନ କରିବାକୁ ଦାବୀ କରିଥିଲେ ।