ଜାମ୍ମୁ କାଶ୍ମୀର ହାଇକୋର୍ଟ ନଦୀମର୍ଗ ନରସଂହାର ମାମଲାକୁ ପୁଣି ଥରେ ଖୋଲିବାକୁ ଆଦେଶ ଦେଇଛନ୍ତି । ଏହି ନରସଂହାର 2003 ମସିହାରେ କାଶ୍ମୀରର ପୁଲୱାମା ଜିଲ୍ଲାର ନଦୀମର୍ଗ ଠାରେ ହୋଇଥିଲା । ଏହି ନରସଂହାରରରେ ଲଶ୍କରର ଆତଙ୍କବାଦୀ ମାନେ 24 ଜଣ ନୀରିହ କାଶ୍ମୀରୀ ପଣ୍ଡିତଙ୍କୁ ନିର୍ମମ ଭାବେ ହତ୍ୟା କରି ଦେଇଥିଲେ।
ଜାମ୍ମୁକାଶ୍ମୀର ହାଇକୋର୍ଟର ଏହି ନୂଆ ଆଦେଶ ପରେ ଏହି ମାମଲାରେ ପୁଣି ଥରେ ନ୍ୟାୟ ପାଇଁ ଆଶାର କିରଣ ଉଜ୍ଜିବୀତ ହୋଇଛି ।
ସେତେବେଳେ ଶୋପିଆଁ ଜିଲ୍ଲାରେ ଏବେ ପୁଲୱାମା ଜିଲ୍ଲାରେ ଥିବା ନଦୀମର୍ଗ ଏକ ହିନ୍ଦୁ ବହୁଳ ଗାଁ ଥିଲା । ଏହି ପର୍ବତୀୟ ଗାଁର ଜନସଂଖ୍ୟା ମାତ୍ର 54 ଥିଲା । ତତ୍କାଳୀନ ମୁଖ୍ୟମନ୍ତ୍ରୀ ମୁଫତି ମୋହମ୍ମଦ ସଇଦଙ୍କ ପୈତୃକ ଗାଁ ଠାରୁ ଏହି ଗାଁ ସାତ କିମି ଦୂରରେ ଥିଲା । 2003 ମସିହା ମାର୍ଚ 23 ତାରିଖ ଦିନ ଏହି ଗାଁ ସମ୍ପୂର୍ଣରୂପେ ଧ୍ବସ୍ତ ହୋଇଯାଇଥିଲା । ସେହି ଦିନ ସାତ ଜଣ ଆତଙ୍କବାଦୀ ଗାଁରେ ପ୍ରବେଶ କରିଥିଲେ ଓ ସମସ୍ତ ହିନ୍ଦୁଙ୍କୁ ଗୋଟିଏ ଗଛ ତଳେ ଏକାଠି କରିବାକୁ ଲାଗିଲେ । ରାତ୍ରୀ 10.30 ମିନିଟରେ ସେମାନେ ଗୋଟିଏ ପରେ ଗୋଟିଏ ଏପରି ମୋଟ 24 ଜଣ ହିନ୍ଦୁଙ୍କୁ ଗୁଳି କରି ହତ୍ୟା କରିଥିଲେ । ଏଠାରେ ଉଲ୍ଲେଖ କରାଯାଇପାରେ ଯେ ପାକିସ୍ତାନ ମାର୍ଚ 23କୁ ରାଷ୍ଟ୍ରୀୟ ଦିବସ ଭାବେ ପାଳନ କରିଥାଏ ।
ହତ୍ୟାର ଶୀକାର ହୋଇଥିବା ନୀରିହ ହିନ୍ଦୁ ମାନଙ୍କ ମଧ୍ୟରେ 70 ବର୍ଷର ବୟସ୍କା ମହିଳା ଠାରୁ ଆରମ୍ଭ କରି ଦୁଇ ବର୍ଷର ନିଷ୍ପାପ ଶିଶୁ ମଧ୍ୟ ଶାମିଲ କରିଥିଲେ । ଏହି ମୁସଲମାନ ଆତଙ୍କବାଦୀ ମାନେ କ୍ରୁରତାର ସମସ୍ତ ସୀମାକୁ ପାର କରି ଜଣେ ଦିବ୍ୟାଙ୍ଗଙ୍କ ସମେତ 11 ମହିଳା, 11 ପୁରୁଷ ଓ 2 ଜଣ ଶିଶୁଙ୍କୁ ପଏଂଟ ବ୍ଲାଙ୍କ ରେଂଜରୁ ମୁଣ୍ଡରେ ଗୁଳି କରି ସବୁ ଦିନ ପାଇଁ ଶୁଆଇ ଦେଇଥିଲେ ।
ପଡୋଶୀ ମୁସଲମାନ ଗାଁରୁ ଏହି ଆତଙ୍କବାଦୀ ମାନଙ୍କୁ ସମ୍ପୂର୍ଣ ସହଯୋଗ ମିଳିଥିଲା ସେତେବେଳେ ଜାମ୍ମୁ କାଶ୍ମୀର ପୋଲିସର ଇଂଟେଲିଜେନ୍ସ ୱିଙ୍ଗର ଦାୟିତ୍ବରେ ଥିବା କୁଲଦୀପ ଖୋଡା କହିଛନ୍ତି ଯେ ବିନା ସ୍ଥାନୀୟ ଲୋକଙ୍କ ସହାୟତାରେ ଏହି ବର୍ବର ନରସଂହାର ସମ୍ଭବ ହୋଇ ପାରି ନ ଥାନ୍ତା । ନରସଂହାରର ପ୍ରତ୍ୟକ୍ଷଦର୍ଶୀ ମାନଙ୍କର କହିବା କଥା ଯେ ଆତଙ୍କବାଦୀ ମାନେ ଘର ସାମନାରେ ହିନ୍ଦୁ ମାନଙ୍କୁ ସେମାନଙ୍କ ନାମରେ ଡାକି ବାହାରକୁ ବାହାର କରିଥିଲେ । ଏହାର ଅର୍ଥ ହେଲା ଯେ ସେ ଏହି ବର୍ବର ନରସଂହାର ଅନାୟାସ ହୋଇ ନ ଥିଲା । ସେମାନେ ଏହାକୁ କରିବାକୁ ପୂର୍ବରୁ କାମ କରୁଥିଲେ ।
ଏହି ମାମଲାରେ ରାଜ୍ୟ ସରକାର ଓ ପ୍ରଶାସନର ଭୂମିକା ମଧ୍ୟ ସନ୍ଦେହାସ୍ପଦ ଥିଲା । ଏହି ହତ୍ୟାକାଣ୍ଡ ପୂର୍ବରୁ ଗାଁରେ ଥିବା ପୋଲିସ ସୁରକ୍ଷାକୁ ହଟାଇ ଦିଆଯାଇଥିଲା ।