, – କେରଳର ଏକ କ୍ୟାଥୋଲିକ ବିଶପ କ୍ଷମତାସୀନ ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ନେତାଙ୍କୁ ପତ୍ର ଲେଖି ଚର୍ଚ ସମର୍ଥିତ ପ୍ରାର୍ଥୀ ମାନଙ୍କୁ ଟିକେଟ ଦେବାକୁ ସୁପାରିଶ କରି ବିବାଦ ଘେରକୁ ଆସି ଯାଇଛନ୍ତି ।
ରିପୋର୍ଟ ଅନୁସାରେ ବିଶପ ଜ୍ୟାକବ ମନଥୋଦାଥ ଗତ 11 ତାରିଖ ଦିନ ସିପିଆଇର ରାଜ୍ୟ ସଚିବ କେ ରାଜେନ୍ଦ୍ରନଙ୍କୁ ଏକ ଗୋପନୀୟ ପତ୍ର ଲେଖିଛନ୍ତି । ଏଥିରେ ସେ ଇସାକ ଭର୍ଗିଜ ନାମକ ବ୍ୟକ୍ତିଙ୍କୁ ଟିକେଟ ଦେବାକୁ ସୁପାରିଶ କରିଛନ୍ତି । ଏପରି କଲେ ଖ୍ରୀଷ୍ଟିଆନ ମାନେ ସିପିଆଇକୁ ଭୋଟ ଦେବେ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି ।