କେରଳର ମନ୍ତ୍ରୀ ତଥା କାସରଗୋଡ ଜିଲ୍ଲାର ପ୍ରଭାରୀ ମନ୍ତ୍ରୀ ଅହମଦ ଦେବରକୋବିଲ ଗଣତନ୍ତ୍ର ଦିବସ ଅବସରରେ ହଟହଟାର ସମ୍ମୁଖୀନ ହୋଇଛନ୍ତି । ଗଣତନ୍ତ୍ର ଦିବସ ଅବସରରେ ସେ ପତାକା ଉତୋଳନ କରିବା ଅବସରରେ ସେ ଓଲଟା ପତାକାକୁ ଉତୋଳନ କରିବା କାରଣରୁ ତାଙ୍କୁ ଲଜ୍ଜିତ ହେବାକୁ ପଡିଛି ।
ଆହୁରି ଲଜ୍ଜାର ବିଷୟ ହେଲା ଯେ ଜିଲ୍ଲାର ଏସପି ବୈଭବ ସାକ୍ସେନା, ଜିଲ୍ଲା କଲେକ୍ଟର ଏକେ ରାମେନ୍ଦ୍ରନ ଓ ଅନ୍ୟ ପୋଲିସ ଅଧକାରୀ ମାନେ ମଧ୍ୟ ଓଲଟା ତିରଙ୍ଗାକୁ ସାଲ୍ଯୁଟ କରି ଥିଲେ । ବିଦ୍ୟାନଗରର କାସରଗୋଡ ନଗର ନିଗମ ଷ୍ଟାଡିୟମରେ ଏହି ଘଟଣା ଘଟିଥିଲା ।
ଏହି ଘଟଣା ସାମନାକୁ ଆସିବା ପରେ କିଛି ସାମ୍ବାଦିକ ପ୍ରଶାସନକୁ ଏହି ଭୁଲ ସମ୍ପର୍କରେ ଅବଗତ କରିଥିଲେ । ଏହା ପରେ ମନ୍ତ୍ରୀ ପୁଣି ଥରେ ଠିକ ଭାବେ ପତାକା ଉତୋଳନ କାର୍ଯ୍ୟକ୍ରମ କରିବାକୁ ନିର୍ଦେଶ ଦେଇଥିଲେ । ଦଶ ମିନିଟ ବ୍ୟବଧାନରେ ପୁଣି ଥରେ ଏହି କାର୍ଯ୍ୟକ୍ରମ ହୋଇଥିଲା ।