ବଲିଉଡ ଫିଲ୍ମ ଗୁଡିକୁ ବୟକଟ କରିବାକୁ ଆହ୍ୱାନ ପରେ ଅତ୍ୟନ୍ତ ବିବାଦୀୟ ମନ୍ତବ୍ୟ ଦେଇ ବିବାଦ ଘେରକୁ ଆସିଥିବା ଆକ୍ଟର ଅର୍ଜୁନ କପୁର ସୋସିଆଲ ମିଡିଆରେ ଚାରି ଆଡୁ ଟ୍ରୋଲ ହେଉଛନ୍ତି । ବୟକଟ ଆହ୍ୱାନ ପରେ ଆତ୍ମମନ୍ଥନ କରିବା ପରିବର୍ତେ ଦର୍ଶକ ମାନଙ୍କୁ ଧମକାଇବା ପରେ ସେ ବିବାଦୀୟ ହୋଇ ପଡିଛନ୍ତି ।
ତେବେ ଫିଲ୍ମ ଅଭିନେତାରୁ କ୍ରିଟିକ ହୋଇଥିବା କେଆରକେ ଅର୍ଜୁନଙ୍କ ଏହି ବକ୍ତବ୍ୟ ଉପରେ ସେ ଉପହାସ ଉଡାଇଛନ୍ତି । ସେ କହିଛନ୍ତି ଯେ ଯେଉଁ ଆକ୍ଚରର ଫିଲ୍ମକୁ କୁକୁର ମଧ୍ୟ ଦେଖିବାକୁ ଯାଏ ନାହିଁ, ତାକୁ ଦର୍ଶକ ମାନେ କାହିଁକି ବୟକଟ କରିବେ ।
ସେ କହିଛନ୍ତି ଯେ ଆମିର ଖାନଙ୍କ ଫିଲ୍ମକୁ ବହିଷ୍କାର କରାଯିବ, ତାହା ବୁଝା ପଡୁଛି, ଶାହରୁଖର ଫିଲ୍ମ ବହିଷ୍କାର ବୁଝା ପଡୁଛି । ହେଲେ ଅର୍ଜୁନ କପୁର ଭଳି ସୁପର ଡୁପର ମହାଫ୍ଲପ ହିରୋର ଫିଲ୍ମ କୁ କିଏ ବା କାହିଁକି ବହିଷ୍କାର କରିବ ।