ଅମୀର ଖାନଙ୍କ ଫିଲ୍ମ ଲାଲ ସିଂହ ଚଢାକୁ ଲୋକ ମାନେ ବହିଷ୍କାର କରିବା କାରଣରୁ ଫିଲ୍ମ ଦେଖିବାକୁ ଖୁବ କମ ଲୋକ ଆସୁଛନ୍ତି । ତୃତୀୟ ଦିନରେ ମଧ୍ୟ ଏହି ଫିଲ୍ମକୁ ଦର୍ଶକ ମିଳି ନାହାନ୍ତି । ତିିନି ଦିନ ମଧ୍ୟରେ ଏହି ଫିଲ୍ମ ମାତ୍ର 27,50 କୋଟି ଟଙ୍କାର ବିଜନେସ କରି ପାରିଛି ।
କୁହା ଯାଉଛି ଯେ ଆମିର ଫିଲ୍ମର ଖରାବ ଅବସ୍ଥା ଦେଖି ଏବେ ଫିଲ୍ମର ସଫଳତା ପାଇଁ ହୃତିକ ରୋଶନଙ୍କୁ ମଧ୍ୟ ଟ୍ୱିଟ କରାଇଛନ୍ତି ।
ହ୍ରିତିକ ରୋଶନ ଟ୍ବିଟ କରି ଲେଖିଛନ୍ତି, “ଏବେ ଏବେ ‘ଲାଲ୍ ସିଂହ ଚଡ୍ଢା’ ଦେଖିଲି। ମୁଁ ଏହି ଫିଲ୍ମର ଉଦ୍ଦେଶ୍ୟକୁ ଅନୁଭବ କଲି। ଏହି ଫିଲ୍ମଟି ଅତ୍ୟନ୍ତ ସୁନ୍ଦର ହୋଇଛି। ଏହି ସୁଯୋଗକୁ ହାତଛଡା କରନ୍ତୁ ନାହିଁ ବନ୍ଧୁମାନେ! ଯାଆନ୍ତୁ! ବର୍ତ୍ତମାନ ଯାଆନ୍ତୁ! ଏହାକୁ ଦେଖନ୍ତୁ। ଏହା ଖୁବ ବଢିଆ ଆଉ ଦମଦାର ହୋଇଛି।”