ଆମାଜନ ପ୍ରାଇମର ୱେବ ସିରିଜ ତାଣ୍ଡବ ଉପରେ ବିବାଦ ହେବା ପରେ ଏହାକୁ ତିଆରି କରିଥିବା ଲୋକ ମାନଙ୍କୁ ବମ୍ବେ ହାଇକୋର୍ଟ ଆଶ୍ୱସ୍ତି ଦେଇଛନ୍ତି । ହେଲେ ଏହି ମାମଲା ଏବେ ଶାନ୍ତ ହେବା ଭଳି ଦିଶୁ ନାହିଁ । ଏହି ବିବାଦ ଉପରେ ପ୍ରତିକ୍ରିୟା ଦେଇ ମଧ୍ୟପ୍ରଦେଶର ଗୃହ ମନ୍ତ୍ରୀ ନରୋତ୍ତମ ମିଶ୍ର କହିଛନ୍ତି ଯେ ହିନ୍ଦୁ ମାନେ କେବଳ କ୍ରିୟା ଉପରେ ପ୍ରତିକ୍ରିୟା ଦେଇଛନ୍ତି । ହେଲେ ପ୍ରଶ୍ନ ହେଉଛି ଏଭଳି ଫିଲ୍ମ କାହିଁକି ତିଆରି ହୁଏ ।
ଗଣମାଧ୍ୟମ ସହ ଆଲୋଚନା ବେଳେ ଶ୍ରୀ ମିଶ୍ର କହିଛନ୍ତି ଯେ “ଏଠାରେ ଏଭଳି ଫିଲ୍ମ କାହିଁକି ତିଆରି କରା ଯାଏ ? ଆମେ କେବଳ କ୍ରିୟା ଉପରେ ପ୍ରତିକ୍ରିୟା ଦେଇଥାଉ । ସେତେବେଳେ ଲୋକ ମାନେ ଆମ ଉପରେ ପ୍ରଶ୍ନ କରନ୍ତି ?କ୍ରିୟା କାହିଁକି କରନ୍ତି ଯାହା ଫଳରେ ଆମକୁ ପ୍ରତିକ୍ରିୟା ଦେବାକୁ ପଡେ ? ଯଦି ଏଭଳି ଘଟଣା ହେବ ତାକୁ କୌଣସି ପରିସ୍ଥିତିରେ ବରଦାସ୍ତ କରା ଯିବ ନାହିଁ । କୋର୍ଟ ତାଙ୍କୁ ଆଶ୍ବସ୍ତି ଦେଇଛନ୍ତି । ନ ହେଲେ ସେମାନେ ଜେଲରେ ଥାଆନ୍ତେ । ”