ଭାରତ- ନେପାଳ ସୀମାରେ ଚାଲିଥିବା କାର୍ଯ୍ୟକଳାପ ନେଇ ପୋଲିସ ଓ ଗୁଇନ୍ଦା ବିଭାଗର ନିଦ ହଜି ଯାଇଛି । ସୀମାରେ ସନ୍ଦିଗ୍ଧ କାର୍ଯ୍ୟକଳାପ ସହ ମସଜିଦ ଓ ମଦ୍ରାସା ସଂଖ୍ୟାରେ ନିରନ୍ତର ବୃଦ୍ଧି ଘଟୁଛି । ଏହାକୁ ନେଇ ଗୁଇନ୍ଦା ବିଭାଗ ସତର୍କ ହୋଇ ଯାଇଛି ।
ଭାରତ ନେପାଳ ସୀମାରେ ଅଚାନକ ମଦ୍ରାସା ଓ ମସଜିଦ ବହୁ ମାତ୍ରାରେ ବଢିଯାଇଛି । ଏହି ମସଜିଦ ଓ ମଦ୍ରାସା ଗୁଡିକର ଫଣ୍ଡିଂ ସମ୍ପର୍କରେ ମଧ୍ୟ ପ୍ରଶାସନ ନିକଟରେ କୌଣସି ସୂଚନା ନାହିଁ । ଗୁଇନ୍ଦା ବିଭାଗ ଓ ପୋଲିସ ବିଭାଗ ଏମାନଙ୍କର ଫଣ୍ଡିଂ କେଉଁଠୁ ହୋଇଛି ସେ ନେଇ ଜାଂଚ ଆରମ୍ଭ କରି ଦେଇଛନ୍ତି ।
ରିପୋର୍ଟ ଅନୁସାରେ ଭାରତ- ନେପାଳ ସୀମାରେ ଅବସ୍ଥିତ ଉତ୍ତର ପ୍ରଦେଶର ସିଦ୍ଧାର୍ଥ ନଗର ଜିଲ୍ଲାରେ ଗତ 20 ବର୍ଷ ମଧ୍ୟରେ ମଦ୍ରାସା ସଂଖ୍ୟାରେ ଚାରି ଗୁଣ ବୃଦ୍ଧି ହୋଇଛି। ବର୍ତମାନ ସମୟରେ ସିଦ୍ଧାର୍ଥନଗର ଜିଲ୍ଲାରେ 597 ମଦ୍ରାସା ପରିଚାଳିତ ହେଉଛି । ଏଥି ମଧ୍ୟରୁ 452 ପଂଜୀକୃତ ହୋଇଥିବା ବେଳେ ଅନ୍ୟ 145ଟିର କୌଣସି ରେକର୍ଡ ନାହିଁ। ଗୁଇନ୍ଦା ବିଭାଗ ଏହାର ଜାଂଚ କରୁଛି ଯେ ବିନା ରେକର୍ଡ ବିଶିଷ୍ଟ ମଦ୍ରାସା ଗୁଡିକ କିପରି ଚାଲୁଛି ଓ ଏହାର ଫଣ୍ଡିଂ କିଏ କରୁଛି ।
1990 ଯାଏ ଜିଲ୍ଲାରେ ମୋଟ 16ଟି ମାନ୍ୟତା ପ୍ରାପ୍ତ ମଦ୍ରାସା ଥିଲା ଓ 2000ରେ ଏହାର ସଂଖ୍ୟା ବଢି 147 ହୋଇଯାଇଥିଲା ।